ଯୁବରାଜ ଆଗେଇ ଆସିଲେ ସହଯୋଗ ପାଇଁ: YOUWECAN ଅନେକ ରାଜ୍ୟର ହସ୍ପିଟାଲରେ ସ୍ଥାପନ କରିବ ୧୦୦୦ ବେଡ

ଗତ ଦୁଇମାସ ଧରି ଭାରତ କରୋନାର ଦ୍ୱିତୀୟ ଲହର ସହ ଲଢେଇ କରୁଛି। ଏହିଭଳି କଷ୍ଟ ସ୍ଥିତିରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସିଛନ୍ତି। ଯୁବରାଜ ସିଂଙ୍କର ସଂସ୍ଥା YOUWECAN ଭାରତରେ କୋଭିଡ-୧୯ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ବିଭିନ୍ନ ଡାକ୍ତରଖାନାରେ ୧୦୦୦ ଶଯ୍ୟା ସ୍ଥାପନ କରିବାକୁ ଘୋଷଣା କରିଛି।

ୱାନ ଡିଜିଟାଲ ଏନଣ୍ଟରଟେନମେଣ୍ଟ ସହ ସହଭାଗିତା କରି ଏହିପରି ପଦକ୍ଷେପ ଆରମ୍ଭ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛିଯେ, ଅମ୍ଳଜାନr ସୁବିଧା, ଭେଣ୍ଟିଲେଟର ଏବଂ ଓ୍ୱାଇପିଏପି ମେସିନ ଏବଂ କୋଭିଡ-୧୯ ରୋଗୀଙ୍କର ଭଲ ଯତ୍ନ ନେବା ପାଇଁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଚିକିତ୍ସା ଉପକରଣ ସହିତ ସଜ୍ଜିତ ଶଯ୍ୟା ଯୋଗାଇ ଦିଆଯିବ। ଏହା ବ୍ୟତୀତ ଏହି ଅନୁଷ୍ଠାନର ସରକାରୀ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଉନ୍ନତି ପାଇଁ କାର୍ଯ୍ୟ କରାଯିବ।

ଯୁବରାଜ କହିଛନ୍ତିଯେ,’କୋଭିଡ-୧୯ର ଦ୍ୱିତୀୟ ଲହର ବର୍ତ୍ତମାନ ଦେଶରେ ଭୟଙ୍କର ରୂପ ନେଇଛି। ସେ ଏକ ମନ୍ତବ୍ୟରେ କହିଛନ୍ତିଯେ, “ଆମେ ସମସ୍ତେ ଏହି କୋଭିଡ ସମୟରେ ଆମର ପ୍ରିୟଜନଙ୍କୁ ହରାଇଛୁ। ଅମ୍ଳଜାନ, ଆଇସିୟୁ ବେଡ ଏବଂ ଅନ୍ୟାନ୍ୟ ଜରୁରୀ ଚିକିତ୍ସାର ସୁବିଧା ପାଇଁ ସଂଘର୍ଷ କରୁଥିବାର ଅସଂଖ୍ୟ ଲୋକମାନଙ୍କୁ ଦେଖୁଛୁ। ଏହି ଦୃଶ୍ୟ ସମସ୍ତ ମୋତ ଗଭୀର ଭାବରେ ପ୍ରଭାବିତ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *