୧୦ କୋଟି ଆଣ୍ଡ୍ରୋଏଡ଼ ୟୁଜର୍ସଙ୍କ ପାଇଁ ଖରାପ ଖବର,ବହୁତ ଜଲଦି ଡିଲିଟ କରିଦିଅନ୍ତୁ ଏହିସବୁ ଆପ୍ଲିକେସନ,ନଚେତ ବହୁତ କ୍ଷତି ହେବାକୁ ଯାଉଛି

ଯଦି ଆପଣ ଆଣ୍ଡ୍ରୋଏଡ଼ ୟୁଜର୍ସ ଅଟନ୍ତି ତାହେଲେ ଆପଣଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସୁଛି ପ୍ରାୟ ୧୦ କୋଟି ଆଣ୍ଡ୍ରୋଏଡ଼ ୟୁଜର୍ସଙ୍କ ଡାଟା କିଛି ଆପ ଗୁଡିକ ଲିକ କରିସାରିଛନ୍ତି । ଚେକ ପଏଣ୍ଟ ରିସର୍ଚ୍ଚର ଏହି ଆପ ଗୁଡିକର ଲିଷ୍ଟ ଜାରି କରିଛନ୍ତି । ଏହି ଆପ ଗୁଡିକ ମଧ୍ୟରୁ କେତେକ ଲୋକପ୍ରିୟ ଆପ ଗୁଡିକ ମଧ୍ୟ ରହିଛି ଯାହାକୁ ବହୁତ ମାତ୍ରାରେ ୟୁଜର୍ସମାନେ ଡାଉନଲୋଡ଼ କରିଛନ୍ତି । ଏହି ଆପ ଗୁଡିକରୁ ହ୍ୟାକର୍ସ ମାନେ ଲୋକଙ୍କର ପର୍ସନାଲ ଡିଟେଲସ ଚୋରି କରୁଛନ୍ତି । ଏହି ଆପ ରୁ ଚୋରି ହେଉଥିବା ବ୍ୟକ୍ତିଗତ ତଥ୍ୟ ରିଅଲ ଟାଇମ ଡାଟାବେସରେ ମିଳୁଛି ।

ଚେକ ପଏଣ୍ଟ ରିସର୍ଚ୍ଚ ଟିମ କହିଛି କି, ଏମାନଙ୍କ ମଧ୍ୟରୁ କିଛି ଦୁର୍ବଳ ଆପ ଜ୍ୟୋତିଷ, ଟ୍ୟାକ୍ସି ଓ ଫ୍ୟାକ୍ସ୍ ସହିତ ସମ୍ପର୍କ ରଖିଥାଏ । ବିଶେଷଜ୍ଞ ଏହାମଧ୍ୟରେ ତିନୋଟି ଆପ କୁ ଇଶାରା କରିଛନ୍ତି । ଯେଉଁଥିରେ Astro-Guru, T’Leva, ଏକ ଟ୍ୟାକ୍ସି ଆପ ଓ ଏକ ଲୋଗୋ ଡ଼ିଜାଇନିଂ ଆପ Logo Maker ମଧ୍ୟ ସାମିଲ ରହିଛି । ଏହି ଆପ ରେ କିଛି କମ ଥିବା କାରଣରୁ ହ୍ୟାକର୍ସ ମାନେ ୟୁଜର୍ସଙ୍କର ପର୍ସନାଲ ଡାଟା କୁ ଚୋରି କରୁଛନ୍ତି । ଯେଉଁଥିରେ ଇମେଲ, ପାସୱାର୍ଡ, ନାମ ,ଜନ୍ମତିଥି, ଜେଣ୍ଡର ଇନ୍ଫୋରମେସନ, ପ୍ରାଇଭେଟ ଚ୍ୟାଟ, ଡିଭାଇସ ଲୋକେସନ, ୟୁଜର୍ସ ଅଇଡେଣ୍ଟଫାୟାର ସହିତ ଅନ୍ୟ ଜିନିଷ ସବୁ ରହିଛି ।

ଏକ ଆପ ଯିଏକି ୟୁଜର୍ସ ମାନଙ୍କ ସୂଚନା ନେଇଥାଏ ତା’ପାଖରେ ରିଅଲ ଟାଇମ ଡାଟାବେସ ରହିଛି । ଯାହାକି ୟୁଜର୍ସଙ୍କ ପ୍ରତ୍ୟେକ ଡାଟା କୁ ଷ୍ଟୋର କରି ରଖିଥାନ୍ତି । ଚେକ ପଏଣ୍ଟ ମୁତାବିକ, ରିଅଲ ଟାଇମ ଡାଟାବେସ ଆପ ଡେଭେଲପର୍ସଙ୍କୁ କ୍ଳାଉଡ଼ରେ ଡ଼ାଟା ସେଭିଂ କରିବାକୁ ଅନୁମତି ଦେଇଥାଏ ଓ ଏହା ସୁନିଶ୍ଚିତ କରିଥାଏ କି, ଏହା ରିଅଲ ଟାଇମରେ ସମସ୍ତ କନେକଟେଡ଼ କ୍ଲାଏଣ୍ଟ ସହିତ ଜଡ଼ିତ ରହୁ। କେତେଥର ଏହି ଡେଭେଲପର୍ସ ଡାଟାବେସ ଉପରେ ଧ୍ୟାନ ଦେଇନଥାନ୍ତି ଯାହାଦ୍ୱାରା ଏହିପରି ହ୍ୟାକର୍ସ ମାନେ ଆଟାକ କରିଥାନ୍ତି । ଏଥିରେ ବହୁତ ଲୋକପ୍ରିୟ ଆପ ଗୁଡିକ ମଧ୍ୟ ସାମିଲ ରହିଛି ।

ପ୍ରତ୍ୟେକ ସୂଚନାକୁ କେବଳ ଗୋଟିଏ ଅନୁରୋଧ ଦ୍ୱାରା ହାସଲ କରାଯାଇଥାଏ :-

ଡାଟା ଷ୍ଟୋର ଏକକଥା ଅଟେ ଯାହାକି ମେସେଜେସ ସମୟରେ ହ୍ୟାକିଙ୍ଗ ର ଆଶଙ୍କାକୁ ଆହୁରି ବଢ଼ାଇ ଦେଇଥାଏ । ରିସର୍ଚ୍ଚର୍ସ T’Leva ଆପ ର ଡ୍ରାଇଭର୍ସ ଓ ପାସେଞ୍ଜରଙ୍କ ଚ୍ୟାଟ ସହିତ ତାଙ୍କର ପୁରାନାମ, ଫୋନ ନମ୍ବର ଓ ଲୋକେସନ ବାହାର କରିବାରେ ସକ୍ଷମ ଅଟନ୍ତି । ଏଥିପାଇଁ କେବଳ ତାଙ୍କୁ ଡାଟାବେସ କୁ ଏକ ଅନୁରୋଧ ପଠାଇବାକୁ ହୋଇଥାଏ । କିଛି ଆପ ଗୁଡିକ ଏମିତି ଥାଆନ୍ତି ଯାହାକି ବହୁତ ଦୁର୍ବଳ ଓ ଏହାର ଡାଟା ବହୁତ ସହଜରେ ହ୍ୟାକ ହୋଇଯାଇଥାଏ ।

ଆପ ଗୁଡିକୁ ଫଟାଫଟ ଡିଲେଟ କରିଦିଅନ୍ତୁ :-

ଏହି ଆପର ଅବହେଳା କାରଣରୁ ଏହା ସମ୍ପୂର୍ଣ୍ଣ ଭାବରେ ହ୍ୟାକର୍ସଙ୍କୁ ନୋଟିଫିକେସନ ମ୍ୟାନେଜର ପାଇଁ ଆକ୍ସେସ ଦେଇଥାଏ । ହ୍ୟାକର୍ସ ବହୁତ ସହଜରେ ଡେଭେଲପର୍ସଙ୍କ ତରଫରୁ ନୋଟିଫିକେସନ ପଠାଇଥାଏ । ୟୁଜର୍ସ ଏହିକଥା ଜାଣିପାରିନଥାନ୍ତି ତାଙ୍କୁ ଲାଗିଥାଏ ଏହି ନୋଟିଫିକେସନ ଡେଭେଲପର୍ସଙ୍କ ଦ୍ଵାରା ଆସିଛି ଓ ସେ ଏହାକୁ ଓପନ କରିଦେଇଥାନ୍ତି । ହ୍ୟାକର୍ସ ୟୁଜର୍ସଙ୍କ ସହ ଏମିତି ଲିଙ୍କ ଶେୟର କରିଥାନ୍ତି ଯାହାକି ବହୁତ କ୍ଷତିକାରକ ହୋଇଥାଏ । ଚେକ ପଏଣ୍ଟ ୟୁଜର୍ସ କେତେକ ଆପ ରେକମେଣ୍ଡ କରିଛନ୍ତି ଯାହାକୁ ଡିଲେଟ କରିବା ଆବଶ୍ୟକ ଓ ଜିନିଷ ଠିକ ହେବାପରେ ଏହାକୁ ପୁଣିଥରେ ଡାଉନଲୋଡ଼ କରିବା ଉଚିତ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *