ଅଭିନେତା ସୁଶାନ୍ତ ମା-ମ-ଲା : NCB ହାତରେ ଏମିତି ଧରାପଡିଲା ସିଦ୍ଧାର୍ଥ ପିଥାନି, ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଫସିଗଲେ,ଜାଣନ୍ତୁ ପୁରା ଖବର

ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁରଙ୍କ ମୃ-ତ୍ୟୁ-କୁ ଏକ ବର୍ଷ ପୁରା ହେବାକୁ ଯାଉଛି | ସୁଶାନ୍ତ ଜୁନ ୧୪, ୨୦୨୦ ରେ ମୁମ୍ବାଇରେ ନିଜ ଫ୍ଲାଟରେ ମୃ-ତ ଅବସ୍ଥାରେ ମିଳିଥିଲେ | ଏହି ମାମଲାର ଯାଞ୍ଚ ସିବିଆଇ ଏବଂ ଏନସିବି କରୁଛି | ସିବିଆଇ ବର୍ତ୍ତମାନ ସୁଦ୍ଧା କେ-ସ-ରେ କୌଣସି ସିଦ୍ଧାନ୍ତରେ ପହଂଚି ପାରିନାହିଁ | ଏନସିବି ନିଜ ଯାଞ୍ଚକୁ ମକଳୁ ବଢ଼ାଇ ବର୍ତ୍ତମାନ ସୁଶାନ୍ତଙ୍କ ରୁମମେଟ ସିଦ୍ଧାର୍ଥ ପିଥାନିଙ୍କୁ ହାଇଦ୍ରାବାଦରୁ ଗି-ର-ଫ କରିଛି | ସିଦ୍ଧାର୍ଥଙ୍କୁ ଧରିବା ଏତେ ସହଜ ନଥିଲା | ବର୍ତ୍ତମାନ ଜଣାପଡିଛି ଯେ ଏନସିବି ସୋସିଆଲ ମିଡ଼ିଆ ମାଧ୍ୟମରେ ସିଦ୍ଧାର୍ଥଙ୍କୁ ଖୋଜିଥିଲା ଏବଂ ତାଙ୍କୁ ଗି-ର-ଫ କରିଛି |

ସୁଶାନ୍ତଙ୍କ ମୃ-ତ୍ୟୁ ପରେ ଡିଲିଟ କରି ଦେଇଥିଲେ ଇନଷ୍ଟା ଆକାଉଣ୍ଟ :-

‘ମିଡ ଡେ’ର ଏକ ରିପୋର୍ଟ ଅନୁଯାୟୀ, ଏନସିବି ଅଗଷ୍ଟ ୨୦୨୦ ଠାରୁ ହିଁ ସିଦ୍ଧାର୍ଥ ପିଥାନିଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲା | ସିଦ୍ଧାର୍ଥ ପିଥାନି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ ସୁଶାନ୍ତଙ୍କ ମୃ-ତ୍ୟୁ ସମୟରେ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିଲେ |ରିପୋର୍ଟରେ କୁହାଯାଇଛି ଯେ ଏନସିବି ସିଦ୍ଧାର୍ଥଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଟ୍ରାକ କରିଛି | ସୁଶାନ୍ତଙ୍କ ମୃ-ତ୍ୟୁ ପରେ ସିଦ୍ଧାର୍ଥ ତାଙ୍କର ପୁରୁଣା ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ କରିଦେଲେ | ବର୍ତ୍ତମାନ କିଛି ସମୟ ପୂର୍ବରୁ ସେ ଏକ ନୂଆ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ |

ଏପ୍ରିଲରେ ନୂତନ ଆକାଉଣ୍ଟରୁ ସେୟାର କଲେ ଫଟୋ :-

ରିପୋର୍ଟରେ କହାଯାଇଛି ଯେ ସିଦ୍ଧାର୍ଥ ଗତ ବର୍ଷ ଅଗଷ୍ଟରୁ ହିଁ ଏନସିବି ଠାରୁ ଦୂରେଇ ରହୁଥିଲେ | ଏପ୍ରିଲ ମାସରେ ନୂଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜ ଜିମରୁ ଏକ ଫଟୋ ସେୟାର କରିଥିଲେ | ଏହି ଫଟୋ ବ୍ୟତୀତ ସିଦ୍ଧାର୍ଥ ସୋସିଆଲ ମିଡିଆରେ ତାଙ୍କର ଏନଗେଜମେଣ୍ଟର ଫଟୋ ମଧ୍ୟ ପୋଷ୍ଟ କରିଥିଲେ | ଏନସିବି ଟିମ ସେହି ଜିମକୁ ଖୋଜିଥିଲେ, ଯାହାକୁ ସିଦ୍ଧାର୍ଥ ତାଙ୍କ ଫଟୋରେ ଟ୍ୟାକ କରିଥିଲେ | ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ କହିଛନ୍ତି ଯେ ସିଦ୍ଧାର୍ଥ ପିଥାନି ଏନସିବିର ଡାକରାକୁ କୌଣସି ଜବାବ ଦେଉନାଥିଲା | ଏହା ପରେ ଏନସିବି ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଖୋଜିବାକୁ ଚେଷ୍ଟା କରିଥିଲା |

ସୁଶାନ୍ତଙ୍କ ହାଉସ ହେଲ୍ପ ନୀରଜ ଏବଂ କେଶବଙ୍କୁ ମଧ୍ୟ ପଚରାଉଚରା କରିଥିଲେ :-

ସିଦ୍ଧାର୍ଥ ପିଥାନି ଗି-ର-ଫ ହେବା ପରେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ସନ୍ତୋଷ ବ୍ୟକ୍ତ କରିଥିଲେ | ଏହା ପରେ ଏନସିବି ସୁଶାନ୍ତ ସିଂ ରାଜପୁତଙ୍କ ଘରେ କାମ କରୁଥିବା ନୀରଜ ଏବଂ କେଶବଙ୍କୁ ମଧ୍ୟ ପଚରାଉଚରା ପାଇଁ ଡାକିଛନ୍ତି | ତେବେ ୱାନକେଡେ ଏପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି ଯେ ସିଦ୍ଧାର୍ଥ, ନୀରଜ ଏବଂ କେଶବ ଏନସିବି ଅଧିକାରୀଙ୍କୁ ପଚରାଉଚରା ବେଳେ କଣ କଣ କହିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *