ବୟସ ୧୪ ବର୍ଷ,ପୁରା କଲେ ୧୧ଟି କମ୍ପୁଟର କୋର୍ସ,ଆଲଫ୍ରଡ ୟୁନିଭରସଟିରୁ ମିଳିଲା ମାନ୍ୟତା,ଜାଣନ୍ତୁ ପୂରା କାହାଣୀ

ଏହି କାହାଣୀ ଆପଣ ବାରମ୍ବାର ଶୁଣିଥିବେ ଯେ”ତୁଳସୀ ଦୁଇ ପତ୍ରରୁ ବାସେ” ଅର୍ଥାତ୍ ବାଲ୍ୟକାଳରୁ ତାର ପ୍ରଭାବ ଜଣାପଡେ ମାନେ ଜଣାଯାଏ ଯେ ଏହି ବାଳକ ବଡ ହୋଇ କିଛି ନା କିଛି କରିବ|ନାଁ ଵଢାଇବା ସହ ଉନ୍ନତି କରିବ|ଏମିତି ଆଦର୍ଶ ଅରୋରା ପାଖରେ ରହିଛି|ହଁ ଆଜ୍ଞା କହିରଖେ ଯେ ୧୪ ବର୍ଷ ବୟସରେ ଏହି ବାଳକକୁ ନ୍ୟୁୟର୍କର ଅଲଫ୍ରଡ୍ ୟୁନିଭରସିଟିରେ ଗ୍ରାଜ୍ୟୁଏସନ କରିବାର ଅଫର ମିଳିଛି|ଯେତେବେଳେ ଦେଶର ଅଧିକାଂଶ ନାମୀଦାମୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଧକ୍କା ଖାଆନ୍ତି,ଏମିତିରେ ଏହି ୧୪ ବର୍ଷୀୟ ବାଳକ ବିଶ୍ୱ ସ୍ତରର ୟୁନିଭରସିଟିରେ ପଢିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି|ଆସନ୍ତୁ ଜାଣିବା କ’ଣ ରହିଛି ଖାସ ଯେଉଁଥିପାଇଁ ତାଙ୍କୁ ଆଲଫ୍ରେଡ୍ ୟୁନିଭରସିଟି ପଢିବା ପାଇଁ ଡାକୁଛି:

କୁହାଯାଏ ଯେ ଯଦି ଆଶା ଓ ଉଦ୍ୟମ ଥାଏ ସମସ୍ତ ଜିନିଷ ହାସଲ କରିହୁଏ|ଏହାକୁ ସତ୍ୟରେ ପରିଣତ କରିଛନ୍ତି ମେରଠର ଏକ ଗାଁ ରେ ରହୁଥିବା ଵିଲ୍ଡରର ପୁଅ|୧୪ ବର୍ଷ ବୟସରେ ୧୧ କୋର୍ସ ଅନଲାଇନ ଓ ଅଫଲାଇନରେ ହାସଲ କରିଛନ୍ତି|ଯେଉଁ କୋର୍ସ୍ ପାଇଁ ସାଧାରଣତଃ ୨୪ ବର୍ଷ ବୟସ ଲାଗିଯାଏ|ଏହି କିଶୋର ମନଧ୍ଯାନ ଦେଇ ୧୧ ବର୍ଷ ବୟସରେ ପୂରା କରିଦେଲା|କିଶୋରଙ୍କ ଏହି ପ୍ରତିଭା ଫଳରେ ଆଲଫ୍ରେଡ୍ ୟୁନିଭରସିଟି ଗ୍ରାଜୁଏସନ ଅଫର ଦେଇଛି|

ସୂଚନାଯୋଗ୍ୟ ଯେ ମେରଠର ସକୈତୀ ଗାଁରେ ରହୁଥିବା ଗୋପାଳ ଆରୋରା ଯିଏ ବର୍ତ୍ତମାନ ଗାଜିଆବାଦର ଇନ୍ଦିପୁରମରେ ରହନ୍ତି|ତାଙ୍କ ପରିବାରରେ ପତ୍ନୀ କବିତା ସହ ପୁଅ ଆଦର୍ଶ ଓ ଝିଅ ଆନ୍ୟା ରହିଛି|ତାଙ୍କ ଅନୁସାରେ ପୁଅ ନଵମ ଶ୍ରେଣୀରେ ପଢୁଛି|ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା ରୋବୋଟିକ୍ସ କୋର୍ସରେ ଆଡମିଶନ କରିଥିଲେ|ଏହି ସମୟରେ ତାର ମନ ପ୍ରୋଗ୍ରାମିଙ୍ଗ ଉପରେ ଆସିଥିଲା|ଯାହାପରେ ଆଦର୍ଶ ଅଫଲାଇନ୍ କୋର୍ସ କରିବା ପାଇଁ ଆମେରିକା ୟୁନିଭରସିଟି ନେଟରେ ସର୍ଚ୍ଚ କରିଥିଲେ ଓ ସଫଳତା ମଧ୍ୟ ମିଳିଲା|ସେ କହିଛନ୍ତି ଯେ ମୁଁ ଷ୍ଟାନଫୋର୍ଡ଼ ୟୁନିଭରସିଟି ପାଇଁ ଆଵେଦନ କରିଥିଲି କିନ୍ତୁ ଵୟସ କମ ଯୋଗୁଁ ମନା କରିଥିଲେ|

ଆଦର୍ଶ ବୈଜ୍ଞାନିକ ହୋଇ ଆଦର୍ଶ ହେବାକୁ ଚାହୁଁଛି|୧୪ ବର୍ଷ ବୟସରେ ସଫଳ ହେବା ପରେ ନ୍ୟୁୟର୍କ ସିଟିରେ ଥିବା ଆଲଫ୍ରେଡ୍ ୟୁନିଭରସିଟି ତାଙ୍କୁ ପ୍ରତିବର୍ଷ ଜୋନାଥନ ଏଲନ ସ୍କୋଲାରସିପ ଅନ୍ତର୍ଗତ ୨୧ ହଜାର ଡଲାର ଦେଇ ଗ୍ରାଜୁଏସନ କରିବାକୁ ଅଫର ଦେଇଥିଲେ କିନ୍ତୁ ସେ ମନାକଲେ|ତାଙ୍କ କହିବା କଥା ଯେ ସେ ଏହି ୟୁନିଭରସିଟିରୁ ନ୍ୟୁରଲ ନେଟୱର୍କରେ ଲନିଙ୍ଗ ଇଞ୍ଜିନିୟରିଂ କୋର୍ସ କରିବେ|ଏହି ସଫଳତାର ଶ୍ରେୟ ଵାପା ଓ ଶିକ୍ଷକଙ୍କୁ ଦେଇଛନ୍ତି|

ଆଦର୍ଶ କମ୍ପ୍ୟୁଟର ସାଇନ୍ସ ପାଇଁ ଲେଗେଞ୍ଜ ସି କୋର୍ସ କରିବା ପାଇଁ ନୋୟଡାରେ ଵହୁ ଇନଷ୍ଟିଚ୍ୟୁଟ ସହ କଥାବାର୍ତ୍ତା କଲେ,କିନ୍ତୁ କମ ବୟସ ଯୋଗୁଁ ସମସ୍ତେ ମନାକଲେ|ଏଚଟିଏସ ଇନଷ୍ଟିଚୁ୍ୟଟ ତାଙ୍କ ଆଗ୍ରହ ଦେଖି ଆଡ଼ମିଶନ କଲେ|ଏହି କୋର୍ସ ଅଧିକାଂଶ ଛାତ୍ର ବିଟେକ୍ ପରେ କରନ୍ତି|ଫଳରେ ତାଙ୍କ ସହପାଠୀ ତାଙ୍କୁ ଗୁରୁଜୀ ନାମରେ ଡାକୁଥିଲେ|ସେ ଲେଗେଞ୍ଜ ସି ସହ ଲେଗେଞ୍ଜ ସି ପ୍ଲସ,ଲେଗେଞ୍ଜ କୋର ଜାଭା,ଆଡଭାନ୍ସ ଜାଭା କୋର୍ସ କରିଛନ୍ତି|ଏହା ସହ ସର୍ବମୋଟ ସେ ୧୧ କମ୍ପ୍ୟୁଟର କୋର୍ସ କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *