ନିଜର ପ୍ରଥମ ମ୍ୟାଚରେ ସେ ଚର୍ଚ୍ଚାକୁ ଆସିଥିଲେ କିନ୍ତୁ ତା ପରେ ଧୋନୀଙ୍କ କାରଣରୁ ତାଙ୍କ କ୍ୟାରିଅର ଏକ ପାସେଞ୍ଜର ଟ୍ରେନ ଭଳି ହୋଇଗଲା,ଏହାପରେ ହାରିବା ମ୍ୟାଚ ଜିତାଇ ହୋଇଗଲେ ହିରୋ

2004 ମସିହାରେ ଭାରତର ଖବର କାଗଜର ଖେଳ ପୃଷ୍ଠାରେ ଏକ ଖବର ଛପିଥିଲା । ଏହି ଖବର ରେ ଏକ ଯବାନ ଆଉ ଯୁବ ତାରକା ପବନରେ ଡେଇଁ ପଡ଼ି ପ୍ରତିପକ୍ଷ ଟିମର ଖେଳାଳିଙ୍କୁ ଷ୍ଟମ୍ପ ଆଉଟ କରିଥିଲା । ଯେମିତି ସେ ଫୋଟୋରେ ଉଡ଼ୁଥିଲେ ସେହିପରି ତାଙ୍କର ଏହି ଆଥଲେଟିଜିମ୍ସ ଙ୍କ ଚର୍ଚ୍ଚା ହେବାରେ ଲାଗିଥିଲା । ଏହି ଖେଳାଳି ହେଉଛନ୍ତି ନିଜର ପ୍ରଥମ ଡେବ୍ୟୁ ମ୍ୟାଚ ଖେଳୁଥିବା ଖେଳାଳି ଦୀଣେଶ କାର୍ତ୍ତିକଙ୍କର । ସେ ଇଂଲଣ୍ଡ ର ମଇକେଲ ୱାନ ଙ୍କୁ ଆଉଟ କରିଥିଲେ । ଆଜି ଏହିକଥା କହିବାର କାରଣ ହେଉଛି କି, ଗତକାଲି ଜୁନ 1 ତାରିଖରେ ଦୀନେଶ କାର୍ତ୍ତିକଙ୍କ ଜନ୍ମଦିନ ହୋଇଥିଲା । 1 ଜୁନ 1985 ମସିହାରେ ତାଙ୍କର ଜନ୍ମ ହୋଇଥିଲା । 2004 ମସିହାରେ ଏହି ଖେଳାଳି ଦଳରେ ସ୍ଥାନ ପାଇବାପରେ ମଧ୍ୟ ଦଳରେ ମୌକା ବନାଇବାକୁ ସଂଘର୍ଷ କରୁଥିଲେ ।

ଦୀନେଶ କାର୍ତ୍ତିକ 2004 ମସିହାରେ ଭାରତୀୟ ଅଣ୍ଡର-19 କ୍ରିକେଟର ଅଂଶ ଥିଲେ । ଏହି ସମୟରେ ସୁରେଶ ରାଇନା, ଆମ୍ବତି ରାୟୁଡୁ, ଶିଖର ଧାୱନ ଓ ରବିନ ଉଥପାଙ୍କ ଭଳି ଖେଳାଳି ତାଙ୍କ ସହ ଡେବ୍ୟୁ କରିଥିଲେ । କିନ୍ତୁ କାର୍ତ୍ତିକ ସର୍ବପ୍ରଥମେ ଟିମ ଇଣ୍ଡିଆରେ ସ୍ଥାନ ବନାଇଲେ, ସେ ସେପ୍ଟେମ୍ବର 2004 ରେ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ଏହାର ଦୁଇମାସ ପରେ ନଭେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇରେ ଟେଷ୍ଟ ଡେବ୍ୟୁ କଲେ । କିନ୍ତୁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଦଳରେ ରହିପାରିନଥିଲେ । କାରଣ ପ୍ରଥମ 10ଟି ମ୍ୟାଚରେ ସେ ମାତ୍ର ଗୋଟିଏ ଅର୍ଧଶତକ ମାରିଥିଲେ । ଏହାପରେ ଭାରତୀୟ ଦଳରେ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରବେଶ ପରେ ସାରା ଇତିହାସ ବଦଳିଯାଇଥିଲା । କାର୍ତ୍ତିକ ଏହାପରଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦଳରେ ଖେଳି ପାରିନଥିଲେ । ତାଙ୍କୁ କେବଳ ସେହି ସମୟରେ ମୌକା ମିଳିଥିଲା ଯେବେ ଟିମ ରେ ଧୋନୀ ସାମିଲ ନଥାନ୍ତି ।

ଗୋଟିଏ ଫର୍ମାଟରେ ଭାରତ ପାଇଁ 100 ମ୍ୟାଚ ଖେଳି ପାରିନଥିଲେ :-

2007 ମସିହାରେ ସେ ଟେଷ୍ଟରେ ନିଜର ପ୍ରଥମ ଶତକ ମାରିଥିଲେ । ଏହି କାରନାମା ସେ ଢାକା ରେ ବାଂଲାଦେଶ ବିପକ୍ଷରେ କରିଥିଲେ । ଏହାମଧ୍ୟରେ ସେ କିଛି ସମୟ ଟେଷ୍ଟ ଓପନର ମଧ୍ୟ ରହିଥିଲେ କିନ୍ତୁ ପାଳି ଲମ୍ବା ଚାଲି ନଥିଲା । ଏହାପରେ ଟେଷ୍ଟରେ ଋଦ୍ଧିମାନ ଶହ ଆସିବାପରେ କାର୍ତ୍ତିକଙ୍କ ରାସ୍ତା ବନ୍ଦ ହୋଇଗଲା । ସେ 2007 ମସିହାରେ ଭାରତକୁ t-20 ବିଶ୍ୱକପ ବିଜେତା କରାଇବାରେ ଦଳରେ ସାମିଲ ଥିଲେ ଓ ସେ 2013 ମସିହାରେ ଚମ୍ପିୟାନ୍ସ ଟ୍ରଫି ଜିତିବାରେ ମଧ୍ୟ ଦଳରେ ସାମିଲ ଥିଲେ । ଏହାପରେ 2018 ମସିହାରେ ମଧ୍ୟ ସେ ଟେଷ୍ଟ ମ୍ୟାଚ ଖେଳିଥିଲେ । କିନ୍ତୁ ଡେବ୍ୟୁର 16 ବର୍ଷ ପରେ ମଧ୍ୟ କାର୍ତ୍ତିକ ଭାରତ ପାଇଁ କୌଣସି ଫର୍ମାଟରେ ମଧ୍ୟ ଶତକ ହାସଲ କରିନଥିଲେ ।

ନିଦାହସ ଟ୍ରଫି ରୁ ଅମର ହେଲେ କାର୍ତ୍ତିକ :-

ସେ 26ଟି ଟେଷ୍ଟରେ 25 ଆଭରେଜରେ 1025 ରନ କରିଥିଲେ । ଏଠାରେ ତାଙ୍କ ନାମରେ ଗୋଟିଏ ଶତକ ଓ 7 ଅର୍ଧଶତକ ସାମିଲ ଥିଲା । ସେହିପରି 94ଟି ଦିନିକିଆରେ 9ଟି ଅର୍ଧଶତକ ସହିତ 1752 ରନ କରିଥିଲେ । ଏହାପରେ 32 t-20 ମ୍ୟାଚରେ ସେ 399 ରନ କରିଛନ୍ତି । ତାଙ୍କ କ୍ୟାରିଅର ର ସବୁଠାରୁ ସ୍ମରଣୀୟ ପାଳି 2018 ମସିହାରେ ନିଦାହସ ଟ୍ରଫିରେ ଆସିଥିଲା । ସେତେବେଳେ ଭାରତକୁ ଶେଷ ଦୁଇ ଓଭରରେ 34 ରନର ଆବଶ୍ୟକତା ଥିଲା । କାର୍ତ୍ତିକ 19 ଓଭରରେ 22 ରନ ସଂଗ୍ରହ କରିଥିଲେ । ଏହାପରେ ଶେଷ ବଲରେ ଛକା ମାରି ଭାରତକୁ ଜିତାଇଥିଲେ ।

ଏହାପରେ ସେ 2019 ମସିହା ବିଶ୍ୱକପ ଦଳରେ ସାମିଲ ଥିଲେ । କିନ୍ତୁ ତାଙ୍କୁ ଖେଳିବାର ମୌକା ସେମିଫାଇନାଲ୍ ରେ ମିଳିଥିଲା, ଯେଉଁଥିରେ ସେ ଭଲ ପ୍ରଦର୍ଶନ କରିନଥିଲେ ଓ ଏହା ପରଠାରୁ ଦଳରେ ଦେଖାଯାଇନଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *