ପ୍ରତ୍ୟେକ ମାସ ୧ ତାରିଖରେ ବଦଳୁଛି ଗ୍ୟାସ ସିଲିଣ୍ଡରର ଦର, ଜାଣନ୍ତୁ ଏଥର କଣ ରହିବ ଦର

ଘରୋଇ ଗ୍ୟାସ ସିଲିଣ୍ଡର ଓ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ପ୍ରତିମାସରେ ବଦଳୁଛି । ବିଗତ ମାସ ମେ ୧ ତାରିଖରେ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏବେ ସମ୍ଭାବନା ରହିଛି କି, ଜୁନ 1 ତାରିଖରୁ ଦରରେ ପୁଣି ପରିବର୍ତ୍ତନ ଦେଖିବାକୁ ମିଳିବ । ବର୍ତ୍ତମାନ ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ 809 ଟଙ୍କା ଅଟେ ।

ଦୁଇମାସ ହେବ ବଢ଼ିନାହିଁ ଦାମ :-

ତେଲ କମ୍ପାନୀ ଲଗାତାର ପେଟ୍ରୋଲ କ ଡିଜେଲରେ ଦରକୁ ବଢ଼ାଉଛନ୍ତି ଯେଉଁଥିରେ ସାଧାରଣ ଲୋକଙ୍କ ପକେଟରେ ବୋଝ ବଢିଯାଇଛି । ତେଲ କମ୍ପାନୀ ବିଗତ ଦୁଇମାସ ହେବ ଗ୍ୟାସ ର ଦରରେ କୌଣସି ପରିବର୍ତ୍ତନ କରିନାହିଁ । ଏହାର ଦର ସ୍ଥାୟୀ ରହିଛି । ଏପ୍ରିଲ ଓ ମେ ମାସରେ ଏହାର ଦର ନବଢିବାରୁ ଲୋକମାନେ ବହୁତ ଆଶ୍ୱାସନା ହୋଇଯାଇଥିଲେ।

ଏପ୍ରିଲ ମାସରେ 10 ଟଙ୍କା କମ ହୋଇଥିଲା :-

ତେଲ ଓ ଗ୍ୟାସ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ LPG ସିଲିଣ୍ଡର ଉପରେ ଏପ୍ରିଲ ମାସରେ 10 ଟଙ୍କା କମ କରିଥିଲେ। ଏଲପିଜି ସିଲିଣ୍ଡର ର ଦାମ ଏହାପୂର୍ବରୁ 819 ଟଙ୍କାରୁ 809 ଟଙ୍କା ହୋଇଯାଇଛି । ଏହାର ଦର କମିବାରୁ ଲୋକଙ୍କୁ ବହୁତ ଉପଯୋଗୀ ହେଲା ।

ଜାଣନ୍ତୁ ଏହାର ବର୍ତ୍ତମାନ ଦାମ :-

ଦିଲ୍ଲୀରେ ଏହାର ଦର ବର୍ତ୍ତମାନ 809 ଟଙ୍କା ଅଟେ । ଏହିବର୍ଷ ଜାନୁଆରୀ ମାସରେ ଏହାର ଦାମ 692 ଟଙ୍କା ଥିଲା । କିନ୍ତୁ ଫେବୃଆରୀ ମାସରେ ଏହାକୁ ବଢ଼ାଇ 719 ଟଙ୍କା କରି ଦିଆଯାଇଥିଲା । ଫେବୃଆରୀ 15 ତାରିଖରେ ଏହା 769 ଟଙ୍କା । ଏହାପରେ ଫେବୃଆରୀ 25 ରେ ଏହାର ଦର 794 ଟଙ୍କା କରି ଦିଆଯାଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *