ପୂର୍ବ ଚୟନକର୍ତା ମାନେ ଧୋନୀଙ୍କୁ ନେଇ କଲେ ବଡ଼ ଖୁଲାସା, କହିଲେ ଏହିପରି ଭାବରେ କ୍ରିକେଟକୁ ପ୍ରବେଶ କରିଥିଲେ ଧୋନୀ

ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶାନ୍ତ ମନ ଓ ଚମତ୍କାର ଖେଳ ପାଇଁ ନିଜର ନାମ ବନାଇ ସାରିଛନ୍ତି । ଧୋନୀ ଏମିତି ଏକ ଅଧିନାୟକ ଅଟନ୍ତି ଯିଏକି ଦୁଇଟି ବିଶ୍ୱକପ ଜିତି ଇତିହାସ ରଚିଛନ୍ତି । ଏହି କାରଣ ପାଇଁ ସେ ପ୍ରତିଦିନ ଚର୍ଚ୍ଚାରେ ରହୁଛନ୍ତି ।

ଏହାମଧ୍ୟରେ ପୂର୍ବ ଚୟନକର୍ତା କିରଣ ମୋରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏକ ବଡ଼ କଥା କହିଦେଇଛନ୍ତି । ମୋରେ ଏମଏସ ଧୋନୀ କିପରି ଭାରତୀୟ ଦଳରେ ସାମିଲ ହେଲେ ତାହା କହିଥିଲେ । ଇଣ୍ଟରନାଶନାଲ ରେ ଡେବ୍ୟୁ କରିବା ପୂର୍ବରୁ ଧୋନୀ ଘରୋଇ କ୍ରିକେଟରେ ବବାଲ ମଚାଇ ସାରିଥିଲେ ।

ଏହାସହ ଧୋନୀଙ୍କୁ ଭାରତୀୟ ଦଳରେ ଖେଳିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା । ମୋରେ ଙ୍କ ମୁତାବିକ, ସେ ଧୋନୀଙ୍କ ଅନୁସନ୍ଧାନ କରିଥିଲେ । ଏହାସହ ଧୋନୀଙ୍କୁ ଦଳରେ ସାମିଲ କରିବାକୁ 10 ଦିନ ପର୍ଯ୍ୟନ୍ତ ମୋରେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମନାଉଥିଲେ ।

ମୋରେ କହିଥିଲେ, ଆମକୁ ଏହି ସମୟରେ ଏମିତି ଏକ ଖେଳାଳି ଦରକାର ଥିଲା ଯିଏକି ଆକ୍ରମକ ଅନ୍ଦାଜରେ ଖେଳୁଥିବା ସହ ଉଇକେଟ କିପିଂ ମଧ୍ୟ କରୁଥିବ ଏବଂ ରାହୁଲ ଦ୍ରାଭିଡଙ୍କ ସ୍ଥାନ ନେଇ ପାରୁଥିବ । ଆପଣଙ୍କୁ ଜଣାଇଦେଉଛୁ କି, 2001 ରେ ଭାରତ ପାଇଁ ଦୀପ ଦାସଗୁପ୍ତା, 2002 ମସିହାରେ ଅଜୟ ରାତ୍ର, 2003 ମସିହାରେ ପାର୍ଥିବ ପଟେଲ ଓ 2004 ମସିହାରେ ଦୀନେଶ୍ କାର୍ତ୍ତିକ ଭାରତ ପାଇଁ ଡେବ୍ୟୁ କରିଥିଲେ ।

ଏମାନଙ୍କ ମଧ୍ୟରୁ କୌଣସି ଖେଳାଳି ମଧ୍ୟ ସ୍ଥାୟୀ ସ୍ଥାନ ନେଇ ପାରିନଥିଲେ । ଦିନିକିଆରେ ଉଇକେଟ କିପିଂ ଭୂମିକା ରାହୁଲ ଦ୍ରାଭିଡ ନିଭାଉଥିଲେ ।

2004 ମସିହାରେ ଦିଲ୍ଲୀପ ଟ୍ରଫିର ଫାଇନାଲ୍ ମୁକାବିଲା ନର୍ଥ ଜୋନ୍ସ ଓ ଇଷ୍ଟ ଜୋନ୍ସ ମଧ୍ୟରେ ଖେଳାଗଲା ।

ଇଷ୍ଟ ଜୋନ ତରଫରୁ ଦୀପ ଦାସଗୁପ୍ତା ନିୟମିତ ଉଇକେଟ କିପର ଥିଲେ । ମୋରେ କହିଥିଲେ, ମୋ ସହଯୋଗୀ ପ୍ରଥମେ ଧୋନୀଙ୍କ ବ୍ୟାଟିଂ ଦେଖିଥିଲେ । ଏହାପରେ ମୁଁ ଯାଇ ଦେଖିଲି ଧୋନୀ ସେହି ମ୍ୟାଚରେ 170 ବଲରୁ 130 ରନ କରିଥିଲେ ।
ଆମେ ଚାହୁଁଥିଲୁ ଫାଇନାଲ୍ ମ୍ୟାଚରେ ମଧ୍ୟ ଧୋନୀ ଉଇକେଟ କିପର ଭାବରେ ଖେଳନ୍ତୁ ।

ଏହାପରେ ଗାଙ୍ଗୁଲି ଓ ଦୀପ ଦାସଗୁପ୍ତାଙ୍କ ସହ ମୋର ବହୁତ ବାଦ ବିବାଦ ହୋଇଥିଲା । ଏହାପରେ ମୋତେ ସୌରଭ ଗାଙ୍ଗୁଲି ଓ ତାଙ୍କର ଚୟନକର୍ତାଙ୍କୁ ଦୀପ ଦାସଗୁପ୍ତାଙ୍କୁ ଉଇକେଟ କିପିଂ ନକରାଇ ଧୋନୀଙ୍କୁ ଫାଇନାଲ୍ ରେ ଉଇକେଟ କିପିଂ ଦାୟିତ୍ୱ ଦେବାପାଇଁ ମୋତେ ତାଙ୍କ ମନାଇବାକୁ ଦୀର୍ଘ 10 ଦିନ ଲାଗି ଯାଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *