କ୍ରିକେଟ ଖେଳାଳିଙ୍କ ଆୟ ତୋ ଜାଣନ୍ତି ନାହିଁ କିନ୍ତୁ କୋଚଙ୍କୁ କେତେ ପଇସା ମିଳେ, କିଏ ହେଉଛନ୍ତି ଦୁନିଆର ସବୁଠାରୁ ମହଙ୍ଗା କ୍ରିକେଟ କୋଚ?

କ୍ରିକେଟର ଖେଳ ପଡିଆରେ ଗୋଟିଏ ଦଳର ୧୧ଜଣ ଲେଖାଏଁ ଖେଳାଳି ଉଲ୍ହାନ୍ତି କିନ୍ତୁ ଡ୍ରେସିଂ ରୁମରେ ବସିଥିବା କୋଚର ଭୂମିକା ମଧ୍ୟ କମ ନୁହେଁ। ଜଣେ ଭଲ କୋଚ ଲଗାତାର ମ୍ଯାଚ ଉପରେ ନଜର ରଖିଥାଏ ଓ ଅଧିନାୟକଙ୍କ ସହିତ ମିଶିକରି ଦଳକୁ ଏକଜୁଟ କରନ୍ତି। ନୂଆ ରଣନୀତି ତିଆରି କରି ନିଜର ଦଳକୁ ବିରୋଧୀଙ୍କ ସମ୍ମୁଖରେ ଓ ଖେଳାଳିଙ୍କ ଖେଳରେ ଗଡବଡକୁ ସୁଧାରିବା ପାଇଁ ଏମାନଙ୍କର ଦାୟିତ୍ଵ ହୋଇଥାଏ। ଏମିତିରେ ଆଜି ଜାଣିବାକି କୋଚ ମାନେ କେତେ ପଇସା ଆୟ କରନ୍ତି ଓ ଦୁନିଆର ସବୁଠାରୁ ମହଙ୍ଗା କ୍ରିକେଟ କୋଚ କିଏ?

ଲାଲଚାନ୍ଦ ରାଜପୁତ:-

ସେ ଜିମ୍ବାୱେର କୋଚ ଅଟନ୍ତି। ସେ ୨୦୧୮ରେ ହିଥ ଷ୍ଟ୍ରିକ ସ୍ଥାନରେ ଆସିଥିଲେ। ଲାଲଚାନ୍ଦ ଏହା ପୂର୍ବରୁ ମଧ୍ୟ ଟିମ ଇଣ୍ଡିଆ ସହିତ ମଧ୍ୟ ରହିଥିଲେ। ତାଙ୍କୁ ବାର୍ଷିକ ୩୫.୮ ଲକ୍ଷ ଟଙ୍କା ମିଳେ।

ଫିଲ ସିମନ୍ସ:-

ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ଥିଲେ, ଫିଲ ସିମନ୍ସ ବର୍ତ୍ତମାନ ଏହି ଦଳର କୋଚ ହୋଇଛନ୍ତି। ସେ ମଧ୍ୟ ୨୦୯୧ରେ ଏହି ପୋଷ୍ଟକୁ ଆସିଥିଲେ। ସେ ଫ୍ଲଏଡ ରେଫର୍ଙ୍କ ସ୍ଥାନ ନେଇଥିଲେ। ସିମନ୍ସଙ୍କୁ ବାର୍ଷିକ ୬୪.୫ ଲକ୍ଷ ଟଙ୍କା ମିଳିଥାଏ।

ମାର୍କ ବାଓଚର:-

ଦକ୍ଷିଣ ଆଫ୍ରିକାର ୱିକେଟକିପର ପୂର୍ବତନ ଖେଳାଳି, ବର୍ତ୍ତମାନ ଏହି ଦଳର କୋଚ ମଧ୍ୟ ଅଛନ୍ତି। ସେ ୨୦୧୯ ବିଶ୍ୱକପ ପରେ ସେ ଓଟିସ୍ ଗିବସନଙ୍କ ସ୍ଥାନ ନେଇଥିଲେ। ମାର୍କ ବାଓଚର ବାର୍ଷିକ ୧.୦୫ କୋଟି ଟଙ୍କା ପାଆନ୍ତି।

ରସେଲ ଡୋମିଙ୍ଗୋ:-

ସେ ବାଂଲାଦେଶ କ୍ରିକେଟ ଦଳର କୋଚ ଅଟନ୍ତି। ରସେଲ ଡୋମିଙ୍ଗୋ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କୋଚ ରହିଆସିଛନ୍ତି। ସେ ୨୦୧୯ରେ ବାଂଲାଦେଶ ଦଳର କୋଚ ହୋଇଥିଲେ। ସେ ବାଂଲାଦେଶ କ୍ରିକେଟ ବୋର୍ଡରୁ ବାର୍ଷିକ ୧.୨୯ କୋଟି ଟଙ୍କା ପାଉଛନ୍ତି।

ଗେରୀ ଷ୍ଟିଡ:-

ଏ ହେଉଛନ୍ତି ନ୍ୟୁଜଲାଣ୍ଡ ଦଳର କୋଚ। ଗେରୀ ଷ୍ଟିଡ କୋଚ ପଦରେ ମାଇକ ହେସନଙ୍କ ସ୍ଥାନ ନେଇଛନ୍ତି। ୨୦୧୯ ବିଶ୍ଵକପ ସମୟରେ ମଧ୍ୟ କୋଚ ଥିଲେ। ନ୍ୟୁଜଲାଣ୍ଡ ମହିଳା କ୍ରିକେଟ ଦଳର କୋଚ ମଧ୍ୟ ରହିଛନ୍ତି। ସେ ନ୍ୟୁଜଲାଣ୍ଡ କ୍ରିକେଟ ବୋର୍ଡରୁ ୧.୭୩ କୋଟି ଟଙ୍କା ମିଳିଥାଏ।

ମିସବା-ଉଲ-ହକ:-

ଏହି ପାକିସ୍ତାନ ପୁରୁଷ କ୍ରିକେଟ ଦଳର କୋଚ। ୨୦୧୯ରେ, ସେ ମିକି ଆର୍ଥରଙ୍କ ସ୍ଥାନରେ କୋଚ ହୋଇଥିଲେ। ଆରମ୍ଭରେ ମୁଖ୍ୟ ଚୟନକର୍ତ୍ତା ପଦ ମଧ୍ୟ ତାଙ୍କ ସହିତ ଥିଲା କିନ୍ତୁ ପରେ ସେ ଇସ୍ତଫା ଦେଇଥିଲେ। କୋଚିଂ ଦାୟିତ୍ଵ ପାଇଁ ମିସବା-ଉଲ-ହକଙ୍କୁ ପ୍ରତିବର୍ଷ ୧.୭୯ କୋଟି ଟଙ୍କା ମିଳିଥାଏ।

ମିକି ଆର୍ଥର:-

ଶ୍ରୀଲଙ୍କାର କୋଚ ମଧ୍ୟ ରୋଜଗାର କ୍ଷେତ୍ରରେ ପଛରେ ନାହାଁନ୍ତି। ସେ ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନର କୋଚ ମଧ୍ୟ ରହିଛନ୍ତି। ୨୦୧୯ରେ ବିଶ୍ୱକପ ପରେ ମିକି ଆର୍ଥର ଶ୍ରୀଲଙ୍କା ଦଳର ପରାମର୍ଶଦାତା ହୋଇଥିଲେ। ସେ ଶ୍ରୀଲଙ୍କା ବୋର୍ଡରୁ ବାର୍ଷିକ ୩.୪୪କୋଟି ଟଙ୍କା ପାଆନ୍ତି।

କ୍ରିସ ସିଲଭରଉଡ:-

ସେ ଇଂଲଣ୍ଡର ପୁରୁଷ କ୍ରିକେଟ ଦଳର କୋଚ। ୨୦୧୯ ମସିହା ବିଶ୍ୱକପରେ ସେ ଏହି ପଦବୀକୁ ଆସିଥିଲେ, ସେବେଠାରୁ ସେ ଇଂରାଜୀ ଦଳର କୋଚ ପଦ ପରିଚାଳନା କରୁଛନ୍ତି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡରୁ କ୍ରିସ ସିଲଭରଉଡ ବାର୍ଷିକ ୪.୬୫କୋଟି ଟଙ୍କା ଗ୍ରହଣ କରନ୍ତି।

ଜଷ୍ଟିନ ଲେଙ୍ଗର:-

ସେ ଅଷ୍ଟ୍ରେଲିଆର ମୁଖ୍ୟ ପ୍ରଶିକ୍ଷକ ଅଟନ୍ତି। ୨୦୧୮ରେ, ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ସ୍ୟାଣ୍ଡପେପର ଗେଟ ଅର୍ଥାତ ବଲ ଟାମ୍ପରିଂ ମାମଲା ପରେ ଅଷ୍ଟ୍ରେଲିୟ ଦଳର କୋଚ ହୋଇଥିଲେ। ସେବେଠାରୁ ସେ ଏହି ପୋଷ୍ଟରେ ଅଛନ୍ତି। ଏହି କାମ ପାଇଁ ଜଷ୍ଟିନ ଲେଙ୍ଗର କ୍ରିକେଟ ଅଷ୍ଟ୍ରେଲିଆରୁ ବାର୍ଷିକ ୪.୬୭କୋଟି ଟଙ୍କା ପାଇଥାନ୍ତି।

ରବି ଶାସ୍ତ୍ରୀ:-

ଭାରତୀୟ ଦଳର ମୁଖ୍ୟ କୋଚ ଦୁନିଆର ବାକି କ୍ରିକେଟରଙ୍କ ତୁଳନାରେ ସବୁଠୁ ଅଧିକ ପଇସା ଆୟ କରନ୍ତି। ସେ ସର୍ବପ୍ରଥମେ ୨୦୧୪ରେ ଦଳର ନିର୍ଦ୍ଦେଶକ ଥିଲେ ଓ ଦୁଇବର୍ଷ ପର୍ଯ୍ଯନ୍ତ ଏହି ପଦରେ ରହିଥିଲେ। ପୁଣି ୨୦୧୭ରେ ଭାରତୀୟ ଦଳର ମୁଖ୍ୟ କୋଚ ହୋଇଥିଲେ, ରବି ଶାସ୍ତ୍ରୀ କଣ୍ଟ୍ରାକ୍ଟ ଅନୁସାରେ ସେ ବର୍ଷକୁ ୯.୫ ରୁ ୧୦କୋଟି ଟଙ୍କା ପର୍ଯ୍ଯନ୍ତ ଆୟ କରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *