ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ଗଣେଷ ଦେଲେ ବଡ଼ ବୟାନ, CBI ଅଫିସ ଆଗରେ କଲେ ଏହି ପ୍ରଦର୍ଶନ,ଜାଣନ୍ତୁ ପୁରା ଖବର

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃ-ତ୍ୟୁ-କୁ ବର୍ତ୍ତମାନ ଗୋଟିଏ ବର୍ଷ ହେବାକୁ ଯାଉଛି । ଗତବର୍ଷ ଜୁନ 14 ତାରିଖରେ ସୁଶାନ୍ତଙ୍କ ମୃ-ତ ଶରୀର ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟରେ ମିଳିଥିଲା । ସୁଶାନ୍ତଙ୍କ ସନ୍ଦେହ ଜନକ ମୃ-ତ୍ୟୁ-ର ଯାଞ୍ଚ ସିବିଆଇ କରୁଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଜେନ୍ସି ଏହାଉପରେ କୌଣସି ସ୍ପଷ୍ଟତା ଜାହିର କରିନାହିଁ । ଏହାମଧ୍ୟରେ ସୁଶାନ୍ତଙ୍କର ଏକ ବନ୍ଧୁ ଗଣେଷ ହିବାରକର ସିବିଆଇଙ୍କ ସମକକ୍ଷରେ ଏକ ଆର୍ଟିଆଇ ଲଗାଇଥିଲେ, ଯାହାର ଏବେପର୍ଯ୍ୟନ୍ତ କୌଣସି ଜବାବ ମିଳିନାହିଁ ।

ସୁଶାନ୍ତ ଙ୍କ ପାଇଁ ଲଗାତାର ତାଙ୍କର ପ୍ରଶଂସକ, ପରିବାର ଓ ବନ୍ଧୁ ନ୍ୟାୟ ପାଇଁ ଗୁହାରି ଲଗାଇଥିଲେ । ପ୍ରତ୍ୟେକ ଜାଣିବାକୁ ଚାହାଁନ୍ତି କି, ସୁଶାନ୍ତଙ୍କ ମୃ-ତ୍ୟୁ ଆ-ତ୍ମ-ହ-ତ୍ୟା ଦ୍ୱାରା ହେଲା ନା କୌଣସି ଷଡ଼ଯନ୍ତ୍ର କରି ତାଙ୍କୁ ହ-ତ୍ୟା କରାଯାଇଥିଲା । ଏହିସମୟରେ ସୁଶାନ୍ତଙ୍କ ବନ୍ଧୁ ଗଣେଷଙ୍କର କହିବା ହେଲା, 14 ଜୁନ ମାନେ ସୁଶାନ୍ତଙ୍କ ମୃ-ତ୍ୟୁ-ର ପ୍ରଥମ ବାର୍ଷିକ ଦିନ ଯଦି କୌଣସି ଉତ୍ତର ସିବିଆଇ ତରଫରୁ ନଆସେ ତାହେଲେ ସେ ସିବିଆଇ ସାମ୍ନାରେ ଧାରଣା ଦେବେ।

ସୁଶାନ୍ତଙ୍କ ବନ୍ଧୁ ଗଣେଷ ଦେଲେ ସିବିଆଇକୁ ଚେତାବନୀ :-

ଏବେଏବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ଓ ସିଦ୍ଧାର୍ଥ ପିଠାନି ଙ୍କୁ ଗି-ର-ଫ କରାଯାଇଥିଲା । ସିଦ୍ଧାର୍ଥଙ୍କୁ 4 ଦିନପାଇଁ ଏନସିବି କଷ୍ଟଡ଼ିକୁ ପଠାଯାଇଥିଲା । ସୁଶାନ୍ତଙ୍କ ବନ୍ଧୁ ଗଣେଷ ଙ୍କର କହିବା ହେଉଛି ସିଦ୍ଧାର୍ଥଙ୍କର କେସ କେବଳ ଡ୍ର-ଗ୍ସ ଆଙ୍ଗଲରେ ରହିଯିବ। ଏଥିପାଇଁ ସିବିଆଇକୁ ସିଦ୍ଧାର୍ଥ ବିପକ୍ଷରେ କାର୍ଯ୍ୟବାହୀ କରିବାକୁ ହେବ । କାରଣ ସେ ସୁଶାନ୍ତଙ୍କ ରୁମ ପାର୍ଟନର ଥିଲା ।

ସିବିଆଇଙ୍କ ଚୁପ ଉପରେ ଗଣେଷ ପ୍ରଶ୍ନ ଉଠାଇ କହିଥିଲେ କି, ସିବିଆଇକୁ କହିବାକୁ ହେବ ଯେ, ସୁଶାନ୍ତଙ୍କ କେସରେ ସେ କାହାକୁ ସନ୍ଦିଗ୍ଧ ମାନୁଛନ୍ତି । ଏବେପର୍ଯ୍ୟନ୍ତ ଆରୋପୀଙ୍କ ବିପକ୍ଷରେ ଚାର୍ଜ ସିଟ ମଧ୍ୟ ଦାଖଲ ହୋଇନାହିଁ । ଏଥିସହ ସିବିଆଇକୁ ଏହା କହିବାକୁ ହେବ ଯେ, ଏହା ହ-ତ୍ୟା ନା ମୃ-ତ୍ୟୁ ପାଇଁ ଉକସା ଯାଇଥିଲା । ବର୍ତ୍ତମାନ ସୁଦ୍ଧା ସିବିଆଇ କିନ୍ତୁ ଚୁପ ରହିଛି ।

ଏହା ସହ ଗଣେଷ ଏହାମଧ୍ୟ କହିଥିଲେ କି, ସେ ମେ 15 ତାରିଖରେ ସିବିଆଇ ସମକ୍ଷ ଏହି କେସକୁ ନେଇ ଆର୍ଟିଆଇ ଫାଇଲ କରିଥିଲେ । କିନ୍ତୁ ଏବେପର୍ଯ୍ୟନ୍ତ ତାଙ୍କ ତରଫରୁ ଗଣେଷଙ୍କୁ କୌଣସି ଜବାବ ମିଳିନଥିଲା । ଯଦି ଜୁନ 14 ପର୍ଯ୍ୟନ୍ତ କୌଣସି ଜବାବ ଦିଆନଗଲା ତାହେଲେ ଦିଲ୍ଲୀ ସ୍ଥିତ ସିବିଆଇ ଅଫିସ ବାହାରେ ପ୍ରଦର୍ଶନ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *