ସମୁଦ୍ର ମାଡି ଆସିବ ୭ କିଲୋମିଟର ପର୍ଯ୍ୟନ୍ତ, କରାଳ ରୂପ ନେବ, ଜୁଆର ୪ ମିଟର ଉଚ୍ଚତାର ଉଠିବ

ସମୁଦ୍ର ଭୟଙ୍କର ରୂପ ଧାରଣ କରିବ। ୟସର ପ୍ରକୋପ ଏତେ ସାଂଘାତିକ ହେବ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ। ସମୁଦ୍ରରେ ୨ ମିଟର ରୁ ୪ ମିଟର ପାଖାପାଖି ଜୁଆର ଉଠିପାରେ। ବାଲେଶ୍ୱରରେ ସମୁଦ୍ରରେ ସବୁଠାରୁ ଉଚ୍ଚ ଜୁଆର ଆସିବ ବୋଲି ଆଶଙ୍କା ରହିଛି। ତେବେ ଭଦ୍ରକରେ ୟସର ପ୍ରଭାବରେ ସମୁଦ୍ର ୭ କିଲୋମଟର ପର୍ଯ୍ୟନ୍ତ ଆଗକୁ ମାଡ଼ି ଆସିପାରେ। ଭାରତୀୟ ପାଣିପାଗ ବିଭାଗ ଏହିଭଳି ଆଶଙ୍କା ଦେଖାଇଛି।

ଆଇଏମଡି ସମୁଦ୍ର ଜୁଆରକୁ ନେଇ ଜାରି କରିଥିବା ସତର୍କ ସୂଚନାରେ ପୂର୍ବାନୁମାନ କରିଛିକି, ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ସମୁଦ୍ରରେ ୨ମିଟର ରୁ ୪ ମିଟର ଉଚ୍ଚ ଜୁଆର ଉଠିପାରେ। ବାଲେଶ୍ୱରର କୁମ୍ଭୀରଗାରୀରେ ୨.୧ମିଟର ରୁ ୩.୮ ମିଟର ଉଚ୍ଚ ଜୁଆର ଆସିବାର ଆଶଙ୍କା ଅଛି। ଅର୍ଥାତ୍‌ ୬.୮ ଫୁଟରୁ ୧୨.୪ ଫୁଟ ଉଚ୍ଚ ଜୁଆର ଉଠିବ ସମୁଦ୍ରରେ । ଏଠାରେ ଜୁଆର ଅଢ଼େଇ କିଲୋମିଟର ପାଖାପାଖି ଆଗକୁ ମାଡ଼ି ଆସିପାରେ। କୁମ୍ଭୀରଗିରି ବାଲେଶ୍ୱରର ଚାନ୍ଦିପୁରର ପାଖାପାଖି ରହିଛି, ଏହାର ପାଖକୁ ରହିଛି ସୁବର୍ଣ୍ଣରେଖା।

Google

ଭଦ୍ରକର ମୋହନପୁର ପାଖରେ ସମୁଦ୍ରରେ ୩ ଫୁଟ ରୁ ୬.୮ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠିପାରେ। ମୋହନପୁର ବାସୁଦେବପୁର ଓ ଇଞ୍ଚୁଡ଼ି ମଝିରେ ରହିଛି। ଚିନ୍ତାର ବିଷୟ ହେଲାକି, ଏଠାରେ ସମୁଦ୍ରର ଜୁଆର ୭ କିଲୋମିଟର ପର୍ଯ୍ୟନ୍ତ ଆଗକୁ ମାଡ଼ି ଯାଇପାରେ। ଏହିପରି ହେଲେ ସ୍ଥିତି ଭୟଙ୍କର ହୋଇଯିବ। ବ୍ୟାପକ ଅଞ୍ଚଳରେ ସମୁଦ୍ର ପାଣି ପଶିବ।

କେନ୍ଦ୍ରାପଡ଼ାର ଭିତରକନିକା ଓ କନିକା ଦ୍ୱୀପ ପାଖ ଟିକାୟତନଗରରେ ସମୁଦ୍ରର ଜୁଆର ୫ ଫୁଟ ପାଖାପାଖି ଉପରକୁ ଉଠିପାରେ। ଏହାର ପ୍ରଭାବରେ ସମୁଦ୍ର ଅଢ଼େଇ କିମିରୁ ଅଧିକ ଆଗକୁ ମାଡ଼ିଆସିପାରେ। ଏଭଳି ସତର୍କ ସୂଚନାକୁ ନେଇ ଜିଲ୍ଲା ପ୍ରଶାସନ ତତଫରୁ ବ୍ୟାପକ ପ୍ରସ୍ତୁତି କରିବା ସହ ସମୁଦ୍ର ପାଖରେ ଥିବା ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *