କରୋନା ଭାଇରସ ର ନୂଆଁ ନାମକରଣ କଲା WHO ଭାରତରେ ମିଳିଲା ‘ଡେ଼ଲ୍ଟା ଓ କପା’ କରୋନା ଭାଇରସ, ଜାଣନ୍ତୁ ପୂରା ଖବର

ଭାରତରେ ପ୍ରଥମ ଥର ମିଳିଥିବା କରୋନା ଭାଇରସର ବି 1।617.2 ଭ୍ୟାରିଏଣ୍ଟର ନୂଆ ନାମକରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛନ୍ତି କି, ବି.1.617.2 ଡେ଼ଲ୍ଟା ନାମରେ ଜଣାଯିବ ଓ ଏଠାରେ ମିଳୁଥିବା ଅନ୍ୟ ଭ୍ୟାରିଏଣ୍ଟ ବି.1.617.1 କପା ନାମରେ ଜଣାଯିବ । କରୋନା ର ଏହି ସ୍ୱରୂପର ଚିହ୍ନଟ 2020 ମସିହାରେ କରାଯାଇଥିଲା ।

WHO ଗ୍ରୀକ ଆଲଫାବେଟସ ଅନୁସାରେ, ଦୁନିଆର ଦ୍ଵିତୀୟ ଦେଶରେ ମିଳିଥିବା ଭ୍ୟାରିଏଣ୍ଟର ନାମକରଣ କରାଯାଇଛି । ଏହି ଫଇସଲା ସେହି ସମୟରେ ନିଆଯାଇଛି ଯେଉଁ ସମୟରେ ଦେଶରେ କରୋନାର ଅଲଗା ଅଲଗା ଭ୍ୟାରିଏଣ୍ଟକୁ ନାମ ଦେବାରେ ବିବାଦ ହୋଇଥିଲା । ବି.1.617.2 କୁ ଇଣ୍ଡିଆନ ଭ୍ୟାରିଏଣ୍ଟ କୁହାଯିବା ପରେ ଭାରତ ସରକାର କଡ଼ା ଆପତ୍ତି ଜାହିର କରିଥିଲେ ।

ସେପ୍ଟେମ୍ବର 2020 ମସିହାରେ ବ୍ରିଟେନରେ ପ୍ରଥମ ଥର ମିଳିଥିବା କରୋନା ଭାଇରସ 1.1.7 ଭ୍ୟାରିଏଣ୍ଟକୁ ଅଲଫା ନାମରେ ନାମିତ କରାଯାଇଥିଲା । ସେହିପରି ଦକ୍ଷିଣ ଆଫ୍ରିକାରେ ମିଳିଥିବା 1.351 ଭ୍ୟାରିଏଣ୍ଟକୁ ବିଟା ନାମରେ ନାମିତ କରାଯାଇଥିଲା । ନଭେମ୍ବର 2020 ମସିହାରେ ଦକ୍ଷିଣ ଆଫ୍ରିକାରେ ମିଳିଥିବା P.1 ଭ୍ୟାରିଏଣ୍ଟକୁ ଗାମା ନାମରେ ନାମିତ କରାଯିବ ।

ଏହାସହ ମାର୍ଚ୍ଚରେ ଆମେରିକାରେ ମିଳିଥିବା ଭ୍ୟାରିଏଣ୍ଟ 1.427/429 କୁ ଏପଲିସନ, ଏପ୍ରିଲରେ ବ୍ରାଜିଲରେ ମିଳିଥିବା P.2 କୁ ଜିଟା । କେତେକ ଦେଶରେ ମିଳିଥିବା 1.525 କୁ ଇଟା, ଫିଲିପାଇନ୍ସ ରେ ମିଳିଥିବା P.3 କୁ ଥିଟା ଓ ନଭେମ୍ବର ମାସରେ ଆମେରିକାରେ ମିଳିଥିବା 1.526 କୁ ଲୋଟା ନାମ ଦିଆଯାଇଛି ।

ଦ୍ବିତୀୟ ଲହରୀ ପାଇଁ ଡେ଼ଲ୍ଟାକୁ ଦାୟୀ କରାଯାଇଛି :-

ଡେ଼ଲ୍ଟା ଏହାର ମାନେ ବି.1.617.2 କୁ ଭାରତରେ ଦ୍ଵିତୀୟ ଲହରୀ ସଂକ୍ରମଣ ପାଇଁ ଦାୟୀ କରାଯାଇଛି। ଭାଇରସ ର ଏହି ସ୍ୱରୂପ ମୂଳ ଭାଇରସ ଠାରୁ ଅଧିକ ଖତରନାକ ମାନାଯାଇଛି । ଭାରତ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ଏହି ଭାଇରସର ଭ୍ୟାରିଏଣ୍ଟ ଦେଖିବାକୁ ମିଳିଛି ।

WHO ର କୋଭିଡ଼-19 ଟେକନିକ ମାମଲାର ପ୍ରମୁଖ ଡ଼କ୍ଟର ମାରିଆ ୱାନଙ୍କ ଟ୍ୱିଟ କରି କହିଥିଲେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନା ଭାଇରସର ସ୍ୱରୂପକୁ ନାମ ଦେଇ ଏହାକୁ ବହୁତ ସହଜରେ ଜାଣିବାକୁ ସଫଳ ହୋଇପାରିବେ। ଏହା ବୈଜ୍ଞାନିକ ନାମରେ କୌଣସି ପରିବର୍ତ୍ତନ ହେବନାହିଁ ।

ସଂଗଠନ ଏକ ବୟାନ ମାଧ୍ୟମରେ କହିଥିଲେ କି, WHO ଦ୍ବାରା ନିର୍ଧାରିତ ଏକ ବିଶେଷଜ୍ଞ ସମୂହ ଭାଇରସ ର ସ୍ୱରୂପକୁ ସାମାନ୍ୟ କଥାବାର୍ତ୍ତା ସମୟରେ ଏହାର ନାମ ଯଥାକ୍ରମେ: ଅଲଫା, ବିଟା, ଗାମା ନାମରେ କହିବା ଦ୍ୱାରା ବହୁତ ସହଜ ହେବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *