ବୟସ ମାତ୍ର ୨୬ ମାସ…ହେବାକୁ ଚାହାନ୍ତି ବିରାଟ କୋହଲୀ, ଲଗାଉଛନ୍ତି ବଡ ବଡ ସଟ,ଦେଖନ୍ତୁ ଭିଡିଓ

ଦେଶରେ କ୍ରିକେଟକୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ ଅଛି, ଯାହାକି ବର୍ଣ୍ଣନା କରିହେବ ନାହିଁ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ଖେଳିବା ଏବଂ ଦେଖିବା ପାଇଁ ସର୍ବଦା ପ୍ରସ୍ତୁତ ରୁହନ୍ତି। ଝାରଡଖଣ୍ଡର ବୋକରୋରୁ ଏକ ୨୬ ମାସର ବାଳକର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏହି ପିଲା କ୍ରିକେଟର ସର୍ବୋତ୍ତମ ସଟ ଖେଳୁଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଯେଉଁ ବୟସରେ ପିଲାମାନେ ସଠିକ ଭାବରେ ଚାଲିବା ଆରମ୍ଭ କରନ୍ତି, ସେହି ବୟସରେ ଏହି ପିଲା ଚମତ୍କାର ଫୁଟୱାର୍କ ସହିତ ପଡ଼ିଆରେ ସଟ ଲଗାଉଛନ୍ତି। ଏହି ୨୬ ମାସର ଶିଶୁର ବ୍ୟାଟ୍ ଧରିବାର ଉପାୟ, ସଟ୍ ଚୟନକୁ ଦେଖି ଏହା ଅନୁଭବ ହେଉଛି ଯେ, ସେ ଯେମିତି ଜଣେ ପ୍ରୋଫେସନାଲ କ୍ରିକେଟର ଅଟନ୍ତି।

ଏହି ଶିଶୁଟି ବୋକାରୋ ଜିଲ୍ଲାର ଚାସ ବ୍ଲକ ଅନ୍ତର୍ଗତ କୁରା ମୋଡ ଅନ୍ତର୍ଗତ ବିରତାଣ୍ଡର ବାସିନ୍ଦା, ତାଙ୍କ ନାମ ଜୟନ୍ତ କୁମାର, ଶିଶୁ ପିତା ଅମିତ କୁମାରଙ୍କ ଅନୁସାରେ ତାଙ୍କର ବୟସ ୨୬ ମାସ ଅଟେ। ତାଙ୍କ ପିଲାକୁ କ୍ରିକେଟ ପ୍ରତି ଆଗ୍ରହ ଦୁଇ ବର୍ଷ ବୟସରୁ ଦେଖାଉଥିଲେ। ଥରେ ମୋବାଇଲରେ ବିରାଟ କୋହଲୀଙ୍କ ବ୍ୟାଟିଂ ଦେଖି ସେ ବ୍ୟାଟ ନେବାକୁ ଜିଦ ଧରିଥିଲେ। ଏହା ପରେ ତାଙ୍କୁ ଯେତେବଳେ ବ୍ୟାଟ ଦିଆଯାଇଥିଲା, ତେବେ ସେ ଘର ସାମ୍ନାରେ ଥିବା ଖୋଲା ପଡ଼ିଆରେ ବ୍ୟାଟିଂ ଆରମ୍ଭ କରିଥିଲେ।

ଶିଶୁର ପିତା କହିଛନ୍ତିଯେ, ସେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ବ୍ୟାଟିଂ କରିବାକୁ ଜିଦ କରେ ଏବଂ ଲମ୍ବା-ଲମ୍ବା ସଟ ଲଗାନ୍ତି ଏବଂ ଜୋରରେ ଶବ୍ଦ କରନ୍ତି। କେବଳ ଏତିକି ନୁହେଁ, ବ୍ୟାଟିଂ କରିବା ବେଳେ ମଧ୍ୟ ସେ ଖାଇବା ପିଇବାକୁ ଭୁଲିଯାଆନ୍ତି। ଅମିତ କୁମାର କହିଛନ୍ତିଯେ, ଯେତେବେଳେ ତାଙ୍କ ସନ୍ତାନ ଜନ୍ମ ହେଲା, ସେତେବେଳେ ସେ ଠିକ ଭାବରେ ଚାଲି ମଧ୍ୟ ପାରୁନଥିଲା। ତାଙ୍କର ଦୁଇଟି ଗୋଡରେ ପ୍ଲାଷ୍ଟର ଲାଗିଥିଲା। ଧୀରେ ଧୀରେ ସୁସ୍ଥ ହେଲେ, ଚମତ୍କାର ଭାବରେ ଫୁଟୱାର୍କ ସହିତ ବ୍ୟାଟିଂ କରିବାକୁ ଲାଗିଲେ।

ନିଜର ତୋତଲା ପାଟିରେ ବିରାଟ କୋହଲୀ ହେବେ ବୋଲି କହୁଥିଲେ। ଯେତେବେଳେ ସେ ବିରାଟ ବ୍ୟାଟିଂ କରୁଥିବାକୁ ଦେଖନ୍ତି, ସେତେବେଳେ ସେ ହେଲମେଟ, ଗ୍ଲୋବ୍ସ, ପ୍ୟାଡ ଉପରେ ଜୋର ଦିଅନ୍ତି। ତେବେ ପିଲାଟିର ମା ଜାନକୀ ଦେବୀ ନିଜ ପୁଅର କ୍ରିକେଟ ପ୍ରତି ଆଗ୍ରହ ଦେଖି ବହୁତ ଖୁସି ଅଛନ୍ତି। ଯେତେବେଳେ ତାଙ୍କ ପୁଅର ପାଦରେ ପ୍ଲାଷ୍ଟର କରାଯାଇଥିଲା, ସେତେବେଳେ ସେ ଦୌଡ଼ିବାକୁ ଚେଷ୍ଟା କରୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *