ଦେଖନ୍ତୁ ମଜାଳିଆ ଭିଡିଓ : ମାଛକୁ ହଇରାଣ କରିବାରୁ ଗୋଟିଏ ବିଲେଇ ଅନ୍ୟ ବିଲେଇକୁ ମାରିଲା ଚା-ପୁ-ଡ଼ା

ସୋସିଆଲ ମିଡିଆରେ ପଶୁମାନଙ୍କର ଲକ୍ଷ ଲକ୍ଷ ଫଟୋ ଏବଂ ଭିଡ଼ିଓ ରହିଛି | ପଶୁମାନଙ୍କର ଅଧିକାଂଶ ଭିଡିଓ ବହୁତ ମଜାଳିଆ ଏବଂ କ୍ୟୁଟ ହୋଇଥାଏ | ଏପରି ଏକ ଭିଡିଓ ଆଜିକାଲି ଇଣ୍ଟରନେଟରେ ଭାଇରଲ ହେଉଛି, ଯେଉଁଠାରେ ଗୋଟିଏ ବିଲେଇ ଅନ୍ୟ ବିଲେଇଟିକୁ ମାଛ ଖାଇବାରେ ରୋକୁଛି | ଏହି ମଜାଳିଆ ଭିଡିଓ ଦେଖି ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ | ବିଲେଇମାନଙ୍କର ଏହି କ୍ୟୁଟ କ୍ଲିପ ଆପଣଙ୍କୁ ଖୁସି କରିଦେବ |

ଏମିତିରେ ଦେଖିବାକୁ ଗଲେ ତ ବିଲେଇ ବହୁତ କ୍ୟୁଟ ପଶୁ ଅଟେ, କିନ୍ତୁ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ଗୋଟିଏ ବିଲେଇ ଅନ୍ୟ ବିଲେଇକୁ ମାରୁଛି | ଏପରି ସେ ଏଥିପାଇଁ କରୁଛି, କାରଣ ତା ସହିତ ବିଲେଇ ମାଛକୁ ହଇରାଣ କରୁଛି | ଭିଡିଓରେ ଦେଖାଯାଇପାରେ ଯେ ବିଲେଇଟି ଜାରରେ ରଖାଯାଇଥିବା ମାଛକୁ ଆଣିବାପାଇଁ ହାତ ବଢାଇବା ମାତ୍ରେ ଅନ୍ୟ ବିଲେଇଟି ତାକୁ ମାରି ଅଟକାଉଛି | ସତେ ଯେମିତି ସେ ତାକୁ ପଶୁମାନଙ୍କୁ ହଇରାଣ ନ କରିବା ଏବଂ ମାଛକୁ ନିଜ ଖାଦ୍ୟ ନ ଭାବି ସାଙ୍ଗ ଭାବିବାକୁ ମେସେଜ ଦେଉଛି |

ଦେଖନ୍ତୁ କ୍ୟୁଟ ଭିଡିଓ :-

ଏହି ଭିଡିଓକୁ ଟ୍ୱିଟରରେ Nature & Animals ନାମକ ଆକାଉଣ୍ଟରୁ ସେୟାର କରାଯାଇଥିଲା | ଯାହାର କ୍ୟାପ୍ସନରେ ସେ ଲେଖିଛନ୍ତି, ” ମାଛ ଖାଇବା ଜିନିଷ ନୁହେଁ ବରଂ ସାଙ୍ଗ ଅଟେ” | ୧୧ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି | ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ଖୁବ ଭଲ ଲାଗୁଛି | ଲୋକମାନେ କେବଳ ଏହି ଭିଡିଓକୁ ସେୟାର କରୁନାହାନ୍ତି ବରଂ ଏହି ଭିଡିଓରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *