ରାଜମିସ୍ତ୍ରୀ ଭାବରେ କାମ କରନ୍ତି ଏହି ସୁନ୍ଦରୀ ଯୁବତୀ,ଜାଣନ୍ତୁ ତାଙ୍କ ବିଷୟରେ କିଛି

ସୋସିଆଲ ମିଡିଆରେ କିଏ,କେବେ ଏବଂ କିପରି ଫେମସ ହୋଇଯାଏ, ତାହା କହିହେବ ନାହିଁ | ଏପରି କିଛି ହୋଇଛି ବ୍ରିଟେନର ଇଟା-ପଥର ଯୋଡ଼ୁଥିବା ଜଣେ ଝିଅ ସହିତ, ଯିଏକି ଦିନସାରା ମଜୁରୀ ଭିଡିଓ ସେୟାର କରିଥାନ୍ତି | ଆସନ୍ତୁ ଜାଣିବା କଣ ରହିଛି ଏହି ଯୁବତୀଙ୍କ କାହାଣୀ |

ବ୍ରିଟେନରେ ଭବନ ନିର୍ମାଣର କାମ କରୁଥିବା ୨୫ ବର୍ଷିୟ ଡାରସିଙ୍କ ମଜୁରୀର ଭିଡିଓ ତାଙ୍କୁ ଏତେ ଫେମସ କରିଛି ଯେ ସୋସିଆଲ ମିଡିଆରେ ୧ ଲକ୍ଷରୁ ଅଧିକ ଫୋଲର୍ସ ଅଛନ୍ତି | ଟିକଟକରେ ଇଟା ଯୋଡିବାର ଭିଡିଓ ଖୁବ ଭାଇରଲ ହେଉଛି, ଯାହାକୁ ଲକାମେ ଖୁବ ପସନ୍ଦ କରୁଛନ୍ତି |

ଡାରସି ନିଜ କାମକୁ ନେଇ ବହୁତ ଖୁସି ଅଛନ୍ତି | ସେ କୁହନ୍ତି ଯେ ” କିଏ ଜାଣିଥିଲା ଯେ ଷ୍ଟିଲ-କ୍ୟାପର ଜୋତା ଏତେ ସେକ୍ସି ହୋଇପାରେ ? ଆଶ୍ଚର୍ଯ୍ୟର କଥା ଏହା ଯେ ଅଧିକାଂଶ ମହିଳା ପୋଷାକରେ ଜଣେ ଝିଅକୁ ପସନ୍ଦ କରନ୍ତି, କିନ୍ତୁ ଏପରି ଲାଗେ ଯେ ପୁରୁଷ ମଧ୍ୟ କରନ୍ତି” |

ଡାରସିଙ୍କ କହିବା କଥା ହେଉଛି ଯେ ” ମୁଁ ଯୁବତୀ ମାନଙ୍କ କମେଣ୍ଟ ପାଇଁ ଅଧିକ ଖୁସି ଅଛି, ଯେଉଁମାନେ କୁହନ୍ତି ଯେ ମୁଁ ସେମାନଙ୍କୁ ପାରମ୍ପରିକ ଭାବରେ ପୁରୁଷମାନଙ୍କ ଭଳି କାମ କରିବାପାଇଁ ପ୍ରେରିତ କରିଛି |” କାମରେ କୌଣସି ପ୍ରକାରର ଜାତିଭେଦ ରହିବା ଉଚିତ ନୁହେଁ, ମହିଳାମାନେ ମଧ୍ୟ ସବୁ କାମ କରିପାରିବେ |

ଡାରସି କୁହନ୍ତି ଯେ ” ଏହା ବହୁତ ଭଲ କଥା ଯେ ଯୁବତୀମାନେ ଏହି କାମରେ ଆଗ୍ରହ ଦେଖାଉଛନ୍ତି, ଭବନ କେବଳ ପୁଅମାନଙ୍କ ପାଇଁ ନୁହେଁ |” ସେ ଦାବିର ସହ କୁହନ୍ତି ଯେ ଏକ ଭବନ ନିର୍ମାଣ ସ୍ଥଳରେ କାମ କରିବା ଏକ କାର୍ଯ୍ୟାଳୟ ତୁଳନାରେ ଅଧିକ ମଜାଦାର ଅଟେ | ଏଠାରେ ପ୍ରତ୍ୟେକଦିନ ନୁଆଁ ଚ୍ୟାଲେଞ୍ଜ ଆସିଥାଏ |

ସେ କହିଛନ୍ତି ଯେ ନିର୍ମାଣ କାର୍ଯ୍ୟରେ କୌଣସି ଅଗ୍ରହତା ନଥିଲା, ସେ ଗୋଟିଏ ଗୋଟିଏ ପପ ଷ୍ଟୋର ତିଆରି କରିବାକୁ ଚାହୁଁଥିଲେ | ଭଲ ପୋଷାକ ପିନ୍ଧି ଜଣେ ରାଜକୁମାରୀ ପରି ରହିବାକୁ ଚାହୁଁଥିଲେ | କେବେ ଭାବିନଥିଲେ ଯେ ସେ ଧୂଳି ମାଟିରେ ଏପରି କାମ କରିବେ ଏବଂ ପାଦରେ ଷ୍ଟିଲ ଜୋତା ପିନ୍ଧିବାକୁ ପଡିବ |

ଡାରସି ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଜିନିଷ ନିର୍ମାଣ କରିବାକୁ ଭଲ ଲାଗେ | ଥରେ କାମ ଶେଷ କରିବାପରେ ତାଙ୍କୁ ନିଜ ଉପରେ ଗର୍ବ ହୋଇଥାଏ | ସେ କହିଛନ୍ତି ଯେ ଗତ ସପ୍ତାହରେ ହିଁ ୨୦୦ ବର୍ଷ ପୁରୁଣା କୋଠାକୁ ନବୀକରଣ ପାଇଁ ଚାଲିଥିବା କାମରେ ସାହାଯ୍ୟ କରିଥିଲେ |

ନିର୍ମାଣ କାର୍ଯ୍ୟରେ କାମ କରିବାଟା ଏକ ଚ୍ୟାଲେଞ୍ଜ ଥିଲା, କିନ୍ତୁ ସବୁକାମ ଅଲଗା ହୋଇଥାଏ, ଯାହା ମତେ ଭଲ ଲାଗେ | ସେ କହିଛନ୍ତି ଯେ ହାଇସ୍କୁଲ ଛାଡ଼ିବାପରେ ଚାରିବର୍ଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ରହିଲି, ଯେଉଁଠାରେ ସେ ୱେଟର ଭାବରେ ଚାକିରୀ ମଧ୍ୟ କରିଛନ୍ତି |

ଡାରସି କହିଛନ୍ତି ଯେ ଯେତେବେଳେ ୟୁକେକୁ ପୁଣି ଫେରିଲି, ସେତେବେଳେ ବୁଝିପାରୁ ନଥିଲି ଯେ କଣ କାମ କରିବା ଉଚିତ | ତେଣୁ ନିଜ ବାପାଙ୍କ ସହ ନିର୍ମାଣ କମ୍ପାନୀ ରିଚଡ଼ର୍ସ ବିଲଡର୍ସରେ ଚାକିରୀ କରିଲି |

ସେ କହିଛନ୍ତି ଯେ ପ୍ରଥମେ ତ ଭାବିଥିଲେ ଯେ କେବଳ ସିମେଣ୍ଟ ମିସାଇବି ଏବଂ ସାହାଯ୍ୟ କରିବି | କିନ୍ତୁ ମୁଁ ଖୁବ ଶୀଘ୍ର ଜାଣିପାରିଲି ଯେ ମତେ ଇଟା ତିଆରି କରିବା ଏବଂ ଜିନିଷ ନିର୍ମାଣ କରିବା କେତେ ପସନ୍ଦ ଅଟେ | ଏଥିପାଇଁ ସମ୍ପୂର୍ଣ ଭାବେ ଏହି କାମକୁ ଆପଣେଇ ନେଲି |

ଡାରସି କହିଛନ୍ତି ଯେ ତାଙ୍କୁ ବିଶ୍ୱାସ ହେଉନାହିଁ ଯେ କାମ କରୁ କରୁ ତାଙ୍କ ଭିଡିଓ ଭାଇରଲ ମଧ୍ୟ ହୋଇଗଲା | ପ୍ରଥମେ ମତେ ଭାଇ କହିଥିଲେ ଯେ ସୋସିଆଲ ମିଡିଆରେ ନିଜ କାମର ଭିଡିଓ ତିଆରି କରି ଅପଲୋଡ଼ କରିବାପାଇଁ | ମୁଁ ମଧ୍ୟ ଭାଇଙ୍କ କଥା ମାନି ଭିଡିଓ ଅପଲୋଡ଼ କରିଚାଲିଲି | ତା’ପରେ ଭିଡିଓ ସବୁ ଭାଇରଲ ହୋଇଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *