ପାକିସ୍ତାନର ଚାହା ବାଲା ପୁଣି ମଚାଇଲା ଇଣ୍ଟରନେଟରେ ଧମାଲ,କଲା ପୁଣି ଏକ କାରନାମା,ଜାଣନ୍ତୁ ପୁରା ଘଟଣା

ଇସ୍ଲାମାବାଦ:ପାକିସ୍ତାନରେ ଏକ ଫଟୋ ଭାଇରାଲ ହେବା ଫଳରେ ବିଖ୍ୟାତ ହୋଇଥିବା ଏକ ଯୁବ ଚା ବିକ୍ରେତା ଏବେ ଲଣ୍ଡନରେ କେଫ୍ ବନେଇବା ଯୋଜନା କରିଛନ୍ତି|କିଛି ସମୟ ପୂର୍ବେ ସୋସିଆଲ ମିଡିଆରେ ନୀଳ ଆଖି ଥିବା ଏକ ୨୩ ବର୍ଷୀୟ ପାକିସ୍ତାନୀ ଚା ବିକ୍ରେତାର ଫଟୋ ବହୁତ ଭାଇରାଲ ହୋଇଥିଲା, ଯେଉଁଥିରେ ଚା ଢାଳୁଥିବାର କ୍ୟାମେରାରେ ଦେଖାଯାଉଥିଲା|ଏଵେ ସେ ଘୋଷଣା କରିଛନ୍ତି ଯେ ଏବର୍ଷ ସେ ଲଣ୍ଡନରେ ଗୋଟେ କାଫେ ଖୋଲିବେ|

ଏକ ଫେସବୁକ ପେଷ୍ଟରେ ଅରଶଦ ଖାନ୍ ଲେଖିଛନ୍ତି ଯେ ତାକତ ଓ ବିକାଶ ନିରନ୍ତର ବିକାଶ ଫଳରେ ଆସିଥାଏ|କେଫେ ଚାଏବାଲା ଈନ୍ଶା ଆଲ୍ଲାହ ଏବର୍ଷ ଶେଷ ଭିତରେ ଲଣ୍ଡନରେ ନିଜର ପ୍ରଥମ କେଫ୍ ଆଉଟଲେଟ୍ ଖୋଲିବ|ଦ ଏକ୍ସପ୍ରେସ ଟ୍ରିବ୍ୟୁନ ଶୁକ୍ରବାର ଦିନ ନିଜ ରିପୋର୍ଟରେ କହିଲେ ଯେ କିଛି ସମୟ ପୂର୍ବେ ଏକ ସାଧାରଣ ଚା ଦୋକାନ ଚଳାଉଥିବା ଏହି ଯୁଵକ ନିକଟରେ ରାଜଧାନୀ ଇସ୍ଲାମାବାଦରେ ଏକ ଛାତରେ ରୁଫଟପ୍ କେଫେ ଖୋଲିଛନ୍ତି ଓ ସେ ଏହାର ନାମ କେଫେ ଚାଏ ବାଲା ରଖିଛନ୍ତି|

ନିଜର ଆଉଟଲେଟ ନାମ ସମ୍ବନ୍ଧରେ ଖାନ୍ ଉର୍ଦୁ ସମାଚାରକୁ କହିଛନ୍ତି ଯେ ବହୁ ଲୋକ ମୋ ବର୍ତ୍ତମାନ ନାଁ ବଦଳାଇବାକୁ କହିଲେ ଓ ଏହି କାରଣରୁ ଏହାକୁ ଅରସଦ ଖାନ୍ ରଖିବାକୁ କହିଲେ,କିନ୍ତୁ ମୁଁ ମନାକଲି,କାରଣ ଚା ବାଲା ମୋର ପରିଚୟ|ଖାନଙ୍କ କେଫେ ପାରମ୍ପରିକ ଓ ସାଂସ୍କୃତିକ ତତ୍ତ୍ୱର ସମୂହ ଅଟେ, ଯେଉଁଥିରେ କାନ୍ଥରେ ଟ୍ରକ ଆର୍ଟ୍ସ,ଷ୍ଟ୍ର ଟେବଲ ଓ ଚଉକି ରହିଛି ଓ ଉର୍ଦୁ ଲିପି ବ୍ୟବହାର ହୋଇଛି|ଏଵେ ତାଙ୍କ ମେନୁରେ ଚା ସହ ୧୫ରୁ ୨୦ ଅନ୍ୟ ବ୍ୟଞ୍ଜନ ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *