କରୋନା ଟୀକାର ଦୁଇଟିଯାକ ଡୋଜ ପରେ ମଧ୍ୟ ଲଗାଇବାକୁ ପଡିବ ଆଉ ଏକ ଟୀକା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କରୋନା ମହାମାରୀର ଲକ୍ଷଣ ଏବଂ ଏହାର ଚିକିତ୍ସାକୁ ନେଇ କିଛି କିଛି ଦିନର ଅନ୍ତରାଳରେ ନୁଆଁ ନୁଆଁ ସୂଚନା ସାମ୍ନାକୁ ଆସୁଛି | ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଏହି କଥାକୁ ନେଇ ଚର୍ଚ୍ଚା ଚାଲିଥିଲା ଯେ ଟୀକାର ଦୁଇ ଡୋଜ ମଧ୍ୟରେ କେତେ ଅନ୍ତର ରହିବା ଉଚିତ | ଏହାମଧ୍ୟରେ ଏହି ଚର୍ଚ୍ଚା ସାମ୍ନାକୁ ଆସୁଛି ଯେ ଦୀର୍ଘ ସମୟ ଧରି କରୋନା ସଂକ୍ରାମଣଠାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିବାପାଇଁ ଟୀକାର କେବଳ ଦୁଇଟି ଡୋଜ ଯଥେଷ୍ଟ ହେବନାହିଁ | ଏଥିପାଇଁ ଟୀକାର ବୁଷ୍ଟର ସଟ ମଧ୍ୟ ଲଗାଇବାକୁ ପଡିବ |

କରୋନା ଟୀକାକୁ ନେଇ ଜଡିତ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଟୀକା କରଣଠାରୁ ତ ବଞ୍ଚାଇପାରେ, କିନ୍ତୁ ପ୍ରାୟ ଏକ ବର୍ଷ ପରେ ଟିକାରୁ ତିଆରି ଆଣ୍ଟିବଡ଼ି ହ୍ରାସ ହେବାକୁ ଲାଗିବ, ତେଣୁ ଏଥିପାଇଁ ବୁଷ୍ଟର ଡୋଜ ନେବାକୁ ପଡିବ |

ସୂଚନା ଅନୁଯାୟୀ କହିବାକୁ ଗଲେ ଭାରତରେ ବର୍ତ୍ତମାନ ଟୀକାର ଦୁଇ ଡୋଜ ପରେ ବୁଷ୍ଟରକୁ ପ୍ରସ୍ତୁତ କରାଯାଉଛି | ଖବର ଅନୁଯାୟୀ, ଟୀକା ନିର୍ମାଣ କମ୍ପାନୀ ଭାରତ ବାୟୋଟେକ ତରଫରୁ ଦିଲ୍ଲୀ ଏମ୍ସରେ ବୁଷ୍ଟରର ପରୀକ୍ଷଣ ମଧ୍ୟ କରାଯାଉଛି | ଏହି ଡୋଜ ଛଅ ମାସ ପୂର୍ବରୁ ଟୀକା ଲଗାଇ ସାରିଥିବା ଲୋକଙ୍କୁ ଦିଆଯାଇପାରିବ | ଉଲ୍ଲେଖନୀୟ ଯେ ଭାରତରେ ଦ୍ୱିତୀୟ ପ୍ରଚଳିତ କରୋନା ଟୀକା କୋଭାକସିନର ନିର୍ମାଣ ଭାରତ ବାୟୋଟେକ ହିଁ କରିଛି |

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ବିଭିନ୍ନ ରୋଗଗୁଡିକ ମଧ୍ୟରେ ବୁଷ୍ଟର ଡୋଜ ଲଗାଇବାର ଚଳନ ରହିଛି | ପିଲାମାନଙ୍କ ବିଷୟରେ କଥା ହେଲେ, ଜନ୍ମରୁ ଲଗାଇଥିବା ଟୀକାରେ ଦେଢ଼ ବର୍ଷର ବୁଷ୍ଟର ବ୍ୟତୀତ ପାଞ୍ଚ ବର୍ଷ,୧୦ ବର୍ଷ ଏବଂ ୧୬ ବର୍ଷରେ ବୁଷ୍ଟର ଡୋଜ ଲଗାଯାଏ | ବର୍ତ୍ତମାନ ଦାବି କରାଯାଉଛ ଯେ ବୁଷ୍ଟର ଲଗାଇବା ପରେ କରୋନା ବଦଳିଲେ ଭାରୀଏଣ୍ଟସ ସହିତ ଲଢ଼ିବାରେ ଶରୀର ଏବଂ ଭଲ ଭାବରେ ରୋଗ-ପ୍ରତିରୋଧକ ଶକ୍ତି ବିକଶିତ କରିବାରେ ସକ୍ଷମ ରହିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *