ମଙ୍ଗଳ ଗ୍ରହରେ ଦେଖାଗଲା ରଙ୍ଗୀନ ବାଦଲ,ନାସାର ରୋବର ଉଠେଇଲା ଅତି ସୁନ୍ଦର ଫଟୋ

ମଙ୍ଗଳଗ୍ରହରେ ବାଦଲ ହେବା ପ୍ରାୟତଃ ଅସମ୍ଭବ,କିନ୍ତୁ ନାସାର କ୍ୟୁରିଓସିଟି ରୋବର ଗେଲ କ୍ରେଟରର ଉପର ବାଦଲର ଫଟୋ ଉଠାଇଛି|ମଙ୍ଗଳଗ୍ରହର ବାୟୁମଣ୍ଡଳ ଏତେ ହାଲୁକା ଓ ପତଳା ଅଟେ ପ୍ରାୟତଃ ଏଠାରେ ବାଦଲ ତିଆରି ହେବା ଅସମ୍ଭବ|କିନ୍ତୁ ବାଦଲଭରା ଫଟୋ ଦେଖି ଦୁନିଆସାରା ବୈଜ୍ଞାନିକ ଖୁସି ସହ ଆଶ୍ଚର୍ଯ୍ୟ ହେଉଛନ୍ତି|କ୍ୟୁରିଓସିଟି ରୋବର ଏହି ଫଟୋ ମଙ୍ଗଳରେ ଦୁଇ ବର୍ଷ ବିତାଇବା ପରେ ଉଠାଇଛି|ବୈଜ୍ଞାନିକ ମାନେ ଏହା ଉପରେ ଅଧ୍ୟୟନ କରୁଛନ୍ତି|

ଏମିତିରେ ମଙ୍ଗଳଗ୍ରହର ଉପରେ ବାଦଲକୁ ନେଇ ସମୟ ସମୟରେ ଅଧ୍ୟୟନ ହୋଇଥାଏ|ସାଧାରଣତଃ ମଙ୍ଗଳ ଗ୍ରହରେ ବାଦଳର ନିର୍ମାଣ ଏହା ଭୂମଧ୍ୟ ରେଖା ଉପରେ ଶୀତ ଦିନେ ହୋଇଥାଏ|ମାନେ ଥଣ୍ଡା ସମୟରେ ଏଠାରେ ଵାଦଲ ଦେଖାଯାଏ|କିନ୍ତୁ ଏହି ସମୟରେ ନା ଥଣ୍ଡାର ମୈସମ୍ ନା ସର୍ଦ୍ଦିର ମୈସମ|ନାସାର ବୈଜ୍ଞାନିକମାନେ ଜାନୁଆରୀ ଶେଷରୁ ବାଦଲ ଉପରେ ଗବେଷଣା କରୁଛନ୍ତି|

କ୍ୟୁରିଓସିଟି ରୋବର ଯେଉଁଭଳି ଭାବେ ବାଦଲର ଫଟୋ ଉଠେଇଛି,ତାହା ବହୁତ ପତଳା|ଏଥିରେ ମହୀନ ବରଫର କ୍ରିଷ୍ଟାଲ ରହିଛି,ଫଳରେ ସୂର୍ଯ୍ୟକିରଣ ପ୍ରତିଫଳିତ ହେଉଛି|ବାଦଲରେ ଅଲଗା ଅଲଗା ରଙ୍ଗ ଦେଖାଯାଉଛି|ଏହା ମଙ୍ଗଳଗ୍ରହର ଇନ୍ଦଧନୁଷୀ ବାଦଲ ଅଟେ|କେଵଳ ସୁନ୍ଦର ଦେଖାଯାଉନାହିଁ,ଏହା ଷ୍ଟଡି କରିବାକୁ ସୁନ୍ଦର ଅନୁଭୂତି ଓ ସୁଯୋଗ|ବୈଜ୍ଞାନିକ ମାନେ ସନ୍ଧାନ କରିବେ ଏହା ହେଲା କିପରି?ଯେତେବେଳେ ମଙ୍ଗଳଗ୍ରହରେ ପାଣି ନାହିଁ|

କ୍ୟୁରିଓସିଟି ରୋଵରର ଡାଟା ଉପରେ କାମ କରୁଥିବା ଦଳ ଏହି ବାଦଳର ଖୋଜ୍ କରି ନୂତନ ତଥ୍ୟ ହାସଲ କରିଛନ୍ତି|ଏହି ବାଦଳ ମଙ୍ଗଳଗ୍ରହର ପୃଷ୍ଠରୁ ବହୁ ଉଚ୍ଚରେ ରହିଅଛି,ଯଦିଓ ସାଧାରଣତଃ ଦେଖାଯାଉଥିବା ବାଦଲ ପୃଷ୍ଠରୁ ୬୦ କିମି ଉଚ୍ଚତାରେ ଦେଖାଯାଏ|ଏହା ଯେଉଁ ଫଟୋ ନେଇଛନ୍ତି ତାହା ବହୁତ ଉଚ୍ଚତାରେ ରହିଛି, ସେଠାରେ ବହୁତ ଥଣ୍ଡା ରହିଛି|ଏହା ମାନାଯାଉଛି ଯେ ଏହା କାର୍ବନ ଡାଇଅକ୍ସାଇଡ୍ ଜମିବା ଫଳରେ ହୋଇଛି|

ବୈଜ୍ଞାନିକ ମାନେ ଏବେ ଏହି ବାଦଲର ଯାଞ୍ଚ କରୁଛନ୍ତି,ଅଧ୍ୟୟନରେ ଜଣା ପଡିବ ଯେ ଏହା ପାଣି ଯୋଗୁଁ ହୋଇଛି ନା ଡ୍ରାଇ ଆଇସ ଯୋଗୁଁ ହୋଇଛି|ଡ୍ରାଇ ଆଇସ ସାଧାରଣତଃ କାର୍ଵନ ଡାଇଅକ୍ସାଇଡ୍ ଜମିବାରୁ ହୋଇଥାଏ|ଏହି ବାଦଲର ଫଟୋ କ୍ୟୁରିଓସିଟି ରୋଵରର ବ୍ଲାକ ଓ ହ୍ୱଇଟ୍ ନେଭିଗୈସନ କ୍ୟାମରା ଉଠେଇଛି|ଏହାର ରଙ୍ଗୀନ ଫଟୋ କ୍ୟୁରିଓସିଟି ରୋବରର ଉପରେ ଲାଗିଥିବା ମାଷ୍ଟ କେମରେ ଉଠାଯାଇଛି|ଏହି ବାଦଲ ସୂର୍ଯ୍ୟ ଢଳିବା ପରେ ଠିକ୍ ଦେଖାଯାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *