ମୌସୁମୀ ଆସିବା ପୂର୍ବରୁ ମିଳିଥାଏ ସଂକେତ : ବହୁତ ଆଶ୍ଚର୍ଯ୍ୟକର ଏହି ମନ୍ଦିର, ମୌସୁମୀ ଆସିବା ପୂର୍ବରୁ ଛାତରୁ ପଡିବାକୁ ଲାଗେ ପାଣି,ଜାଣନ୍ତୁ ସେ ମନ୍ଦିର ବିଷୟରେ

ଉତ୍ତରପ୍ରଦେଶରେ ଏକ ଏମିତି ମନ୍ଦିର ଅଛି, ଯେଉଁଠି ମୌସୁମୀ ଆସିବା ପୂର୍ବରୁ ପାଣି ପଡିବାକୁ ଲାଗେ। ଯେଉଁଠି ଲୋକଙ୍କୁ ମୌସୁମୀ ଆସିଲା ବୋଲି ଜଣାପଡିଯାଏ। କେବଳ ଏତିକି ନୁହେଁ ମନ୍ଦିରରୁ ପଡୁଥିବା ପାଣି ବୁନ୍ଦାକୁ ଦେଖି ଜଣାପଡିଯାଏକି ଏବର୍ଷ ମୌସୁମୀ ସମୟରେ ଅଧିକ ବର୍ଷା ହେବ ନା କମ ବର୍ଷା। ଏହି ଆଶ୍ଚର୍ଯ୍ୟକର ମନ୍ଦିର ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଅଛି। ଏଠାରେ ରହୁଥିବା ଲୋକଙ୍କର କହିବା କଥାକି ମୌସୁମୀ ଆସିବା ପୂର୍ବରୁ ଏହି ମନ୍ଦିରର ଛାତରୁ ପାଣିର ବୁନ୍ଦା ପଡିବାକୁ ଲାଗେ। ଯାହାର କିଛିଦିନ ପରେ ବର୍ଷା ଆରମ୍ଭ ହୋଇଯାଏ।

ବର୍ଷା ହେଲେ ପାଣିର ବୁନ୍ଦା ପଡେନାହିଁ:-

ଏହି ମନ୍ଦିର କାନପୁର ଜିଲ୍ଲାର ଭିତରଗାଁ ଅଞ୍ଚଳରୁ ଠିକ ତିନି କିଲୋମିଟର ଦୂରରେ ଅବସ୍ଥିତ ବେହଟା ଗାଁରେ ଅବସ୍ଥିତ। ଏହା ଏକ ପ୍ରାଚୀନ ମନ୍ଦିର ଅଟେ ଓ ଏଠାରେ ଭଗବାନ ଜଗନ୍ନାଥଙ୍କୁ ପୂଜା କରାଯାଏ। ଦୂର-ଦୂରରୁ ଲୋକ ଏହି ମନ୍ଦିରକୁ ଆସି ଜଗନ୍ନାଥ ଭଗବାନଙ୍କର ପୂଜା କରନ୍ତି। ଟାଣ ଖରା ସମୟରେ ଅଚାନକ ମନ୍ଦିର ଛାତରୁ ପାଣି ବର୍ଷିବାକୁ ଲାଗେ। ଯେମିତି ବର୍ଷା ଆରମ୍ଭ ହୁଏ। ବୁନ୍ଦା ପଡିବା ବନ୍ଦ ହୋଇଯାଏ।

ମନ୍ଦିରର ପୂଜାରୀ ଏହି ବିଷୟରେ କହିଲେକି ମନ୍ଦିର ୫ ହଜାର ବର୍ଷ ପୁରୁଣା ଅଟେ। ଏହି ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବିରାଜମାନ। ଏହା ବ୍ଯତୀତ ମନ୍ଦିରରେ ପଝାନାଭମଙ୍କର ମୂର୍ତ୍ତି ମଧ୍ୟ ସ୍ଥାପିତ। ଏଠାରେ ଛାତରୁ ପାଣି ପଡିଲେ ମୌସୁମୀ ଆସିବାର ଜଣା ପଡିଥାଏ। ସ୍ଥାନୀୟ ଲୋକଙ୍କର କହିବା କଥାକି ଏହି ମନ୍ଦିରର ଛାତରୁ ପଡୁଥିବା ପାଣି ହିସାବରେ ବର୍ଷା ହୋଇଥାଏ। ଯଦି ବୁନ୍ଦା ଅଧିକ ପଡେ ତେବେ ବର୍ଷା ତୀବ୍ର ହେବ।

ଏହି ମନ୍ଦିରର ଗୁବନ୍ଦରୁ ଯେତେବେଳେ ବୁନ୍ଦା କମ ପଡେ ସେତେବେଳେ ବିଶ୍ବାସ କରାଯାଏକି ବର୍ଷା କମ ହେବ। ଅଧିକ ପଡିଲେ ବର୍ଷା ଭଲ ଓ ବହୁତ ଦିନ ପର୍ଯ୍ଯନ୍ତ ରହିବ। ଏହି ବର୍ଷ ମୌସୁମୀକୁ ନେଇ ମନ୍ଦିରର ପୂଜକ କହିଲେକି ଏବର୍ଷ ବର୍ଷା କମ ହେବ, କାରଣ ଦୁଇ ଦିନ ଧରି ଅଳ୍ପ ଜଳ ବୁନ୍ଦା ପଡୁଛି।

ଜଗନ୍ନାଥ ମନ୍ଦିର ପୁରାତତ୍ଵର ଅଧୀନ ଅଟେ। ଏହାକୁ ଦେଖି ପୁରାତତ୍ଵ ବିଭାଗ ଦ୍ଵାରା କରାଯାଏ। ପୁରାତତ୍ଵ ବିଭାଗ କାନପୁରର ଏକ ଅଧିକାରୀଙ୍କ ମୁତାବିକ ମନ୍ଦିରର ଜିର୍ନୋଦ୍ଵାର ୧୧ତମ ଶତାବ୍ଦୀ ପାଖାପାଖି ହୋଇଥିଲା। ମନ୍ଦିର ୯ମ ଦଶନ୍ଧିର ହୋଇପାରେ। ଏହି ମନ୍ଦିରର ଅଚାନକ ଛାତରୁ ପାଣି କେମିତି ପଡେ। ଏହାର ସନ୍ଧାନ କରିବା ପାଇଁ ବୈଜ୍ଞାନିକ ଓ ପୁରାତତ୍ଵ ବିଶେଷଜ୍ଞ ଅନେକ ଥର ଆସିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ଏହି ରହସ୍ୟ ବିଷୟରେ କାହାରିକୁ ଜଣା ପଡିନାହିଁ।

କିଏ ଭଗବାନ ଜଗନ୍ନାଥ:-

ଭଗବାନ ଜଗନ୍ନାଥଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ମନାଯାଏ। ଶ୍ରୀକୃଷ୍ଣ ଯିଏକି ଭଗବାନ ଜଗନ୍ନାଥଙ୍କ ନାମରେ ପରିଚିତ ଓ ତାଙ୍କର ଭବ୍ୟ ମନ୍ଦିର ଓଡିଶା ରାଜ୍ୟରେ ଅଛି। ଯେତେବେଳେକି କାନପୁରରେ ସ୍ଥିତ ଏହି ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ପୂଜା କରାଯାଏ। ପୁରୀରେ ଜଗନ୍ନାଥ ଯାତ୍ରା ସମୟରେ କାନପୁର ସ୍ଥିତ ଏହି ମନ୍ଦିରରେ ଭବ୍ଯ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଯାହାକୁ ଦେଖିବା ପାଇଁ ଦୂର-ଦୂରରୁ ଲୋକ ଆସିଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *