ଋଷଭ ପନ୍ତଙ୍କ ଯୋଗୁଁ ଶେଷ ହୋଇପାରେ ଏହି 3 ଜଣ ଉଇକେଟ କିପର ବ୍ୟାଟ୍ସମ୍ୟାନଙ୍କ କ୍ୟାରିଅର,ଜାଣନ୍ତୁ କିଏ କିଏ ?

ଭାରତୀୟ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନିଜକୁ ଏକ ପରିପକ୍ଵ ଖେଳାଳି ଭାବରେ ପରିଚୟ ଦେଇଛନ୍ତି । ଏହି ଖେଳାଳି ପାଖରେ ହୁଏତ ପ୍ରଥମରୁ ପ୍ରତିଭା ଥିଲା କିନ୍ତୁ ସେ ଏମିତି ନିଜର ଉଇକେଟ ହରାଇ ଦେଉଥିଲେ କିନ୍ତୁ ଅଷ୍ଟ୍ରେଲିଆ ଗସ୍ତ ସମୟରେ ସେ ନିଜକୁ ଏକ ପରିପକ୍ୱ ଖେଳାଳିର ପରିଚୟ ଦେଇଥିବାରୁ ସେ ଅଲଗା ନିଜକୁ ପ୍ରମାଣିତ କରିଛନ୍ତି ।

ବର୍ତ୍ତମାନ ସେ ତିନୋଟି ପ୍ଲାଟଫର୍ମରେ ଉଇକେଟ କିପିଂ ଦାୟିତ୍ୱ ନେଇସାରିଛନ୍ତି । ତାଙ୍କର ବ୍ୟାଟିଂ ବ୍ୟତୀତ ଉଇକେଟ କିପିଂରେ ମଧ୍ୟ ସୁଧାର ଆଣିଛନ୍ତି । ବର୍ତ୍ତମାନ ଯେତେବେଳେ ପନ୍ତ ଭଲ ପ୍ରଦର୍ଶନ କରୁଛନ୍ତି ସେହି ସମୟରେ ଅନ୍ୟ ଖେଳାଳିଙ୍କ ପାଇଁ ରହ ଭଲ ଖବର ମଧ୍ୟ ନୁହେଁ ।

ପ୍ଲେଇଂ ଇଲେଭେନରେ ତ କେବଳ ଜଣେ ଉଇକେଟ କିପର ରହିବ କିନ୍ତୁ ଋଷଭ ପନ୍ତ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ଭବିଷ୍ୟତରେ ଅନ୍ୟକିଛି ଉଇକେଟ କିପର ବ୍ୟାଟ୍ସମ୍ୟାନଙ୍କ ଭବିଷ୍ୟତ ସମାପ୍ତ କରିଦେଇ ପାରନ୍ତି ।

ଏହି ଖେଳାଳିଙ୍କ ଭବିଷ୍ୟତ ସମାପ୍ତ ହୋଇପାରେ :-

ସଞ୍ଜୁ ସାମସନ:-

ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଲିଷ୍ଟରେ ସର୍ବପ୍ରଥମେ ରହିଛନ୍ତି । ସଞ୍ଜୁ ଜଣେ ଭଲ ଉଇକେଟ କିପର ସହିତ ଏକ ପ୍ରଭାବଶାଳୀ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି। ସେ ପାଳି ଅନୁସାରେ ନିଜର ଖେଳକୁ ଖେଳିଥାନ୍ତି । ତାଙ୍କର ଏହି କ୍ଷମତା ଯୋଗୁଁ ରାଜସ୍ଥାନ ରୟାଲସ ତାଙ୍କୁ ଅଧିନାୟକ ଦାୟିତ୍ୱ ଦେଇସାରିଛି ।

ଏବେପର୍ଯ୍ୟନ୍ତ ସାମସନ ଆଇପିଏଲରେ ତିନୋଟି ଶତକ ହାସଲ କରିସାରିଛନ୍ତି । ତାଙ୍କୁ ଭାରତ ପାଇଁ ମୌକା ମିଳିଥିଲା କିନ୍ତୁ ସେ ଅଧିକ ପ୍ରଭାବିତ କରିପାରିନଥିଲେ । ବର୍ତ୍ତମାନ ଋଷଭ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ସଞ୍ଜୁଙ୍କୁ ସ୍ଥାନ ମିଳିବା ଅସମ୍ଭବ।

ଇଶାନ କିଷାନ :-

ଝାରଖଣ୍ତ ର ଏହି ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନଙ୍କ କ୍ୟାରିଅର ଏବେ ଆରମ୍ଭ ହୋଇଥିଲା । କିନ୍ତୁ ଋଷଭ ପନ୍ତଙ୍କ ଶାନଦାର ପ୍ରଦର୍ଶନ ଯୋଗୁଁ ତାଙ୍କ କ୍ୟାରିଅର ଉପରେ କଳା ବାଦଲ ଢାଙ୍କି ହୋଇଯାଇଛି । ଏବେଏବେ ଇଶାନ କିଷାନଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ମୌକା ମିଳିଥିଲା ଓ ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ନିଜକୁ ପ୍ରମାଣିତ କରିଥିଲେ ।

କିନ୍ତୁ ଯେଉଁଭଳି ଭାବରେ ଋଷଭ ପନ୍ତ ଓ ଟିମ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ଦେଖାଉଛନ୍ତି ଏହାଦେଖି ଲାଗୁଛି କି, ତାଙ୍କ କ୍ୟାରିଅର ବହୁତ ଜଲଦି ଶେଷ ହୋଇଯିବ ।

ଋଷଭ ପନ୍ତ ଭାରତ ପାଇଁ ଏକ ଶାନଦାର ଫିନିସର ରୋଲ ନିଭାଉଥିବା ସହିତ ସେ 4-5 ନମ୍ବର୍ ରେ ମଧ୍ୟ ଖେଳିଥାନ୍ତି । ଏପଟେ ଇଶାନ କିଷାନ ଗତବର୍ଷ 2020 ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେ 14 ମ୍ୟାଚ ରୁ 516 କରିଥିଲେ ।

କେଏସ ଭରତ :-

ଆନ୍ଧ୍ରପ୍ରଦେଶ ର ଏହି ଉଇକେଟ କିପର ବ୍ୟାଟ୍ସମ୍ୟାନ କେଏସ ଭରତଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଥିବାର ଆପଣ ଶୁଣିଛନ୍ତି । ଏହି ଖେଳାଳି ଭାରତୀୟ ଦଳର ଡ୍ରେସିଂ ରୁମ ଶେୟର କରିବେ । କିନ୍ତୁ ବର୍ତ୍ତମାନ ତାଙ୍କର ଡେବ୍ୟୁ କୁ ନେଇ କିଛି ଠୋସ ଖବର ଆସିନାହିଁ ।

ଏହି ଖେଳାଳି 69 ପ୍ରଥମଶ୍ରେଣୀ କ୍ରିକେଟରେ 3909 ରନ କରିଥିଲେ । ଯେଉଁଥିରେ 8ଟି ଶତକ ଓ 20ଟି ଅର୍ଧଶତକ ସାମିଲ ରହିଛି । ଫାଷ୍ଟ କ୍ଳାସ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର 308 ରନ ଅଟେ । ଆଇପିଏଲରେ ସେ ଆରସିବି ଦଳରେ ଥିଲେ କିନ୍ତୁ ତାଙ୍କୁ ଖେଳିବାକୁ ମୌକା ମିଳିନଥିଲା ।

ସେ ଏକ ଶାନଦାର ଉଇକେଟ କିପର ଅଟନ୍ତି କିନ୍ତୁ ଋଷଭ ପନ୍ତଙ୍କ ଭଲ ପ୍ରଦର୍ଶନ ଆଗରେ ତାଙ୍କୁ ଦଳରେ ମୌକା ମିଳିବାର ସମ୍ଭାବନା ବହୁତ କମ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *