କରୋନା : ନଦୀ କୂଳରେ ଅଧା ଜଳି ଯାଇଥିବା ମଣିଷ ଶ-ବ-କୁ ଖାଉଥିବାର ଦେଖାଗଲେ ବୁଲା କୁକୁର

ଉତ୍ତରାଖଣ୍ଡରେ ଭାଗୀରଥୀ ନଦୀ କୂଳରେ ଥିବା କେଦାର ଘାଟରେ ମଣିଷ ଶରୀରକୁ ବୁଲା କୁକୁରମାନେ ଖାଉଥିବାର ବିଭତ୍ସ ଭିଡିଓ ସାମ୍ନାକୁ ଆସିଛି | ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଗତ କିଛି ଦିନ ହେବ ବର୍ଷା କାରଣରୁ ଭାଗୀରଥୀ ଜଳ ବଢିବା କାରଣରୁ ଅଧା ଜଳିଯାଇଥିବା ଶ-ବ-ର କିଛି ଅଂଶ କୂଳକୁ ଆସିଯାଇଥିଲା | ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ମୁଁ ଗତକାଲି କିଛି ପେଣ୍ଟିଂ କାମ କରୁଥିଲି, ଠିକ ସେତିକିବେଳେ ମୁଁ ଅଧା ଜଳି ଯାଇଥିବା ଶବକୁ ଦେଖିଲି, ଏହି ବୁଲା କୁକୁରମାନେ ସେହି ଶ-ବ-କୁ ଖାଉଥିଲେ | ଜିଲ୍ଲା ପ୍ରଶାସନ ଏବଂ ସହରୀ ସଂସ୍ଥା ଏହା ବିଷୟରେ ତୁରନ୍ତ ଆକ୍ସନ ନେବା ଉଚିତ | ଏହା ଚିନ୍ତାର ବିଷୟ ଅଟେ |’

ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ଯେ ହୋଇପାରେ ଏହି ଶ-ବ କୋଭିଡ ସଂକ୍ରମିତ ଲୋକ ହୋଇଥାଇପାରେ ଏବଂ ତାର ଶ-ବ-ଦା-ହ କରାଯାଇଥିଲା | ସହରୀ ସଂସ୍ଥାର ଅଧିକାରୀମାନେ ଏ ବାବଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଯାହାଦ୍ୱାରା ସଂକ୍ରମଣର ପ୍ରସାରକୁ ବନ୍ଦ କରାଯାଇପାରିବ | ସେ କହିଛନ୍ତି, “ମୁଁ ପ୍ରଶାସନକୁ ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ଅନୁରୋଧ କରୁଛି | ସେ କହିଛନ୍ତି ଯେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଜିଲ୍ଲା ପ୍ରଶାସନ ଏବଂ ସହରୀ ସଂସ୍ଥା ନିକଟରେ ଅ-ଭି-ଯୋ-ଗ ହୋଇଛି, କିନ୍ତୁ ଅନ୍ତିମ ସଂସ୍କାର ପରେ ଶବକୁ ‘ନିଷ୍କାସନ’କୁ ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ |

ଏହା ମଧ୍ୟରେ ମ୍ୟୁନିସିପାଲିଟି ସଭାପତି ରମେଶ ସେମୱାଲ କହିଛନ୍ତି ଯେ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଅଭିଯୋଗ ପାଇବା ପରେ ସେମାନେ କେଦାର ଘାଟରେ ଅଧା ଜଳିଯାଇଥିବା ଶବଗୁଡ଼ିକର ଶେଷ ରୀତିନୀତି କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରିଛନ୍ତି | ସେ କହିଛନ୍ତି, ‘ଗତ କିଛି ଦିନ ହେବ ଆମ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି | ମତେ ଖବର ମିଳିଛି ଯେ ଶବଗୁଡିକର ସଠିକ ଭାବରେ ଶବଦାହ କରାଯାଉ ନାହିଁ | କେଦାର ଘାଟରେ ଅଧା ଜଳିଯାଇଥିବା ଶବଗୁଡ଼ିକର ଶେଷ ରୀତିନୀତି ବିଷୟରେ ମୁଁ ନିର୍ଦ୍ଦେଶନାମା ଜାରି କରିଛି | ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ବହୁତ ସଂଖ୍ୟାରେ ଶବଗୁଡିକୁ ଗଙ୍ଗା ନଦୀରେ ବହୁଥିବାର ମାମଲା ସାମ୍ନାକୁ ଆସିଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *