ମାଆଙ୍କୁ ହୋଇଥିଲା କରୋନା,ପିଲା ଲେଖିଲେ ଏମିତି ଚିଠି, ଚିଠି ପଢିଲା ପରେ ଆପଣଙ୍କ ଆଖିରେ ଆସିଯିବ ଲୁହ

ଏହିସମୟରେ ସାରାଦେଶ କରୋନା ମହାମାରୀ ସଙ୍କଟରେ ପଡ଼ିଛନ୍ତି । କରୋନାର ଦ୍ଵିତୀୟ ଲହରୀ କାରଣରୁ ପ୍ରତ୍ୟେକ ଦିନ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ସବୁକିଛି ବଦଳିଯାଇଛି । କରୋନା ସଙ୍କଟକୁ ନେଇ ସୋସିଆଲ ମିଡିଆରେ ଏକରୁ ବଢ଼ି ଏକ ମାମଲା ନଜର ଆସୁଛି । କିଛି ମାମଲା ତ ଏମିତି ସାମ୍ନାକୁ ଆସିଛି ଯାହାକୁ ଦେଖିବାପରେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଯେତେବେଳେ କରୋନା ହୋଇଥିଲା ଓ ତାଙ୍କ ପିଲା ତାଙ୍କୁ ଚିଠି ଲେଖିଥିଲେ, ଯାହାକୁ ପଢିବାପରେ ଲୋକମାନେ ଭାବପ୍ରବଣ ହୋଇଯାଉଛନ୍ତି ।

ଏହା ତ ଆମେ ସମସ୍ତେ ଜାଣିଛେ କି, କରୋନା ଭାଇରସ କାହାକୁ ଛାଡୁନାହିଁ । ପିଲାଠୁ ନେଇ ବୁଢା ମାନଙ୍କୁ ମଧ୍ୟ କରୋନା ଗ୍ରାସୁଛି । ଏହାମଧ୍ୟରେ ଜଣେ ମହିଳାଙ୍କୁ କରୋନା ହୋଇଗଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏହାପରେ ପିଲାଟି ନିଜର ମାଆଙ୍କୁ ଚିଠି ଲେଖିଥିଲେ ଯାହାକୁ ପଢି ଲୋକମାନେ ଭାବୁକ ହୋଇଯାଇଥିଲେ । ଚିଠିରେ ଲେଖାଥିଲା, ମମି ଆମେ ତଳେ ଅଛୁ, ଆପଣ ସୁସ୍ଥ ହୋଇଯିବେ, ଆମେ ତୁମକୁ ନେବାକୁ ଆସୁଛୁ, ଚିନ୍ତା କରନି । ଆପଣଙ୍କ ମୁନମୁନ, ବୁଲବୁଲ, ଗୁଡ଼ିଆ, ବିକାଶ । ଏହି ପତ୍ର ଜରିଆରେ ପିଲାମାନେ ଏହାମଧ୍ୟ ସନ୍ଦେଶ ଦେଇଥିଲେ କି, କରୋନା ହୁଏତ ଶରୀରକୁ ଦୂର କରିଦେଇଥାଏ କିନ୍ତୁ ହୃଦୟକୁ ନୁହେଁ ।

ସୋସିଆଲ ମିଡିଆରେ ଲେଟର ଭାଇରାଲ :-

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ପତ୍ରକୁ IAS ଅଫିସର ଅବନୀଶ ଶରଣ ଶେୟର କରିଥିଲେ । ପତ୍ର ଶେୟର କରି ସେ ଲେଖିଥିଲେ,ସବୁଠାରୁ ସୁନ୍ଦର ଚିଠି । ଏବେ ଏହି ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 43 ହଜାର ଲୋକ ଏହି ପତ୍ରକୁ ଶେୟର କରିଥିଲେ । ସେହିପରି 4 ହଜାରରୁ ଅଧିକ ଲୋକ ଏହାକୁ ରିଟ୍ୱିଟ କରିଛନ୍ତି । ଏତିକି ମଧ୍ୟ ନୁହେଁ ଏହି ଫୋଟୋରେ ଲୋକମାନେ ହୃଦୟକୁ ଛୁଇଁଲା ଭଳି କମେଣ୍ଟ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *