ପ୍ରତିଦିନ କେବଳ ଗୋଟିଏ ଟଙ୍କା ବଞ୍ଚାଇ ଆପଣ କରିପାରିବେ 15 ଲକ୍ଷ ଟଙ୍କାର ସେଭିଂ,ଜାଣନ୍ତୁ କେମିତି

ଆଜି ଆମେ ଆପଣଙ୍କୁ ଏକ ଏମିତି ସରକାରୀ ସ୍କିମ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆପଣ ମାତ୍ର କମ ଟଙ୍କା ବିନିଯୋଗ କରି ଏକ ବଡ଼ ରାଶି ଯୋଡି ପାରିବେ । ଏହି ସରକାରୀ ସ୍କିମର ନାମ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନାରେ ଆପଣ ନିଜର ଝିଅର ଭବିଷ୍ୟ ସୁରକ୍ଷିତ କରିବା ସହିତ ନିବେଶର ଏହି ରାଶି ଉପରେ ଆପଣଙ୍କର ଇଙ୍କମ ଟ୍ୟାକ୍ସ ଲାଗିନଥାଏ ।

କଣ ଅଟେ ଏହି ସୁକନ୍ୟା ସମୃଦ୍ଧି ଯୋଜନା :-

ସୁକନ୍ୟା ସମୃଦ୍ଧି ଯୋଜନା ଝିଅ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏମିତି ଏକ ଯୋଜନା ଯାହାକି ବେଟି ବଚାଓ ବେଟି ପଢ଼ାଓ ସ୍କିମ ଦ୍ୱାରା ଲଞ୍ଚ କରାଯାଇଥିଲା । ଏହା ଏକ ସବୁଠାରୁ ଭଲ ସୁଧ ଦେବା ଯୋଜନା ଅଟେ ।

ମାତ୍ର ଏତିକି ଟଙ୍କାରୁ ଆପଣ ନିବେଶ କରିପାରିବେ :-

ସୁକନ୍ୟା ସମୃଦ୍ଧି ଯୋଜନାରେ ମାତ୍ର 250 ଟଙ୍କାରୁ ଆପଣ ଏହାକୁ ଆରମ୍ଭ କରିପାରିବେ । ଯଦି ଆପଣ ପ୍ରତିଦିନ 1 ଟଙ୍କା ବି ବଞ୍ଚାନ୍ତି ତାହେଲେ ମଧ୍ୟ ଆପଣ ଏହାର ଲାଭ ଉଠାଇପାରିବେ । ଆପଣ ପ୍ରତିବର୍ଷ ରହି ଖାତାରେ 250 ରଖିପାରିବେ ଓ ସର୍ବାଧିକ ଏଥିରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ରଖିପାରିବେ ।

କେତେ ସୁଧ ମିଳିଥାଏ ? :-

ଆପଣଙ୍କୁ ଏଥିରେ 7.6 ପ୍ରତିଶତ ସୁଧରାଶି ମିଳିଥାଏ । ଏଥିରେ ଆପଣଙ୍କୁ ଇଙ୍କମ ଟ୍ୟାକ୍ସ ଲାଗିନଥାଏ । ଏହାପୂର୍ବରୁ 9.2 ପ୍ରତିଶତ ସୁଧ ମିଳୁଥିଲା । 8 ବର୍ଷ ବୟସ ପରେ ଝିଅର ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ ପାଇଁ 50 ପ୍ରତିଶତ ରାଶି ଆପଣ ଉଠାଇପାରିବେ ।

ମ୍ୟାଚୋରିଟି ରର ମିଳିଥାଏ 15 ଲକ୍ଷ ଟଙ୍କା :-

ମାନନ୍ତୁ ଆପଣ ଏଥିରେ ପ୍ରତିମାସ 3000 ଟଙ୍କା ନିବେଶ କରୁଛନ୍ତି ଓ ବାର୍ଷିକ 36000 ଟଙ୍କା । 14 ବର୍ଷ ପରେ 7.6 ପ୍ରତିଶତ ହିସାବରେ ଆପଣଙ୍କୁ 9,11,574 ଟଙ୍କା ମିଳିଥାଏ । 21 ବର୍ଷ ମାନେ ମ୍ୟାଚୋରିଟି ପରେ ଆପଣଙ୍କୁ 15 ଲକ୍ଷ ଟଙ୍କା ମିଳିଥାଏ । ଏବେ 7.6 ପ୍ରତିଶତ ହିସାବରେ ଏଥିରେ ସୁଧ ମିଳୁଛି ।

କେମିତି ଖୋଲିବେ ଖାତା :-

ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଆପଣ କୌଣସି ପୋଷ୍ଟ ଅଫିସ କିମ୍ବା କମର୍ସିଆଲ ଅଧିକୃତ ଶାଖାରେ ଖୋଲାଯାଇଥାଏ। ଏହି ଯୋଜନା ଅନ୍ତର୍ଗତ ଆପଣ ପିଲାର ଜନ୍ମ ହେବାପରେ 10 ବର୍ଷ ପର୍ଯ୍ୟନ୍ତ 250 ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ ।

କେବେ ପର୍ଯ୍ୟନ୍ତ ଖାତା ଚାଲୁ କରିପାରିବେ :-

ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଖୋଲିବାପରେ ଝିଅକୁ 21 ବର୍ଷ ହେବାପରେ 18 ବର୍ଷ ହେବାପରେ ତାଙ୍କର ବିବାହ ପର୍ଯ୍ୟନ୍ତ ଚାଲୁ କରାଯାଇପାରିବ ।

ଟଙ୍କା ଜମା ନହେଲେ ଆପଣଙ୍କୁ କେତେ ପେନାଲ୍ଟି ଦେବାକୁ ପଡ଼ିବ :-

ଯଦି ପ୍ରତିବର୍ଷ 250 ଟଙ୍କା ଜମା କରାଯିବ ନାହିଁ ତାହେଲେ ଆପଣଙ୍କ ଖାତା ବନ୍ଦ ହୋଇଯିବ । ଆପଣଙ୍କୁ ଏଥିପାଇଁ 50 ଟଙ୍କା ପେନାଲ୍ଟି ଦେବାକୁ ହୋଇଥାଏ । ଆକାଉଣ୍ଟ ଖୋଲିବାର 15 ବର୍ଷ ପର୍ଯ୍ୟନ୍ତ ଆପଣ ରିଆକ୍ଟିଭେସନ ଆବେଦନ କରିପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *