କଲେକ୍ଟରଙ୍କ ପରେ ବର୍ତ୍ତମାନ SDM ଙ୍କ ଖରାପ ବ୍ୟବହାରର ଭିଡିଓ ହେଲା ଭାଇରାଲ, ରାସ୍ତାରେ ଯୁବକଙ୍କୁ ମାରିଲେ ଜୋରରେ ଚା-ପୁ-ଡ଼ା,ଆଉ ତା ପରେ

ଛତିଶଗଡର ସୁରଜପୁର ଜିଲ୍ଲା କଲେକ୍ଟର ଦ୍ୱାରା ଜଣେ ପିଲାକୁ ଚାପୁଡ଼ା ମାରିବାର ଭିଡିଓ ଗତ କିଛି ଦିନ ଆଗରୁ ଚର୍ଚ୍ଚାରେ ଥିଲା | ଏହା ପରେ ସୁରଜପୁରର ହିଁ ଜଣେ ଏସଡିଏମ ପ୍ରକାଶ ସିଂ ରାଜପୁତଙ୍କ ଏପରି ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ସେ ରାସ୍ତାରେ ଜଣେ ଯୁବକଙ୍କୁ ଚା-ପୁ-ଡ଼ା ମାରୁଥିବାର ଦେଖାଯାଉଛନ୍ତି | ଏହି ଭିଡିଓକୁ ଟ୍ୱିଟରରେ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଟ୍ୱିଟ କରିଛନ୍ତି | ଭିଡିଓରେ ଦେଖାଯାଉଛି ଯେ SDM ଲକଡାଉନରେ ଲୋକମାନଙ୍କୁ ବସ-ଉଠ କରାଉଛନ୍ତି ଏବଂ ସମସ୍ତଙ୍କୁ ତଡୁଛନ୍ତି |

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଏସଡିଏମ ସାହାବ ଜଣେ ଯୁବକଙ୍କୁ ଜୋରରେ ଚା-ପୁ-ଡ଼ା ମାରୁଛନ୍ତି | ଚା-ପୁ-ଡ଼ା ମାରିବା ପରେ ମଧ୍ୟ ଏସଡିଏମଙ୍କ ମନ ଶାନ୍ତି ହୋଇନଥିଲା, ଯେଉଁ କାରଣରୁ ପୁଣି ସେହି ଯୁବକଙ୍କୁ ବସ-ଉଠ କରାଉଛନ୍ତି | ଏହି ସମୟରେ ଯୁବକ ଜଣକ ମଧ୍ୟ ହାତଯୋଡି କ୍ଷମା ମାଗୁଥିବାର ଦେଖାଯାଉଛି | ଏହି ଭିଡିଓ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ନିକଟରେ ସୁରଜପୁର ଜିଲ୍ଲା କଲେକ୍ଟରଙ୍କ ଖରାପ ବ୍ୟବହାରର ମଧ୍ୟ ଭିଡିଓ ଭାଇରଲ ହୋଇଥିଲା |

ଦେଖନ୍ତୁ ଭିଡିଓ :-

କଲେକ୍ଟର ସାହେବ ମଧ୍ୟ ରାସ୍ତାକୁ ବାହାରିଥିବା ଜଣେ ଯୁବକଙ୍କର ମୋବାଇଲ ଫଟାଇ ତାଙ୍କୁ ଚା-ପୁ-ଡ଼ା ମାରିଥିଲେ | ତେବେ ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଲା, ସେତେବେଳେ କଲେକ୍ଟର ସାହେବ ରଣବୀର ଶର୍ମା ସମସ୍ତଙ୍କ ନଜରରେ ତଳେ ପଡିଗଲେ | ସେ ଏକ ଭିଡିଓ କରି କ୍ଷ-ମା ମଧ୍ୟ ମାଗିଛନ୍ତି | ସେହିପରି ସୋସିଆଲ ମିଡିଆରେ କଲେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଥିଲା | ଯାହା ପରେ ଛତିଶଗଡର ସିଏମ ଭୁପେଶ ବଘେଲ ତୁରନ୍ତ ପ୍ରଭାବ ପାଇଁ ରଣବୀର ଶର୍ମାଙ୍କୁ ହଟାଇ ଦେଲେ |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *