କମୁଛି ସଂକ୍ରମଣ :ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୭୨୯ ଜଣ ପଜିଟିଭ ଚିହ୍ନଟ, ୩୯ ଜଣ ମୃ-ତ

ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୭୨୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୩୩୧ ଜଣ ଏବଂ ୩୩୯୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୩୯ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ରଣ କରିଛନ୍ତି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ରହିଥିବା ସମୟରେ ଅନୁଗୁଳ,ଝାରସୁଗୁଡ଼ା,କଳାହାଣ୍ଡି,ରାୟଗଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ରହିଛନ୍ତି। ସେହିପରି ବୌଦ୍ଧ,କଟକ,ଦେବଗଡ,ଜଗତସିଂପୁର,କେନ୍ଦ୍ରାପଡ଼ା,ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୪୪୯ ଜଣ,ବାଲେଶ୍ଵର ଜିଲ୍ଲାରୁ ୪୨୬ ଜଣ,ବରଗଡ ଜିଲ୍ଲାରୁ ୧୮୯ ଜଣ,ଭଦ୍ରକ ଜିଲ୍ଲାରୁ ୨୮୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୬୧ ଜଣ,ବୌଦ୍ଧ ଜିଲ୍ଲାରୁ ୧୨୮ ଜଣ,କଟକ ଜିଲ୍ଲାରୁ ୭୨୦ ଜଣ,ଦେବଗଡ ଜିଲ୍ଲାରୁ ୭୨ ଜଣ,ଢେଙ୍କାନାଳ ଜିଲ୍ଲାରୁ ୨୫୨ ଜଣ,ଗଜପତି ଜିଲ୍ଲାରୁ ୬୮ ଜଣ,ଗଞ୍ଜାମ ଜିଲ୍ଲାରୁ ୧୫୩ ଜଣ,ଜଗତସିଂହପୁର ଜିଲ୍ଲାରୁ ୨୫୫ ଜଣ,ଯାଜପୁର ଜିଲ୍ଲାରୁ ୩୮୮ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୭୧ ଜଣ,କଳାହାଣ୍ଡି ଜିଲ୍ଲାରୁ ୧୬୭ ଜଣ,କନ୍ଧମାଳ ଜିଲ୍ଲାରୁ ୫୨ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୨୩ ଜଣ,କେନ୍ଦୁଝର ଜିଲ୍ଲାରୁ ୧୬୬ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୦୬୨ ଜଣ,କୋରାପୁଟ ଜିଲ୍ଲାରୁ ୧୮୫ ଜଣ,ମାଲକାନଗିରି ଜିଲ୍ଲାରୁ ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୪୪୨ ଜଣ,ନବରଙ୍ଗପୁର ଜିଲ୍ଲାରୁ ୨୧୯ ଜଣ,ନୟାଗଡ ଜିଲ୍ଲାରୁ ୨୧୯ ଜଣ,ନୂଆପଡ଼ା ଜିଲ୍ଲାରୁ ୪୮ ଜଣ,ପୁରୀ ଜିଲ୍ଲାରୁ ୩୩୩ ଜଣ,ରାୟଗଡ଼ା ଜିଲ୍ଲାରୁ ୩୧୦ ଜଣ,ସମ୍ବଲପୁର ଜିଲ୍ଲାରୁ ୧୬୧ ଜଣ,ସୋନପୁର ଜିଲ୍ଲାରୁ ୬୨ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୨୭୦ ଜଣ ଓ ଷ୍ଟେଟ ପୁଲରୁ ୧୮୮ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୭୯୮୬୯୯ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୭୧୩୦୫୫ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୮୨୬୭୯ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୨୦୪୦୮୩୦ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୩୯ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୯୧୨କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *