ମହାବଳ ବାଘର ଗଳା ଶୁଖି ଯାଉଥିବା ସମୟରେ ଫରେଷ୍ଟ ରେଞ୍ଜର ବାଘକୁ ପାଣି ପିଇବାକୁ ଦେଲେ,ଆଉ ତା ପରେ …ଦେଖନ୍ତୁ ଭିଡିଓ

ଚକ୍ରବାତ ୟାସ ଦେଶର କିଛି ଅଞ୍ଚଳରେ ବହୁତ କ୍ଷୟକ୍ଷତି କରିଦେଇଛି । ୟାସ କାରଣରୁ ଗୋଟିଏ 11 ବର୍ଷର ବାଘ ଜୀବନ ହାରିଥିଲା । ଯେତେବେଳେ ବାଘଟି ନୁଜର ଶେଷ ନିଶ୍ୱାସ ନେଉଥିଲା ତାକୁ ସେହି ସମୟରେ ପାଣି ପିଇବାକୁ ଦିଆଯାଇଥିଲା । ତାକୁ କିଛି ଖାଇବାକୁ ମଧ୍ୟ ଦିଆଯାଇଥିଲା। କୁହାଯାଉଛି କି, ଏହି ବାଘର ମୃତ୍ୟୁ ଶିକାର ନମିଳିବାରୁ ହୋଇଥିଲା । ବର୍ତ୍ତମାନ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଇଏଫଏସ ଅଫିସର ପ୍ରବୀଣ ଏହାକୁ ଟ୍ୱିଟରରେ ଶେୟର କରିଥିଲେ ଓ କ୍ୟାପ୍ସନରେ ଲେଖିଥିଲେ କି, ସୁନ୍ଦରବନ ବାଘ ରେଞ୍ଜର ଭିତରେ ଗୋଟିଏ 11 ବର୍ଷୀୟ ବୁଢ଼ା ବାଘର ବାତ୍ୟା ୟାସ କାରଣରୁ ମୃତ୍ୟୁ ହୋଇଯାଇଛି । ବାଘଟିର ମୃତ୍ୟୁ ଏହି କାରଣରୁ ହୋଇଥିଲା କାରଣ ତାକୁ ଖାଇବାକୁ ମିଳିନଥିଲା। ଫରେଷ୍ଟ ଡ଼ିପାର୍ଟମେଣ୍ଟ କର୍ମଚାରୀ ତାଙ୍କୁ ପାଣି ଦେଉଛନ୍ତି ଓ ଖାଦ୍ୟ ଦେଉଛନ୍ତି କାରଣ ସେ କେମିତି ବଞ୍ଚିଯାଉ, ଏଥିପାଇଁ ତାଙ୍କୁ ସାଲ୍ୟୁଟ ।

ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ଶେୟର କରାଯାଇଛି । ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି କି, ବାଘଟି ତଳେ ପଡ଼ି ରହିଛି ଓ ବହୁତ କଷ୍ଟ ସହକାରେ ନିଶ୍ୱାସ ନେଉଛି, ତା ମୁହଁ ମଧ୍ୟ ଖୋଲା ରହିଛି । ଯେତେବେଳେ ଏହି ଭିଡ଼ିଓ ଶେୟର କରାଯାଇଥିଲା ଲୋକମାନେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ କି, କଣପାଇଁ ବାଘକୁ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇ ନଥିଲା ।

ଆଇଏଫଏସ କହିଥିଲେ,ଯେତେବେଳେ ବାଘଟିକୁ ଦେଖାଗଲା ସେତେବେଳେ ସେ ତାର ଶେଷ ନିଶ୍ଵାସ ନେଉଥିଲା। ଏହି ସମୟରେ ବହୁତ ବିଳମ୍ବ ହୋଇଯାଇଥିଲା । ବାଘଟିକୁ ପାଣି ଦିଆଗଲା । ଯେଉଁଠି ଗୋଟିଏ ପଟରେ ଏହି ଭିଡ଼ିଓ ପ୍ରଶଂସା କରାଯାଉଛି ଓ ଅନ୍ୟ ପଟରେ ଲୋକମାନେ ବହୁତ ଦୁଃଖ ପ୍ରକାଶ କରୁଛନ୍ତି ।

ଆପଣଙ୍କୁ ଜଣାଇଦେଉଛୁ କି, ଆଇଏଫଏସ ଅଫିସର ସୋସିଆଲ ମିଡିଆରେ ଭିଡ଼ିଓ ଶେୟର କରୁଛନ୍ତି ଯାହାକୁ ଦେଖି ଲୋକମାନେ ଖୁସି ହୋଇଯାଉଛନ୍ତି ତ କେବେ ଦୁଃଖିତ ହୋଇ ଯାଉଛନ୍ତି । ଆଇଏଫଏସ ଏହି ସମୟରେ ଲୋକମାନଙ୍କୁ ବୁଝାଉଛନ୍ତି କି, ପ୍ରତିଟି ଜାନୁଆର ସହିତ ଭଲ ବ୍ୟବହାର କରାଯିବା ଉଚିତ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *