ଦେଖନ୍ତୁ ଭିଡିଓ : 6 ବର୍ଷର ଝିଅ ପଚାରିଲା ମୋଦି ସାର, ଛୋଟ ପିଲାଙ୍କ ଉପରେ ଏତେ କାମ ବୋଝ କଣପାଇଁ ? ଭିଡ଼ିଓ ହେଲା ଭାଇରାଲ

କରୋନା ମହାମାରୀ ସମୟରେ ଛୋଟ ପିଲାମାନେ ମଧ୍ୟ ନିଜ ଘରେ କଏଦ ହୋଇ ରହିଛନ୍ତି । ଅନଲାଇନ କ୍ଳାସର ନୀତି ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଯାଇଛି । ଏମିତି ହିଁ ଏକ ଅଭିଯୋଗ ନେଇ 6 ବର୍ଷର ଏକ କୁନି ଝିଅ ପ୍ରଧାନମନ୍ତ୍ରୀଙ୍କ ପାଖରେ ନିଜର ମତ ରଖିଲେ । ଏହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଥିବା ସାଙ୍ଗକୁ 57 ହଜାରରୁ ଉର୍ଦ୍ଧ୍ବ ଲୋକ ଏହାକୁ ଦେଖିସାରିଛନ୍ତି ଓ 5 ହଜାରରୁ ଉର୍ଦ୍ଧ୍ବ ଲାଇକ୍ସ ମଧ୍ୟ ଏହାକୁ ମିଳିସାରିଛି ।

ଜାମ୍ମୁ କାଶ୍ମୀରରେ ରହୁଥିବା ଏହି ଝିଅଟି ଘଣ୍ଟା ଘଣ୍ଟା ଧରି ଚାଲୁଥିବା ଅନଲାଇନ କ୍ଳାସକୁ ନେଇ ଖୁସି ନାହିଁ । ଔରଙ୍ଗଜେବ ନକ୍ସବନ୍ଦୀ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଶେୟର କରିଥିଲେ । ସେ ଭିଡ଼ିଓ ଶେୟର କରି ଲେଖିଥିଲେ, 6 ବର୍ଷର କାଶ୍ମୀର ଝିଅଟି ଅନଲାଇନ କ୍ଳାସ ଓ ସ୍କୁଲର ପାଠକୁ ନେଇ ନିଜର ଯନ୍ତ୍ରଣା ପ୍ରତିପାଦନ କରିଛି ।

45 ସେକେଣ୍ଡର ଏହି ଭିଡ଼ିଓ ମାଧ୍ୟମରେ ଝିଅଟି କହୁଛି କି, ତାଙ୍କର ଅନଲାଇନ କ୍ଳାସ 10 ଘଟିକା ଠାରୁ ଆରମ୍ଭ ହୋଇ 2 ଘଟିକା ପର୍ଯ୍ୟନ୍ତ ଚାଲୁଛି । ଏଥିରେ ଇଂଲିଶ, ଗଣିତ, ଉର୍ଦୁ ଓ ଇଭିଏସ ପଢିବାକୁ ହେଉଛି ଓ ଏହାସହ କମ୍ପୁଟର କ୍ଳାସ ମଧ୍ୟ ରହୁଛି । ସେ ଏହି ଭିଡ଼ିଓରେ ହାତକୁ ହଲାଇ କହିଥିଲେ ପିଲାଙ୍କ ଉପରେ ପାଠପଢ଼ାର ଚାପ ବହୁତ ଅଧିକ ଅଟେ । ଝିଅଟି ମୋଦିଙ୍କୁ ପଚାରି କହିଥିଲା, ମୋଦି ସହବ ଉସଲାମମାଲିକୁମ, ଶେଷରେ ଛୋଟ ଛୁଆଙ୍କ ଉପରେ ଏତେ ଚାପ କଣପାଇଁ। ଏହାର ସମାଧାନ କଣ ହୋଇପାରେ ।

ଟ୍ୱିଟର ଶେୟର ହୋଇଥିବା ଏହି ଭିଡ଼ିଓକୁ 57 ହଜାରରୁ ଅଧିକ ଲୋକ ଦେଖିବାସହ 5 ହଜାର ରୁ ଉର୍ଦ୍ଧ୍ବ ଲାଇକ୍ସ ମଧ୍ୟ ମିଳିସାରିଛି । 1200 ରୁ ଅଧିକ ଲୋକ ଏହାକୁ ରିଟ୍ୱିଟ କରିସାରିଛନ୍ତି ଓ ନିଜର ପ୍ରତିକ୍ରିୟା ମଧ୍ୟ ଏଥିରେ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଥିଲେ, ପିଲାଟିର ଅଭିଯୋଗରୁ ଅଧିକ ପିଲାଟିର ଭୋଳା ପଣ ବହୁତ ପସନ୍ଦ ଆସୁଛି । ପ୍ରଧାନମନ୍ତ୍ରୀଙ୍କୁ ପିଲାଟିର ଅଭିଯୋଗକୁ ଗମ୍ଭୀରତାର ସହ ନେଇ କିଛି କରିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *