ବିବାହ କରିବାପାଇଁ ଚାହିଁ ବସିଛନ୍ତି ଏଠାରେ ଥିବା ସୁନ୍ଦରୀ ଝିଅମାନେ, କିନ୍ତୁ ମିଳୁନାହାଁନ୍ତି ଯୁବକ, କଣ ଆପଣ କରିବେ ?

ଭାରତରେ ପ୍ରାୟତଃ ଦେଖାଯାଏ ଯେ ପୁଅମାନଙ୍କୁ ବିବାହ କରିବାପାଇଁ ଝିଅମାନେ ସହଜରେ ମିଳନ୍ତି ନାହିଁ | ଅପରପକ୍ଷେ ଝିଅମାନଙ୍କ ବିଷୟରେ କହିବାକୁ ଗଲେ ସେମାନଙ୍କୁ କେବେହେଲେ ପୁଅ ଅଭାବ ହୁଅନ୍ତି ନାହିଁ | ସେମାନଙ୍କ ପାଇଁ ପ୍ରସ୍ତାବ ଲାଇନ ଲାଗିଥାଏ | ଅର୍ଥାତ ଭାରତରେ ଯଦି ଜଣେ ଝିଅ ବିବାହ କରିବାକୁ ଚାହିଁବ, ତେବେ ତାକୁ ପୁଅ କେବଳ ମିଳେନାହିଁ ବରଂ ତା ପାଖରେ ବହୁତ ପୁଅମାନଙ୍କ ମଧ୍ୟରୁ ସୁନ୍ଦର ଯୁବକଙ୍କୁ ବାଛିବାର ଅପସନ ମଧ୍ୟ ଥାଏ |

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଜାଗା ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଝିଅମାନେ ବହୁତ ଅଛନ୍ତି କିନ୍ତୁ ପୁଅମାନଙ୍କର ଅଭାବ ଅଛି | ଏଠାରେ ଥିବା ଝିଅମାନେ ବିବାହ କରିବାପାଇଁ ଆଗ୍ରହୀ ଥାନ୍ତି, କିନ୍ତୁ ସେମାନଙ୍କୁ ପୁଅ ମିଳନ୍ତି ନାହିଁ | ଆମେ ଯେଉଁ ଜାଗା ବିଷୟରେ କଥା ହେଉଛନ୍ତି ତାହା ବ୍ରାଜିଲର ନୋଇଭା ସହରରେ ଅଟେ | ଏଠାରେ ଥିବା ଝିଅମାନେ ଏତେ ସୁନ୍ଦରୀ ହୋଇଥାନ୍ତି ଯେ ଥରେ ଦେଖିଲେ ଆପଣଙ୍କୁ ପ୍ରେମ ହୋଇଯାଇପାରେ | ତେବେ ଏତେ ସୁନ୍ଦର ହେବା ସତ୍ତ୍ୱେ ସେମାନଙ୍କୁ ବିବାହ ବିନା ବହୁ ବର୍ଷ ବିତାଇବାକୁ ପଡ଼ିଯାଏ |

ଏଠାରେ ବିବାହ ହେବାର ସମସ୍ୟା କେବଳ ଜଣେ ଝିଅର ନୁହେଁ, ବରଂ ଅନେକ ଝିଅମାନଙ୍କର ଅଟେ | ଏହି ସହରରେ ୨୦ ରୁ ୩୫ ବର୍ଷର ପ୍ରାୟ ୬୦୦ ଝିଅ ରୁହନ୍ତି | ଜଣେ ଅନ୍ୟ ଜଣଙ୍କଠାରୁ ଖୁବ ସୁନ୍ଦର | କିନ୍ତୁ ଏହି ସୁନ୍ଦରତାକୁ ଦେଖିବା ପାଇଁ ଜଣେ ହେଲେ ପୁଅ ନାହାନ୍ତି | ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏତେ ସୁନ୍ଦର ଯଦି ବିବାହ କାହିଁକି କରୁନାହାନ୍ତି ? ବାସ୍ତବରେ ଏହା ପଛରେ ଦୁଇଟି ଖାସ କାରଣ ରହିଛି |

ପ୍ରଥମ କାରଣ ଏହା ଯେ ଏହି ସହରରେ ଝିଅମାନଙ୍କ ସଂଖ୍ୟା ପୁଅମାନଙ୍କ ତୁଳନାରେ ବହୁତ ଅଧିକ ଅଟେ | ତେଣୁ ଝିଅମାନଙ୍କୁ ବିବାହ କରିବାପାଇଁ ପର୍ଯ୍ୟାପ୍ତ ପୁଅ ମିଳନ୍ତି ନାହିଁ | ସେହିପରି ଏହାର ଦ୍ୱିତୀୟ କାରଣ ହେଉଛି ଏହି ଝିଅମାନେ ବିବାହ ପରେ ନିଜ ସହର ନ ଛାଡିବା ପାଇଁ ଜିଦ କରନ୍ତି | ଏହି ଝିଅମାନେ ବିବାହ ପରେ ମଧ୍ୟ ନିଜ ସହରରେ ରହିବାକୁ ଚାହାନ୍ତି | ଏହି କାରଣରୁ ଏମାନେ ନିଜ ସହର ବାହାରର ପ୍ରସ୍ତାବ ମଧ୍ୟ ଖୋଜନ୍ତି ନାହିଁ |

ଆଉ ଏକ କାରଣ ମଧ୍ୟ ଅଛି ଯେ ଏହି ଗାଁର ଅଧିକାଂଶ ଯୁବକ ଏବଂ ପୁରୁଷ ଟଙ୍କା ରୋଜଗାର କରିବାପାଇଁ ସହରର ଅନ୍ୟ ସହରରେ ଜବ କରନ୍ତି | ତେଣୁ ସହରରେ ମହିଳାମାନେ ହିଁ ଅଧିକ ଦେଖିବାକୁ ମିଳିଥାନ୍ତି | ଏଠାରେ ମହିଳାମାନେ ପାୱାର ଚଳାନ୍ତି | ଏହି ମହିଳାମାନଙ୍କ କାନ୍ଧ ଉପରେ ହିଁ ସହରର ସବୁ ଦାୟିତ୍ୱ ରହିଥାଏ | ଏଠାରେ ଯେଉଁ ମହିଳାଙ୍କର ବିବାହ ମଧ୍ୟ ହୋଇଛି, ତାଙ୍କ ସ୍ୱାମୀ ବାହାର ସହରରେ କାମ କରିଥାନ୍ତି | ଏପରି ପରିସ୍ଥିତିରେ ସହରର ସବୁ କାମ ଏହି ମହିଳାମାନେ ହିଁ କରିଥାନ୍ତି |

ସେଠାରେ ରହୁଥିବା କୁଆଁରୀ ଝିଅମାନଙ୍କ ବିବାହ କେବେ ହବ ଏହା ତ କେବଳ ସେହି ଉପରବାଲା ହିଁ ଜାଣନ୍ତି | କିନ୍ତୁ ଯଦି ଆପଣଙ୍କର ବିବାହ ହୋଇପାରୁନାହିଁ କିମ୍ବା ଝିଅ ମିଳୁନାହାଁନ୍ତି, ତେବେ ଆପଣ ମଧ୍ୟ ବ୍ରାଜିଲର ନୋଇବା ସହରକୁ ଯାଇପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *