କଣ ପାକିସ୍ତାନ ପାଇଁ ଇତିହାସ ରଚିବାକୁ ଯାଉଛନ୍ତି ରୁଷ ରାଷ୍ଟ୍ରପତି ପୁତିନ ? ପଢନ୍ତୁ ପୁରା ଖବର

ଭାରତର ଚିର ବନ୍ଧୁ ରୁଷ ସହିତ ପାକିସ୍ତାନ ର ବନ୍ଧନ ବଢ଼ିବାରେ ଲାଗିଛି । ପାକିସ୍ତାନ ଏବେଏବେ ରୁଷ ସହିତ ଏକ ଗ୍ୟାସ ପାଇପଲାଇନ ଉପରେ ବୁଝାମଣା କରିଛି । କୁହାଯାଉଛି କି, ଏହି ବୁଝାମଣାର ହସ୍ତାକ୍ଷର ପରେ ପାକିସ୍ତାନକୁ ରୁଷ ରାଷ୍ଟ୍ରପତି ଗସ୍ତ କରିପାରନ୍ତି । ପାକିସ୍ତାନର ଏକ ଅଧିକାରୀ କହିଥିଲେ କି, ବିଗତ ସପ୍ତାହରେ କରାଚୀ ରୁ କସୁର ପର୍ଯ୍ୟନ୍ତ ପାଇପ ଲାଇନ ବିଛାଇବା ପାଇଁ ହସ୍ତାକ୍ଷର ପରେ ପୁତିନ ପାକିସ୍ତାନ ଗସ୍ତ କରିବେ । ପାଖାପାଖି ଦୁଇ ଦଶକ ହେବ ରୁଷର ଭାର ପୁତିନ ସମ୍ଭାଳିଛନ୍ତି । ପୁତିନ ଏପର୍ଯ୍ୟନ୍ତ ପାକିସ୍ତାନ ଗସ୍ତ କରିନାହାଁନ୍ତି ।

ରିପୋର୍ଟ ମୁତାବିକ,ପାକିସ୍ତାନ ଓ ରୁଷ ଉଭୟ ରୁଷ ରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତକୁ ନେଇ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମରୁ ମଧ୍ୟ ରାଷ୍ଟ୍ରପତି ପୁତିନ ଙ୍କୁ ଔପଚାରିକ ନିମନ୍ତ୍ରଣ ଦେଇସାରିଛନ୍ତି । ସୂଚନା ଅନୁସାରେ, ସାମ୍ନାକୁ ଆସୁଛି ଯଦି କେବେ ରୁଷ ପାଖରେ କିଛି ବଡ଼ ବିକ୍ରି କରିବାକୁ ରହିଥାଏ ସେତବେଳେ ପୁତିନ ସେହି ଦେଶ ଯାତ୍ରା କରିବାକୁ ଯାଇଥାନ୍ତି। ବର୍ତ୍ତମାନ ପୁତିନ ପାକିସ୍ତାନ ଯିବାଉପରେ ସମ୍ଭାବନା ବଢ଼ିଯାଇଛି ।

ପାକିସ୍ତାନ ଚାହୁଁଛି କି, ପୁତିନ ଗ୍ୟାସ ପାଇପ ଲାଇନ ପରିଯୋଜନା ଉଦ୍ଘାଟନ କରୁ । ଏହି ପରିଯୋଜନାର ଉଦ୍ଘାଟନ ଏହିବର୍ଷ ଶେଷକୁ କିମ୍ବା ଆଗାମୀ ବର୍ଷ ପ୍ରାରମ୍ଭରେ ହେବ । ଏହାପୂର୍ବରୁ ସେମାନଙ୍କ ମଧ୍ୟରେ ଶୀତ ଯୁଦ୍ଧରେ ପ୍ରତିଦ୍ବନ୍ଦିତା ଥିଲା ଓ ବର୍ତ୍ତମାନ ପକିସ୍ତାନ ଏହାକୁ କମାଇବାକୁ ଚାହୁଁଛି ।

ଏପ୍ରିଲ ମାସରେ ରୁଷ ବିଦେଶ ମନ୍ତ୍ରୀ ସରଗେଇ ଲାବରୋବ ଇସ୍ଲାମବାଦ ଯାତ୍ରା କରିଥିଲେ । ଯାତ୍ରା ସମୟରେ ସେ ରାଷ୍ଟ୍ରପତି ପୁତିନଙ୍କ ତରଫରୁ ପାକିସ୍ତାନୀ ନେତୃତ୍ୱଙ୍କୁ ସନ୍ଦେଶ ଦେଲେ କି, ମସ୍କୋ ସବୁ ସମ୍ଭବ ଇସ୍ଲାମାବାଦକୁ ସାହାର୍ଯ୍ୟ ଦେବାକୁ ପ୍ରସ୍ତୁତ ରହିଛି ।

ରୁଷ ଓ ପାକିସ୍ତାନ ବିଗତ ସପ୍ତାହରେ ପାକିସ୍ତାନ ଷ୍ଟିମ ନାଚୁରାଲ ଗ୍ୟାସ ପାଇପଲାଇନ ନିର୍ମାଣ ପାଇଁ ଏକ ବୁଝାମଣାରେ ହସ୍ତାକ୍ଷର କରିଥିଲେ । ରୁଷ ଉର୍ଜା ମନ୍ତ୍ରୀ ନିକୋଲାଇ ଶୁଲଗିନୋବ ଓ ମସ୍କୋ ରେ ପାକିସ୍ତାନ ରାଜଦୂତ ଶଫକତ ଅଲ୍ଲୀ ଖାନ ଶୁକ୍ରବାର ଦିନ ବୁଝାମଣାରେ ହସ୍ତାକ୍ଷର ଦେଲେ । ବର୍ତ୍ତମାନ ନର୍ଥ-ସାଉଥ ଗ୍ୟାସ ନାମ ବଦଳାଇ ଏବେ ପାକିସ୍ତାନ ଷ୍ଟିମ ନାଚୁରାଲ ଗ୍ୟାସ ପାଇପଲାଇନ କରିଦିଆଯାଇଛି ।

ଶୀତ ଯୁଦ୍ଧରେ ପାକିସ୍ତାନ ଓ ରୁଷ ମଧ୍ୟରେ ବିବାଦ ଥିଲା । ବର୍ତ୍ତମାନ ପାକିସ୍ତାନ ଓ ରୁଷ ଏହି ଯୋଜନା ଆରମ୍ଭ କରି ସେମାନଙ୍କ ମଧ୍ୟରେ ଥିବା ତିକ୍ତତା କୁ କମାଇବାକୁ ଯାଉଛନ୍ତି। ଉଭୟ ଦେଶ ଏବେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ନେଇ ଏକ ନୂଆ ଯୁଗରେ ପାଦ ରଖିବାକୁ ନିର୍ଣ୍ଣୟ ନେଇଛନ୍ତି ।

ରୁଷ ଓ ପାକିସ୍ତାନ ମଧ୍ୟରେ ଏହି ବୁଝାମଣାର ହସ୍ତାକ୍ଷର 2015 ମସିହାରୁ ହୋଇସାରିଥିଲା କିନ୍ତୁ ଆମେରିକା ରୁଷ ର କିଛି କମ୍ପାନୀ ଉପରେ ବ୍ୟାନ ଲଗାଇ ଅନ୍ୟ କାରଣରୁ 1122 କିଲୋମିଟର ଏହି ପରିଯୋଜନା ରେ ସଫଳ ହୋଇନଥିଲା ।

ବର୍ତ୍ତମାନ ସବୁ ବାଧା ପରେ ଦୁଇଦେଶ ଏବେ ଏହି କାର୍ଯ୍ୟକୁ ସମାପ୍ତ କରିବାକୁ ଚାହୁଁଛନ୍ତି । ଦ ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ମୁତାବିକ, ରୁଷ ଏହି ପାଇପଲାଇନ ପାଇଁ 74 ପ୍ରତିଶତ ଖର୍ଚ୍ଚ ବହନ କରିବ ।

ଏହାପୂର୍ବରୁ ସୂଚନା ଆସୁଥିଲା କି, ରୁଷ ଏହାର ସମସ୍ତ ଖର୍ଚ୍ଚ ବହନ କରିବ । ଏହି ପାଇପଲାଇନ ହେବାପରେ ପକିସ୍ତାନର ପଞ୍ଜାବ ପ୍ରାନ୍ତ ଅଞ୍ଚଳରେ ଉର୍ଜାର ଅଭାବ ରହିବନାହିଁ ।

ଘଟଣାକ୍ରମରେ ପରିଚିତ ଅଧିକାରୀ ମାନେ କହିଥିଲେ, ପାକିସ୍ତାନ ପାଇଁ ଏହି ପରିଯୋଜନା ର କେବଳ ଆର୍ଥିକ ନୁହେଁ ରଣନୀତିକ ମହତ୍ୱ ମଧ୍ୟ ରହିଛି । ସେ କହିଥିଲେ, ପାକିସ୍ତାନ ନିଜର ବିଦେଶ ନୀତିରେ ବିବିଧତା ଆଣିବାପାଇଁ ନିଜର ପ୍ରୟାସ ଦ୍ୱାରା ରୁଷ ସମ୍ବନ୍ଧ ବନାଇବାକୁ ଚାହୁଁଛି ।

ଉଭୟ ଦେଶ ନା କେବଳ ଆର୍ଥିକ ସମ୍ଵନ୍ଧକୁ ମଜବୁତ ବନାଇବାକୁ ଚାହାଁନ୍ତି ବରଂ ରୁଷ ମଧ୍ୟ ଏବେ ପାକିସ୍ତାନକୁ ହତିଆର ବିକ୍ରି କରିବାକୁ ଚାହୁଁଛି । ଯାହାକୁ ସେ ଅତୀତରେ ଭାରତର ବିରୋଧ କାରଣରୁ ଏଡାଉଥିଲା ।

ରୁଷ ଓ ପାକିସ୍ତାନ 2016 ମସିହାରୁ ନିୟମିତ ରୂପରେ ସଂଯୁକ୍ତ ସୈନ୍ୟ ଅଭ୍ୟାସ କରୁଛନ୍ତି । ଯାହାକି ମସ୍କୋ ଓ ଇସ୍ଲାମାବାଦ ସମ୍ପର୍କକୁ ଭବିଷ୍ୟତରେ ମଜବୁତ କରିବ । ଏହାବ୍ୟତୀତ ଉଭୟ ଦେଶ ବର୍ତ୍ତମାନ ଆଫଗାନିସ୍ତାନ ସହିତ ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ବିଚାର କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *