କାହାଣୀ ସୋସିଆଲ ମିଡିଆରେ ଭାଇରଲ : ବୃଦ୍ଧ ସମୟରେ ପିଲାମାନେ କରିଦେଲେ ନିଜଠାରୁ ଅଲଗା, ଦ୍ଵାର-ଦ୍ଵାର ଠୋକର ଖାଉଛନ୍ତି ବୃଦ୍ଧ ! ପେଣ୍ଟିଙ୍ଗ ବିକ୍ରି କରୁଥିବାର ଫୋଟ ଭାଇରାଲ,ଜାଣନ୍ତୁ ବୃଦ୍ଧଙ୍କ କାହାଣୀ

ସୋସିଆଲ ମିଡିଆରେ ଅନେକ ଥର ଏମିତି ଜିନିଷ ଦେଖିବାକୁ ମିଳେ, ଯାହା ସିଧାସଳଖ ହୃଦୟକୁ ଛୁଇଁଯାଏ। ବର୍ତ୍ତମାନ ସମୟରେ ଏମିତି କାହାଣୀ ଭାଇରାଲ ହେଉଅଛି, ଯାହାକୁ ପଡିବା ପରେ ଲୋକଙ୍କ ଆଖିରେ ଲୁହ ଆସିଯାଉଛି। ହୋଇପାରେ ଏହି କାହାଣୀକୁ ଜାଣିବା ପରେ ଆପଣ ମଧ୍ୟ ଭାବୁକ ହୋଇଯିବେ। କାରଣ, ଏହା ଏକ ମଜବୁର ପିତାର କାହାଣୀ ଅଟେ, ଯାହାଙ୍କୁ ତାଙ୍କର ପିଲାମାନେ ନା କେବଳ ହୃଦୟରୁ ବରଂ ଅନ୍ୟତ୍ର ଠୋକର ଖାଇବା ପାଇଁ ଏକା ଛାଡିଦେଲେ। ଜଣେ ବୃଦ୍ଧ ନିଜର ପେଣ୍ଟିଙ୍ଗ ବିକ୍ରି କରି ନିଜର ଗୁଜୁରାନ ମେଣ୍ଟାଉଛନ୍ତି। କିନ୍ତୁ, ଲକଡାଉନ କାରଣରୁ ଜୀବନ ଆହୁରି ଖରାପ ହୋଇଯାଇଛି।

ବର୍ତ୍ତମାନ ସାରା ଦେଶ କରୋନା ଭାଇରସ ସମସ୍ଯା ଦେଇ ଯାଉଅଛି। ଲୋକଙ୍କ ସ୍ଥିତି ବହୁତ ‘ଦୟନୀୟ’ ହୋଇଯାଉଛି। ଏମିତିରେ ଏହି ବୃଦ୍ଧଙ୍କ ସ୍ଥିତିକୁ ଦେଖିକରି ଲୋକଙ୍କୁ ଦୟା ଲାଗୁଛି। କାରଣ, ତାଙ୍କୁ ନିଜର ଯେଉଁମାନେ ସେମାନେ ବିପଦ ସମୟରେ ଛାଡିଦେଲେ। ତାଙ୍କର ନାମ ସୁନୀଲ ପାଲ ଅଟେ। ଯିଏକି କୋଲକାତାରେ ଗୋଲ ପାର୍କରେ ପେଣ୍ଟିଙ୍ଗ ବିକ୍ରି କରନ୍ତି। ତାଙ୍କର ପିଲାମାନେ ତାଙ୍କୁ ଛାଡିଦେଲେ। କୌଣସି ପ୍ରକାରେ ୫୦-୧୦୦ ଟଙ୍କାରେ ପେଣ୍ଟିଙ୍ଗ ବିକ୍ରି କରି ସେ ନିଜର ଗୁଜୁରାନ ମେଣ୍ଟାଉଞ୍ଚନ୍ତି। କିନ୍ତୁ, ଲକଡାଉନ କାରଣରୁ ତାଙ୍କର ସ୍ଥିତି ବହୁତ ଦୟନୀୟ ହୋଇଯାଇଛି। ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କୁ ସାହାଯ୍ୟ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମେ ଏହି ପୋଷ୍ଟରୁ ଭିଡିଓ ଦେଖନ୍ତୁ…

‘କାହାଣୀ ସୋସିଆଲ ମିଡିଆରେ ହେଲା ଭାଇରାଲ’:-

ଟୁଇଟରରେ ଏହି ଫୋଟକୁ ‘ସଜେଦା ଅଖତର’ ସେୟାର କରିଛନ୍ତି। ଏହି ଟୁଇଟରେ ସେ ସମ୍ପୂର୍ଣ କାହାଣୀ କହିଛନ୍ତି। ସେ କହିଲେକି ପ୍ରାୟତଃ ସୁନୀଲ ପାଲ ବୁଧୁବାର ଓ ଶନିବାର ଦିନ ନିଜର ପେଣ୍ଟିଙ୍ଗ ବିକ୍ରି କରନ୍ତି। ଟୁଇଟରରେ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା। ବର୍ତ୍ତମାନ ପର୍ଯ୍ଯନ୍ତ ୧୬ହଜାରରୁ ଅଧିକ ଲୋକ ଏହି ପୋଷ୍ଟକୁ ପସନ୍ଦ କରିଛନ୍ତି। ଯେତେବେଳେକି, ପାଖାପାଖି ସାତ ହଜାର ଲୋକ ଏହାକୁ ରିଟୁଇଟ କରିଛନ୍ତି। ଏହି ପୋଷ୍ଟରେ ଲୋକେ ହୃଦୟସ୍ପର୍ଶୀ କମେଣ୍ଟ ମଧ୍ୟ କରୁଛନ୍ତି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *