ପ୍ରେସର କୁକରରେ ମଧ୍ୟ କରିପାରିବେ ଗୋଲ ରୁଟି । ଦେଖନ୍ତୁ ଏହି ଭିଡ଼ିଓ ଦ୍ୱାରା କେମିତି କରିବେ ରୁଟି

ସୋସିଆଲ ମିଡିଆରେ ଯୋଗାଡ଼ କରିବାର ଭିଡ଼ିଓ ସାଧାରଣତଃ ଭାଇରାଲ ହେଉଥାଏ । ଯାହାକୁ ୟୁଜର୍ସ ମାନଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥାଏ । ଏହି ଭିଡ଼ିଓ ଏକପ୍ରକାରର ଲାଇଫ ହ୍ୟାକ୍ସ୍ ପରି ହୋଇଥାଏ । କହିବାର ଅର୍ଥ ଏଥିରେ ଆପଣ ନିଜର ସମୟ ବଞ୍ଚାଇପାରିବେ । ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ ।

ଆମେ ସମସ୍ତେ ଜାଣିଛେ କି, ରୁଟି କୁ ଗୋଲ ବନାଇ ଏହାକୁ ବନାଇବାକୁ କେତେ ମୁସ୍କିଲ ଲାଗିଥାଏ । କିନ୍ତୁ ଆଜିର ସମୟରେ ଏମିତି ହିଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଦେଖିବା ପରେ ଆପଣଙ୍କର ଏହି ମୁସ୍କିଲ କାମ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଯିବ । ଆପଣ ତ ନିଜର ମମିଙ୍କୁ ସାଧାରଣତଃ ବେଲଣା କାଠିରେ ରୁଟି ବେଲୁଥିବାର ଦେଖିଥିବେ ଠିକ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡ଼ିଓରେ ଆପଣ ଦେଖିପାରିବେ ଜଣେ ମହିଳା ତିନୋଟି ରୁଟି କୁ ବେଲୁଛନ୍ତି ଓ ଏହାପରେ ତାକୁ ଗରମ ପ୍ରେସର କୁକର ଭିତରେ ରଖି ଘୋଡାଇ ଦେଉଛନ୍ତି ଓ ଏହାପରେ 2 ମିନିଟ ରଖିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଯେତେବେଳେ ସେ ପ୍ରେସର କୁକର ଖୋଲି ଦିଅନ୍ତି ସେତେବେଳେ ବହୁତ ଭଲ ଭାବରେ ରୁଟି ହୋଇଯାଇଥିଲା ।

ଏହି ଭାଇରାଲ ଭିଡ଼ିଓ କୁ Fun N Fasion ନାମକ ୟୁଟ୍ୟୁବର ଶେୟର କରିଥିଲେ । ଯାହାକୁ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି । ଏହାକୁ ଖବର ଲେଖାଯିବା ପର୍ଯ୍ୟନ୍ତ 37 ହଜାର ଭିୟୁ ଓ 100 ରୁ ଉର୍ଦ୍ଧ୍ବ ଲାଇକ୍ସ ମିଳିସାରିଛି ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ କୁ ବହୁତ ଦ୍ରୁତରେ ଶେୟର କରାଯାଇଛି । ଏହି କାରଣ ଅଟେ କି, ଏହି ଭିଡ଼ିଓରେ କେତେକ ୟୁଜର୍ସ ନିଜର ମତ ରଖିଥିଲେ । ଜଣେ କହିଥିଲେ, ଏହି ଭିଡ଼ିଓ କୌଣସି ଏକ ବ୍ୟାଚେଲର ପାଇଁ ବହୁତ ଫାଇଦା । ଏହିପରି ଭାବରେ ୟୁଜର୍ସ ମାନେ ନିଜର ପ୍ରତିକ୍ରିୟା ଏଥିରେ ଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *