ଆଇପିଏଲକୁ ନେଇ ଆସିଲା ବଡ଼ ଖବର : ଏହି ତାରିଖରୁ ଆରମ୍ଭ ହେବ ମ୍ୟାଚ,ଜାଣନ୍ତୁ କେବେ ଫାଇନାଲ ଖେଳାଯିବ

ସ୍ଥଗିତ ହୋଇଥିବା ଆଇପିଏଲ ୟୁଏଇରେ ସେପ୍ଟେମ୍ବର 18 କିମ୍ବା 19 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତିନି ସପ୍ତାହ ମଧ୍ୟରେ 10 ଦିନରେ ଦୁଇଟି ଲେଖାଏଁ ମୁକାବିଲା ହେବ । ଭାରତୀୟ କ୍ରିକେଟ ବୋର୍ଡର ଏକ ବରିଷ୍ଠ ଅଧିକାରୀ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ଫାଇନାଲ ଅକ୍ଟୋବର 10 ତାରିଖରେ ହୋଇପାରେ ବାକି ରହିଥିବା 31 ମ୍ୟାଚକୁ ତିନିସପ୍ତାହ ମଧ୍ୟରେ ଶେଷ କରିବାକୁ କୁହାଯାଇଛି ।

ତୁର୍ଣ୍ଣାମେଣ୍ଟ ର ଆୟୋଜନ ବିସିସିଆଇ, ଫ୍ରାଞ୍ଚାଇଜ ଓ ପ୍ରସାରଣକର୍ତା ଏସମସ୍ତଙ୍କର ଫାଇଦା ହେବ । ଜୈବିକ ରୂପରେ ସୁରକ୍ଷିତ ମାହୋଲରେ କୋଭିଡ଼-19 ସଂକ୍ରମଣର କେତେକ ମାମଲା ସାମ୍ନାକୁ ଆସିବାପରେ ଆଇପିଏଲକୁ ମେ 4 ତାରିଖରେ ସ୍ଥଗିତ କରିଦିଆଗଲା । ଅଧିକାରୀଙ୍କ ନାମ ଜାହିର ନକରାଯାଇ କୁହାଯାଇଥିଲା କି, ସେପ୍ଟେମ୍ବର 18 ଶନିବାର ଓ 19 ରବିବାର ଦିନ ସମ୍ଭାବନା ରହିଛି କି, ଲିଗ ଆରମ୍ଭ ହେବ।

ଏହାପରେ ସେ କହିଥିଲେ, ଅକ୍ଟୋବର 10 ତାରିଖରେ ଫାଇନାଲ ମ୍ୟାଚ ହେବ । ଆମେ କାର୍ଯ୍ୟକ୍ରମକୁ ଅନ୍ତିମ ରୂପ ଦେବୁ । 10 ଦିନରେ ଦୁଇଟି ମ୍ୟାଚ କରାଇବୁ ଓ ବାକି 7 ଦିନ ସନ୍ଧ୍ୟା ସମୟରେ ଗୋଟିଏ ମ୍ୟାଚ ରହିବ । ଚାରୋଟି ମୁଖ୍ୟ ମ୍ୟାଚ ଯଥା: ଦୁଇଟି କ୍ବାଲିଫାୟାର, ଏକ ଏଲିମିନେଟର ଓ ଏକ ଫାଇନାଲ୍ ସହିତ 31 ଟି ମ୍ୟାଚ ପୂରଣ ହେବ । ଭାରତୀୟ ଦଳ ସେପ୍ଟେମ୍ବର 14 ତାରିଖରେ ଇଂଲଣ୍ଡ ବିପକ୍ଷରେ ନିଜର ଶେଷ ଟେଷ୍ଟ ମ୍ୟାଚ ମାଞ୍ଚେଷ୍ଟର ଠାରେ ସମାପ୍ତ କରିବ ।

ସୂତ୍ରଙ୍କ ତରଫରୁ କୁହାଯାଇଛି କି, ଭାରତୀୟ ଦଳ ଓ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରୁ ଯେକେହିବି ଉପସ୍ଥିତ ହେବେ ତାଙ୍କୁ ଚାଟାର୍ଡ ବିମାନ ଦ୍ୱାରା ମାଞ୍ଚେଷ୍ଟର ରହ ଦୁବାଇ ଯିବାକୁ ହେବ । ଏହିପରି ୱେଷ୍ଟଇଣ୍ଡିଜ ର ଖେଳାଳି ମଧ୍ୟ କରିବିଆନ ଲିଗ ପରେ ପହଞ୍ଚିବେ । ଜଣେ ଅଧିକାରୀ କହିଥିଲେ, ଏହି ସମ୍ବନ୍ଧରେ ବିସିସିଆଇ ତରଫରୁ ପୁଷ୍ଟି ମିଳିଛି ।

ଟିମ ଅଧିକାରୀ କହିଥିଲେ, ବିସିସିଆଇ ତାଙ୍କୁ ଆଇପିଏଲ ପାଇଁ ପ୍ରସ୍ତୁତ ରହିବାକୁ କହିଛି । ଆମକୁ 15 ରୁ 20 ସେପ୍ଟେମ୍ବର ମଧ୍ୟରେ ସମୟ ଦିଆଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସୀମିତ ଓଭର ଶୃଙ୍ଖଳା ରଦ୍ଧ କରିଦିଆଯାଇଛି । ଭାରତୀୟ ଦଳ ସେପ୍ଟେମ୍ବର ମାସରେ ଦଖିନା ଆଫ୍ରିକା ବିପକ୍ଷରେ t-20 ସିରିଜକୁ ରଦ୍ଧ କରିଦେଇଛି ।

ସୂତ୍ର ଜଣକ କହିଥିଲେ, ଏହି ଶୃଙ୍ଖଳାର ଆୟୋଜନ ହେବନାହିଁ। t-20 ବିଶ୍ୱକପ ଆଇପିଏଲ ମ୍ୟାଚ ଶେଷ ହେବାର 10 ଦିନ ପରେ ହେବାର ରହିଛି । ଏଥିପାଇଁ ଦକ୍ଷିଣ।ଆଫ୍ରିକା ବିପକ୍ଷରେ ହେବାକୁ ଥିବା ସିରିଜ କୌଣସି ଅନ୍ୟଦିନ ହେବା ଉଚିତ ।

ସୂତ୍ର କହିଥିଲେ, ସମ୍ଭାବନା ଅଛି କି, ଭାରତ ଯେବେ ଆଗାମୀ ବର୍ଷର ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଯିବ ସେତେବେଳେ ଅତିରିକ୍ତ ମ୍ୟାଚ ଖେଳିବ । ଭାରତ ନଭେମ୍ବର ମାସରେ ନିଜର ଦେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ଏହା t-20 ବିଶ୍ୱକପ ସମାପ୍ତ ହେବାପରେ କରାଯିବ । ବିସିସିଆଇ ସେହି ସମୟରେ ମଧ୍ୟ ଭାରତରେ କୋଭିଡ଼-19 ପରିସ୍ଥିତି କେମିତି ରହିଛି ଅନୁଧ୍ୟାନ କରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *