କମୁଛି ସଂକ୍ରମଣ: ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮୭୩୫ ଜଣ, ୩୭ ଜଣ ମୃ-ତ

ରାଜ୍ୟରେ କମିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୮୯୨ ଜଣ ଏବଂ ୩୮୪୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୩୭ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃ-ତ-କଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫ ଜଣ ରହିଥିବା ସମୟରେ କଟକ,କଳାହାଣ୍ଡି ଜିଲ୍ଲାରୁ ୪ ଜଣ ରହିଛନ୍ତି। ସେହିଭଳି ଝାରସୁଗୁଡ଼ା,ଖୋର୍ଦ୍ଧା,ନବରଙ୍ଗପୁର,ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଏବଂ କେନ୍ଦ୍ରାପଡା,ନୂଆପଡ଼ା,ରାୟଗଡ଼ା, ସୋନେପୁର ଜିଲ୍ଲାରୁ ୨ ଜଣ ରହିଛନ୍ତି। ସେହିପରି ବଲାଙ୍ଗୀର,ଗଜପତି,ଗଞ୍ଜାମ,କୋରାପୁଟ ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୪୫୬ ଜଣ,ବାଲେଶ୍ଵର ଜିଲ୍ଲାରୁ ୫୬୬ ଜଣ,ବରଗଡ ଜିଲ୍ଲାରୁ ୧୯୩ ଜଣ,ଭଦ୍ରକ ଜିଲ୍ଲାରୁ ୧୪୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୪୯ ଜଣ,ବୌଦ୍ଧ ଜିଲ୍ଲାରୁ ୧୩୭ ଜଣ,କଟକ ଜିଲ୍ଲାରୁ ୬୭୩ ଜଣ,ଦେବଗଡ ଜିଲ୍ଲାରୁ ୬୩ ଜଣ,ଢେଙ୍କାନାଳ ଜିଲ୍ଲାରୁ ୫୦୩ ଜଣ,ଗଜପତି ଜିଲ୍ଲାରୁ ୮୦ ଜଣ,ଗଞ୍ଜାମ ଜିଲ୍ଲାରୁ ୧୫୬ ଜଣ,ଜଗତସିଂହପୁର ଜିଲ୍ଲାରୁ ୩୮୨ ଜଣ,ଯାଜପୁର ଜିଲ୍ଲାରୁ ୫୦୭ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୧୫୭ ଜଣ,କଳାହାଣ୍ଡି ଜିଲ୍ଲାରୁ ୧୭୭ ଜଣ,କନ୍ଧମାଳ ଜିଲ୍ଲାରୁ ୬୫ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୮୭ ଜଣ,କେନ୍ଦୁଝର ଜିଲ୍ଲାରୁ ୧୭୯ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୨୨୨ ଜଣ,କୋରାପୁଟ ଜିଲ୍ଲାରୁ ୨୫୫ ଜଣ,ମାଲକାନଗିରି ଜିଲ୍ଲାରୁ ୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୩୪୨ ଜଣ,ନବରଙ୍ଗପୁର ଜିଲ୍ଲାରୁ ୨୬୪ ଜଣ,ନୟାଗଡ ଜିଲ୍ଲାରୁ ୨୮୫ ଜଣ,ନୂଆପଡ଼ା ଜିଲ୍ଲାରୁ ୪୦ ଜଣ,ପୁରୀ ଜିଲ୍ଲାରୁ ୪୬୭ ଜଣ,ରାୟଗଡ଼ା ଜିଲ୍ଲାରୁ ୯୦ ଜଣ,ସମ୍ବଲପୁର ଜିଲ୍ଲାରୁ ୧୭୭ ଜଣ,ସୋନପୁର ଜିଲ୍ଲାରୁ ୧୫୬ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୨୪୪ ଜଣ ଓ ଷ୍ଟେଟ ପୁଲରୁ ୨୨୦ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୭୭୩୭୩୨ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୬୮୦୯୩୨ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୮୯୯୫୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୧୮୩୫୩୬୫ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୩୭ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୭୯୧ କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *