ଭିକ୍ଷା ମାଗି ନିଜର ଗୁଜୁରାଣ ମେଣ୍ଟାଉଥିବା ଏହି ବୃଦ୍ଧ ମହିଳାଙ୍କ ଘରୁ ମିଳିଲା ନୋଟରେ ପୂର୍ଣ୍ଣ ଏକ ବାକ୍ସ, ଯାହାକୁ ଦେଖି ଅଧିକାରୀ ମାନେ ମଧ୍ୟ ଚକିତ,ଜାଣନ୍ତୁ ପୁରା ଖବର

ଜାମ୍ମୁ ର ରାଯୋରିରୁ ଚକିତ କରିଦେଲା ଭଳି ଖବର ସାମ୍ନାକୁ ଆସିଛି। ରାଯୋରିର ନୈଶେରାରୁ ଭିକ୍ଷା ମାଗି ପେଟ ପୋଷୁଥିବା ଏକ ବୃଦ୍ଧା ମହିଳାଙ୍କ ଘରୁ ପାଖାପାଖି ୨,୬୦,୦୦୦ ମିଳିଛି। ରାସ୍ତା କଡ଼ରେ ଭଙ୍ଗା କାଠ ରେ ଝୋପଡି ଭଳି କରି ରହୁଥିବା ୭୦ ବର୍ଷୀୟ ବୃଦ୍ଧା ମହିଳାଙ୍କୁ ଯେତେବେଳେ ପ୍ରଶାସନ ବୃଦ୍ଧାଶ୍ରମ ପଠାଇବା ପାଇଁ ଉଦ୍ୟମ କଲେ ସେତେବେଳେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ।

ସାଧାରଣତଃ ରାଯୋରି ଉପ ଜିଲ୍ଲା ନୈଶେରାରୁ ୱାଡ ନମ୍ୱର୍ ୯ ରେ ବୁଲି ବୁଲି ଭିକ୍ଷା ମାଗି ଗୁଜୁରାଣ କରୁଥିବା ଏହି ବୃଦ୍ଧା ମହିଳା କୁ ସ୍ଥାନୀୟ ଲୋକମାନେ ମଧ୍ୟ ସାହାଯ୍ୟ କରନ୍ତି। କିଛି ଲୋକ ପଇସା ଦେଉଥିଲେ ଆଉ କିଛି ଖାଦ୍ୟ ଏବଂ କପଡ଼ା ଦେଉଥିଲେ। ଏହି ଭଳି ସେ ନିଜର ଗୁଜୁରାଣ କରୁଥିଲା ।

ଖବର ଅନୁସାରେ, ଏହି ଦିନ ଗୁଡ଼ିକରେ ରାଯୋରି ଜିଲ୍ଲାର ପ୍ରଶାସନ ରାସ୍ତା କଡ଼ରେ ରହୁଥିବା ବେସାହାରା ଲୋକଙ୍କୁ ସାହାରା ଦେବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଏହି ଭଳି ଲୋକଙ୍କୁ ନେଇକି ସେ ବୃଦ୍ଧ ଆଶ୍ରମରେ ନେଇକି ଛାଡିଆସୁଥିଲେ। ଏହି ସମୟରେ ସୋମବାର ଦିନ ବୃଦ୍ଧ ଆଶ୍ରମରୁ କିଛି ଲୋକ ଆସିଥିଲେ ଏବଂ ଏହି ବୃଦ୍ଧା ମହିଳାଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ।

ୱାର୍ଡ ମେମ୍ବର କହିଲେକି, ରାଯୋରିରୁ କିଛି ଲୋକ ଆସିଲେ ଏବଂ ସେହି ବୃଦ୍ଧା ମହିଳାଙ୍କୁ ନେଇଗଲେ। ନଗର ପାଳିକାର ଟିମ୍ ଙ୍କୁ ଘରେ ଥିବା ଆବର୍ଜଜନାରୁ ଲିଫାପା ଭିତରୁ ନୋଟ୍ ମିଳିଲା।

ଏହା ପରେ ଯେତେବେଳେ ମଙ୍ଗଳ ବାର ସକାଳୁ ରାସ୍ତା କଡ଼ରେ ଥିବା ଝୋପଡିକୁ ହଟାଇଵା ପାଇଁ କୁହାଗଲା। ତେବେ ନଗର ପାଳିକାର କର୍ମଚାରୀଙ୍କୁ ଝୋପଡ଼ି ସଫା କରିବାକୁ କୁହା ଗଲା ତେବେ ସେମାନଙ୍କୁ କିଛି ପଇସା ମିଳିଥିଲା। ସେମାନେ ଯେତେବେଳେ ଏହାକୁ ଅଧିକ ସଫା କଲେ ତାଙ୍କୁ ପଇସା ପୂର୍ଣ୍ଣ ଏକ ଡଵା ମିଳିଲା ଆଉ ବିଞ୍ଚଣା ରୁ ଲିଫାପରେ ବନ୍ଧା ହୋଇଥିବା କିଛି ପଇସା ମଧ୍ୟ ମିଳିଲା।


ଝୋପଡ଼ିରୁ ବ୍ୟାଗ୍ ପୂର୍ଣ୍ଣ ନୋଟ୍ ଏବଂ କଏନ ମିଳିଲା। ବର୍ତ୍ତମାନ ପାଇଁ ଏହା କୁ ଟ୍ରେଜରି ରେ ରଖା ଯାଇଛି। ଯେତେବେଳେ ବୃଦ୍ଧା ମହିଳା ଜଣକ ଭଲ ସ୍ୱାସ୍ଥ୍ୟ ଅବସ୍ଥାକୁ ଫେରି ଆସିବେ ସେତେବେଳେ ତାଙ୍କୁ ଏହି ସବୁ ପଇସା ଫେରାଇ ଦିଆଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *