ଦେଖନ୍ତୁ ଭିଡିଓ : ହେୟାର କଟ କରୁଛନ୍ତି ଦ ଗ୍ରେଟ ଖଲୀ , ଭାଇରଲ ଭିଡିଓରେ ଫ୍ୟାନ୍ସ ଦେଉଛନ୍ତି ଅଜବ ପ୍ରକାରର ପ୍ରତିକ୍ରିୟା

ଦ ଗ୍ରେଟ ଖଲୀ ନାମ ତ ଆପଣ ନିଶ୍ଚୟ ଶୁଣିଥିବେ | ଦ ଗ୍ରେଟ ଖଲୀ WWE ରିଙ୍ଗରେ ଭାରତର ନାମ ଉଚ୍ଚ ସ୍ଥାନକୁ ନେଇଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ WWE ହଲ ଅଫ ଫେମରେ ମଧ୍ୟ ସାମିଲ କରାଯାଇଛି | ସୋସିଆଲ ମିଡିଆରେ ଖଲୀ ଲଗାତାର ଆକ୍ଟିଭ ରୁହନ୍ତି ଏବଂ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ଼ କରି ନିଜର ଫ୍ୟାନମାନଙ୍କୁ ମନୋରଞ୍ଜନ କରିଥାନ୍ତି | ବର୍ତ୍ତମାନ ତାଙ୍କର ଗୋଟିଏ ନୂତନ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ପିଲାର ଚୁଟି କଟୁଥିବାର ଦେଖାଯାଉଛନ୍ତି | ଲୋକମାନଙ୍କୁ ଖଲୀଙ୍କର ଏହି ଅଲଗା ଷ୍ଟାଇଲ ବହୁତ ଭଲ ଲାଗୁଛି |

WWE ରିଙ୍ଗରୁ ଦୂରରେ ରହିବ ସତ୍ତ୍ୱେ ମଧ୍ୟ ଖଲୀଙ୍କ ଫ୍ୟାନ ଫୋଲୋଇଙ୍ଗରେ କୌଣସି ଅଭାବ ନାହିଁ | ଆଜି ବି ସେ ଲୋକମାନଙ୍କ ହୃଦୟରେ ରାଜ କରୁଛନ୍ତି | ଖଲୀ ପ୍ରାୟତଃ ନିଜର ପ୍ରତିଦିନର ଜୀବନ ବିଷୟରେ ଫ୍ୟାନମାନଙ୍କୁ ସୋସିଆଲ ମିଡ଼ିଆ ବିଷୟରେ କହିଥାନ୍ତି | ପୁଣିଥରେ ସେ ନିଜର ଏକ ଭିଡିଓ କାରଣରୁ ଚର୍ଚ୍ଚାକୁ ଆସି ଯାଇଛନ୍ତି | ସେ ନିଜର ଇନ୍ସଟାଗ୍ରାମ ଆକାଉଣ୍ଟରେ ଗୋଟିଏ ଭିଡିଓ ସେୟାର କରିଛନ୍ତି | ଏହି ଭିଡିଓରେ ଖଲୀ ଗୋଟିଏ ପିଲାର ଅନନ୍ୟ ହେୟାର କଟ କରୁଥିବାର ଦେଖାଯାଉଛନ୍ତି |

ଦେଖନ୍ତୁ ଭିଡିଓ :-

ଖଲୀ ଇନ୍ସଟାଗ୍ରାମରେ ନିଜର ନୁଆଁ ଭିଡିଓ ପୋଷ୍ଟ କରିବାପରେ ବହୁତ କମେଣ୍ଟ ଆସିଲା | ଭିଡିଓରେ ସେ ଗୋଟିଏ ପିଲାର ହେୟାର କଟ କରୁଛନ୍ତି | ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି | ଲୋକମାନେ ଏହାକୁ କେବଳ ପରସ୍ପରକୁ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ତେବେ ଫ୍ୟାନମାନେ ଏତେ ଫନି କମେଣ୍ଟ କରୁଛନ୍ତି ଯେ ଆପଣ ସେହି କମେଣ୍ଟ ଗୁଡିକୁ ପଢିଲେ ନିଜର ହସକୁ ଅଟକାଇ ପାରିବେନାହିଁ | ଭିଡିଓରେ ଲୋକମାନେ ଅଜବ ପ୍ରକାରର ଅନୁରୋଧ କରି ମଜା ନେଉଛନ୍ତି |

ଫ୍ୟାନ୍ସ କରୁଛନ୍ତି ଅଜବ ପ୍ରକାରର ଅନୁରୋଧ :-

ଫ୍ୟାନ୍ସ ଖଲୀଙ୍କ ପୋଷ୍ଟ ଉପରେ ସାର,ସାର କହି ଅଜବ ଅନୁରୋଧ କରୁଛନ୍ତି | ଜଣେ ୟୁଜର ଲେଖିଚାହଁନ୍ତି ଯେ ସାର ଏହି ପିଲାକୁ ବ୍ରସ କରି ବାଥରୁମ ସଫା କରିଦିଅନ୍ତୁ | ଆଉ ଜଣେ ଲେଖିଛନ୍ତି ସାର, ଫୁଙ୍କି ଦେଇ ୟାକୁ ନଣ୍ଡା କରିଦିଅନ୍ତୁ | ଏପରି ହଜାର ହଜାର ପ୍ରକାରର ଅନୁରୋଧ କରି ତାଙ୍କଠାରୁ ମଜା ନେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *