କେକେଆରକୁ ଲାଗିଲା ଶକ୍ତ ଝଟକା,ବାକି ରହିଥିବା ମ୍ୟାଚରେ ଖେଳିବେ ନାହିଁ ଏହି ଷ୍ଟାର ଖେଳାଳି

ଆଇପିଏଲ ର ବାକି 31 ମ୍ୟାଚରେ ବିସିସିଆଇ ସୂଚନା ଦେଇସାରିଛି ଏହା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୟୁଏଇରେ କରାଯିବ । ଏହାମଧ୍ୟରେ କୋଲକାତା ନାଇଟ ରାଇଡ଼ର୍ସକୁ ବଡ଼ ଝଟକା ଲାଗିପାରେ । ସିଡନୀ ମର୍ଣ୍ଣିଙ୍ଗ ହେରାଲଡ଼ ରିପୋର୍ଟ ମୁତାବିକ, ବର୍ତ୍ତମାନ ପ୍ୟାଟ କମିନ୍ସ ବାକି ଥିବା ମ୍ୟାଚରେ ଉପସ୍ଥିତ ରହିବେନାହିଁ ।

ରିପୋର୍ଟରେ କୁହାଯାଇଛି କି, ବିସିସିଆଇ ଦ୍ୱାରା ବାକି ଆଇପିଏଲ ମ୍ୟାଚ ୟୁଏଇରେ କରାଇବା ଉପରେ ଅଷ୍ଟ୍ରେଲିଆର ଶୀର୍ଷ ଖେଳାଳି ମାନଙ୍କୁ ଆଇପିଏଲରେ ଆସିବାକୁ କୁହାଯାଇଛି। ସେହିପରି ଅକ୍ଟୋବର ମାସରେ ହେବାକୁ ଥିବା t-20 ବିଶ୍ୱକପ ଉପରେ ମଧ୍ୟ କୌଣସି ବିସିସିଆଇ ଏହାର ସେଡ୍ୟୁଲକୁ ବିସ୍ତାରିତ କରିବାପାଇଁ କହିଛି ।

କରୋନା ସଂକ୍ରମଣ ବଢିବାପରେ ଆଇପିଏଲକୁ ନିଲମ୍ବିତ କରିଦିଆଗଲା । ଅଷ୍ଟ୍ରେଲିଆ କୋଚ୍ ମାଇକ ହସି ସକାରାତ୍ମକ ପରୀକ୍ଷଣ କରିବା ବାଲା କମ ରୁ କମ 7 ଖେଳାଳି ଓ କୋଚ୍ ମଧ୍ୟରୁ ଜଣେ ଥିଲେ । ପାଖାପାଖି 40 ଜଣ ଅଷ୍ଟ୍ରେଲିଆ କ୍ରିକେଟର, ସହଯୋଗୀ ଷ୍ଟାଫ ଓ ପ୍ରସାରକ ସିଡନୀ ହୋଟେଲରେ କ୍ୱାରେଣ୍ଟାଇନ ଥିଲେ ।

ଅଷ୍ଟ୍ରେଲିଆ ପାଖରେ ଜୁନ ର ଶେଷ ଆଡ଼କୁ କାରିବିଆନର ଛୋଟ ଗସ୍ତ ରହିଛି । ଆଗକୁ ଆସୁଥିବା t-20, ଆସେସ ଓ ଆଫଗାନିସ୍ତାନ ଗସ୍ତ କାରଣରୁ ଅଷ୍ଟ୍ରେଲିଆ ବୋର୍ଡକୁ ଭାବିବାକୁ ହେବ ଯେ, କଣ ସେ ତାଙ୍କ ଖେଳାଳିଙ୍କୁ ଆଇପିଏଲରେ ଉପଲବ୍ଧ କରାଇବ !

ଆଇପିଏଲରେ ବର୍ତ୍ତମାନ 31 ମ୍ୟାଚ ଖେଳାଯିବାକୁ ବାକି ରହିଛି । ଯାହାକି ୟୁଏଇରେ ହେବାର ରହିଛି । ସିଏ ଙ୍କ ଦ୍ଵାରା କୁହାଯାଇଛି ବିଶ୍ୱକପ ଆଗକୁ ଥିବା କାରଣରୁ ଖେଳାଳିଙ୍କୁ ଆଇପିଏଲ ଖେଳି ସୁନିଶ୍ଚିତ କରାଯିବ । ଅଧିନାୟକ ଆରୋନ ଫିଞ୍ଚ ଓ ମିଚେଲ ଷ୍ଟାର୍କ ଆଇପିଏଲର ଅନୁବନ୍ଧନରେ ନାହାଁନ୍ତି ।

ଏହାସହ ରିପୋର୍ଟରେ କୁହାଯାଇଛି କି, ଡେଭିଡ଼ ୱାର୍ନର ଓ ପ୍ୟାଟ କମିନ୍ସ ପାରିବାରିକ କାରଣରୁ ୱେଷ୍ଟଇଣ୍ଡିଜ ଗସ୍ତରୁ ଆରାମ ଦିଆଯାଇଛି । କମିନ୍ସ ମଧ୍ୟ କହିସାରିଛନ୍ତି ସେ ବାକି ଆଇପିଏଲ ମ୍ୟାଚରେ ଫେରିବେନାହିଁ । ଅଷ୍ଟ୍ରେଲିଆ ଦଳ ଅଗଷ୍ଟ ମାସରେ ବାଂଲାଦେଶର ଏକ ଛୋଟିଆ ଗସ୍ତ କରିବ କିନ୍ତୁ ବର୍ତ୍ତମାନ ଏହାର ପୁଷ୍ଟି କରାଯାଇ ନାହିଁ । କିନ୍ତୁ ବାଂଲାଦେଶ ବୋର୍ଡ ପାଞ୍ଚଟି t-20 ଶୃଙ୍ଖଳା କରାଇବାକୁ ଲକ୍ଷ୍ୟ ରଖିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *