ସାମାଜିକ ଦୂରତା ରକ୍ଷା କରିବାପାଇଁ ଦମ୍ପତି ଲଗାଇଲେ ଅଜବ ଯୁଗାଡ଼, ଭିଡିଓ ଦେଖି ଲୋକମାନେ କଲେ ଖୁବ ପ୍ରଶଂସା

ଭାରତୀୟମାନେ ନିଜର ଯୁଗାଡ଼ ପାଇଁ ସାରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି | ଯେକୌଣସି କାମକୁ ଯୁଗାଡ଼ ଉପାୟରେ କିମ୍ବା ସଟକଟରେ କରିବାରେ ହିନ୍ଦୁସ୍ତାନୀଙ୍କର କୌଣସି ଜବାବ ନାହିଁ | ଏପରି ଏକ ଭିଡିଓ ଆଜିକାଲି ଭାଇରଲ ହେଉଛି, ଯାହା ଅତି ଇନୋଭେଟିଭ ଅଟେ | ମିଜୋରାମର ଏକ ଦମ୍ପତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଇ ଚାଲିଛି | ଯେଉଁଥିରେ ସାମାଜିକ ଦୂରତାର ଯୁଗାଡ଼କୁ ସମସ୍ତେ ପ୍ରଶଂସା କରୁଛନ୍ତି |

କରୋନା କାଳରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଅତି ପ୍ରଭାବଶାଳୀ ଉପାୟ ଅଟେ, ସାରା ଦୁନିଆରେ ଏହା ଉପରେ ଗୁରୁତ୍ୱ ଦିଆଯାଉଛି | ଏଭଳି ପରିସ୍ଥିତିରେ, କୋଭିଡ ସେଣ୍ଟର ଯାଉଥିବା ସମୟରେ ମିଜୋରାମର ଏକ ଦମ୍ପତି ସାମାଜିକ ଦୂରତା ବଜାୟ ରଖିବାର ଯେଉଁ ଉପାୟ ବାହାର କରିଛନ୍ତି, ତାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଏହି ଭିଡିଓରେ ଏକ ଦମ୍ପତି ଜିପରେ କ୍ୱାରାଣ୍ଟିନ ସେଣ୍ଟରକୁ ଯାଉଥିବାର ଦେଖାଯାଉଛି | ଏହା ସହିତ ଏକ ଟ୍ରେଲର ଲଗାଯାଇଛି, ଯେପରିକି ସାମାଜିକ ଦୂରତା ବଜାୟ ରହିବ |

ଭିଡିଓରେ ଦେଖିପାରିବେ ଯେ ମହିଳାଜଣକ ଜିପର ପଛରେ ଲାଗିଥିବା ଟ୍ରେଲର ଉପରେ ପ୍ଲାଷ୍ଟିକ ଚେୟାର ରଖୁଛନ୍ତି ଏବଂ ଟ୍ରେଲରରେ ଚଢି ତା’ଉପରେ ବସୁଛନ୍ତି | ସେହିପରି ତାଙ୍କ ସ୍ୱାମୀ ଜିପ ଚଳାଇ ନେଇଯାଉଛନ୍ତି | ଦୁହେଁ ବାହାରିବା ପୂର୍ବରୁ କ୍ୟାମେରା ଆଡକୁ ଦେଖି ହାତ ମଧ୍ୟ ହଲାଉଛନ୍ତି | ଆଇପିଏସ ଅଫିସର ରୁପିନ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ଏହା ସେୟାର କରିଛନ୍ତି, ଯାହାର କ୍ୟାପ୍ସନରେ ସେ ଲେଖିଛନ୍ତି, ” ମିଜୋରାମରେ ଜଣେ ସ୍ୱାମୀ ନିଜର କୋଭିଡ ସଂକ୍ରମିତ ସ୍ତ୍ରୀକୁ କ୍ୱାରାଣ୍ଟିନ ସେଣ୍ଟର ନେଇଯାଉଛନ୍ତି ” |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଯୁଗାଡ଼ ଉପାୟ ଲୋକମାନଙ୍କୁ ଆକର୍ଷିତ କରୁଛି | ଲୋକମାନେ ଦମ୍ପତିଙ୍କ ସଚେତନତାକୁ ନେଇ ସେମାନଙ୍କର ପ୍ରଶଂସା କରିଛନ୍ତି | ସେହିପରି ସାମାଜିକ ଦୂରତା ବଜାୟ ରଖିବାପାଇଁ କରାଯାଉଥିବା ତାଙ୍କ ଯୁଗାଡ଼ ମଧ୍ୟ ସମସ୍ତଙ୍କୁ ଖୁବ ମନୋରଞ୍ଜନ କରାଉଛି | ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ଦେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *