ଖାତାରେ ଟଙ୍କା ନଥିବାରୁ ଯଦି ଏଟିଏମରେ ଟ୍ରାଞ୍ଜାକ୍ସନ ଫେଲ୍ ହୁଏ,ତେବେ ଆପଣଙ୍କୁ କେତେଟଙ୍କା ଫାଇନ୍ ଦେବାକୁ ପଡିବ,ଜାଣନ୍ତୁ

ଦେଶରେ ଅଧିକାଂଶ ଲୋକଙ୍କ ଖାତା କୈାଣସି ନା କୈାଣସି ବ୍ୟାଙ୍କରେ ଖୋଲା ହୋଇଥିବ|ଟଙ୍କା ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ ପରିସ୍ଥିତିରେ ଏଟିଏମର ପ୍ରଚଳନ ବଢି ଗଲାଣି|ଏହି କାରଣରୁ ଅଧିକାଂଶ ଲୋକ ନିଜ ଆବଶ୍ୟକ ଅନୁସାରେ ଏଟିଏମରୁ ଟଙ୍କା ଉଠାଉଛନ୍ତି|କିନ୍ତୁ କିଛି ଜିନିଷରେ ଚାର୍ଜ ଦେବାକୁ ପଡେ|ସାଧାରଣତଃ ଯେତେବେଳେ ଟଙ୍କା କମ୍ ବା ଶେଷ ହୋଇଥାଏ,ତ ସେତେବେଳେ ଟଙ୍କା ଉଠାଇଲାବେଳେ ଇନସଫିସିଏଣ୍ଟ ଏମାଉଣ୍ଟ୍ କହେ ମାନେ ସେତେବେଳେ ଟ୍ରାଞ୍ଜାକ୍ସନ ଫେଲ ଦେଖାଏ|ଏହି କାରଣରୁ ଯେତେବେଳେ ଟ୍ରାଞ୍ଜାକ୍ସନ ଫେଲ ହୁଏ ବ୍ୟାଙ୍କ ନିର୍ଧାରିତ ଚାର୍ଜ ନେଇଥାଏ|ଅଧିକାଂଶ କ୍ଷେତ୍ରରେ ଏହା ୨୦-୨୫ ଟଙ୍କା ମଧ୍ୟରେ କଟିଥାଏ|ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବିଫଳ ଲେଣଦେଣ କ୍ଷେତ୍ରରେ ବ୍ୟାଙ୍କ ଶୁଳ୍କ ନେଇପାରିବେ ନାହିଁ|ଏହା ଅନୈତିକ ବୋଲି କୁହାଯାଇଛି|

ସୂଚନା ଅନୁଯାୟୀ ଯଦି କାହାର ଖାତାରେ କମ ଟଙ୍କା ଥାଏ ଓ ତାହାର ଟ୍ରାଞ୍ଜାକ୍ସନ ଫେଲ ହୁଏ ତେଵେ ବ୍ୟାଙ୍କ ତା ଉପରେ ଚାର୍ଜ କରିଥାଏ|ଯେପରି ଅପର୍ଯ୍ୟାପ୍ତ ବାଲାନ୍ସ ହେବା ଫଳରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୨୦ ଟଙ୍କା ଚାର୍ଜ କରିଥାଏ|ସେତେବେଳେ ଏଚଡିଏଫସି,ଆଇସିଆଇସିଆଇ,କୋଟକ ମହିନ୍ଦ୍ରା ଓ ୟସ ବ୍ୟାଙ୍କ ପ୍ରତି ଟ୍ରାଞ୍ଜାକ୍ସନ ୨୫ ଟଙ୍କା ଚାର୍ଜ କରିଥାଏ|

ଏପରି କ୍ଷେତ୍ରରେ ଯଦି କୈଳାସ ବ୍ୟକ୍ତି ଫାଇନରୁ ବଞ୍ଚିବା ପାଇଁ ଚାହାଁନ୍ତି ତେଵେ ଏଟିଏମ ଯିବା ପୂର୍ବରୁ ନିଜର ମନି ବାଲାନ୍ସ ଚେକ୍ କରିବା ଆବଶ୍ୟକ,ଫଳରେ ଟ୍ରାଞ୍ଜାକ୍ସନ ଫେଲ୍ ହେବା ଚାର୍ଜରୁ ବଞ୍ଚିପାରିବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *