“ଯଦି ଫେଲ ହୋଇଗଲି, ତାହେଲେ କ୍ରିକେଟ ଖେଳିବିନାହିଁ”। ଇଂଲଣ୍ଡ ଷ୍ଟାର ବୋଲର ଜୋଫ୍ରା ଆର୍ଚ୍ଚର ଦେଲେ ଚ୍ୟାଲେଞ୍ଜ,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଇଂଲଣ୍ଡ କ୍ରିକେଟ ଟିମ ବିଗତ କିଛି ସପ୍ତାହ ହେବ ନିଜ ପ୍ରମୁଖ ଖେଳାଳିଙ୍କ ଆହତ ଯୋଗୁଁ ସମସ୍ୟାରେ ରହିଛି । ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଧକା ଷ୍ଟାର ବୋଲର ଜୋଫ୍ରା ଆର୍ଚ୍ଚରଙ୍କୁ ଲାଗିବାପରେ ଆସିଥିଲା । ଯିଏକି ବିଗତ ଦୁଇମାସ ମଧ୍ୟରେ ଦୁଇଥର ସର୍ଜରୀ ର ସାମ୍ନା କରିଛନ୍ତି । ଏଥିପାଇଁ ଆର୍ଚ୍ଚର ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରେ ବାଦ ପଡିଛନ୍ତି । ଏହାପରେ ମଧ୍ୟ ସେ ଦିନିକିଆ ଓ t-20 ମ୍ୟାଚ ଏବଂ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିବା ମଧ୍ୟ ମୁସ୍କିଲ ଅଟେ । ଆର୍ଚ୍ଚର ଏହିସମୟରେ କହିଛନ୍ତି, ସେ ଏହି କହୁଣୀ ସମସ୍ୟାରୁ ସମ୍ପୂର୍ଣ୍ଣ ମାତ୍ରାରେ ମୁକ୍ତି ପାଇବାକୁ ଚାହୁଁଛନ୍ତି ଯେପର୍ଯ୍ୟନ୍ତ ଏହା ଠିକ ହୋଇନାହିଁ ସେ କ୍ରିକେଟ ଖଳିବେନାହିଁ।

2019 ରେ ଇଂଲଣ୍ଡ ପାଇଁ ଡେବ୍ୟୁ କରିବା ଓ ଇଂଲଣ୍ଡକୁ ବିଶ୍ୱକପ ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆର୍ଚ୍ଚର ଚଳିତବର୍ଷ ଜାନୁଆରୀ ମାସରେ ଆହତ ହୋଇଥିଲେ। ଏହାପରେ ମଧ୍ୟ ସେ ଭାରତ ବିପକ୍ଷରେ ଟେଷ୍ଟ ଓ t-20 ସିରିଜକୁ ଓହ୍ଲାଇଥିଲେ । ଏହାପରେ ଦିନିକିଆ ସିରିଜ ପୂର୍ବରୁ ସେ ସ୍ବଦେଶ ଫେରିଥିଲେ ଓ ସର୍ଜରୀ କରିଥିଲେ । ଏବେ ମେ ମାସରେ ସେ ଫେରିଥିଲେ କିନ୍ତୁ କହୁଣୀ ସମସ୍ୟା ପୁଣିଥରେ ଆସିଥିଲା ଓ ସେ ପୁରା ମ୍ୟାଚ ଖେଳିନଥିଲେ । ଆର୍ଚର ବିଗତ କିଛି ସପ୍ତାହ ହେବ କହୁଣୀର ସର୍ଜରୀ କରାଇଛନ୍ତି । ଏବେ ସେ ମୈଦାନରୁ ବାହାରେ ରହିବେ ।

ଆହତ କୁ ସର୍ବଦା ପାଇଁ ଶେଷ କରିବାର ଲକ୍ଷ୍ୟ :-

ଏହି ସର୍ଜରୀ କାରଣରୁ ଆର୍ଚ୍ଚର ଆଉ 2 ରୁ 3 ମାସ ବାହାରେ ରହିପାରନ୍ତି । ଏହିଥର ଏହି ଇଂଲିଶ ଖେଳାଳି ସମ୍ପୂର୍ଣ୍ଣ ଭାବରେ ଫିଟ ହୋଇ ମୈଦାନକୁ ଓହ୍ଲାଇବାକୁ ଚାହୁଁଛନ୍ତି । ଆର୍ଚ୍ଚର ନିଜର ଡେଲି ମେଲ ଜରିଆରେ କହିଥିଲେ କି, ମୁଁ ବର୍ଷର କିଛି ସପ୍ତାହ ବାହାରେ ରହିବାକୁ ପସନ୍ଦ କରିବି କାରଣ ଏହି କହୁଣୀ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଦେବା ମୋ ଲକ୍ଷ୍ୟ । ବର୍ଷର କିଛି ମାସ ମୁଁ ବାହାରେ ରହିଲେ ମୁଁ ଲମ୍ବା ସମୟ ପର୍ଯ୍ୟନ୍ତ କ୍ରିକେଟ ଖେଳିପାରିବି । ସିଧା କଥା ।

t-20 ଓ ଆସେସ ଉପରେ ଲକ୍ଷ୍ୟ :-

ଆର୍ଚ୍ଚର କହିଛନ୍ତି, ସେ କିଛି ସମୟ ନେବାକୁ ଚାହୁଁଛନ୍ତି ଯାହାକି ତାଙ୍କ କ୍ୟାରିଅର ଓ ଜୀବନ ପାଇଁ ଉଚିତ ହେବ । ଏହାସହ ସେ କହିଥିଲେ, ସେ t-20 ବିଶ୍ୱକପ ଓ ଆସେସ ଖେଳିବାକୁ ଚାହାଁନ୍ତି ।

ଏହି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଇଂଲଣ୍ଡ ଭାରତ ବିପକ୍ଷରେ ପାଞ୍ଚମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ଆର୍ଚ୍ଚର କହିଛନ୍ତି, ଯଦି ସେ ଏହି ସିରିଜ ପାଇଁ ଫିଟ ଅଟନ୍ତି ତାହେଲେ ଭଲକଥା କିନ୍ତୁ ଯଦି ସେ ଫିଟ ନାହାଁନ୍ତି ତାହେଲେ ନିଶ୍ଚୟ ଉଚିତ ସମୟ ନେବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *