ମେ ୩୧ ପୂର୍ବରୁ ବ୍ୟାଙ୍କ କାଟିବ ଆପଣଙ୍କ ଖାତାରୁ ୧୨ ଟଙ୍କା ଏବଂ ଆପଣଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ଏହି ସୁବିଧା, ଜାଣନ୍ତୁ କିପରି ?

ବ୍ୟାଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(PMSBY) ପାଇଁ ପ୍ରିମିୟମ କାଟିବାକୁ ନେଇ ଏକ ଏସଏମଏସ ପଠାଉଛି | ଏହାସହିତ କମ୍ୟୁନିକେସନର ଅନ୍ୟ ପଦ୍ଧତି ମାଧ୍ୟମରେ ନିଜର ସେଭିଙ୍ଗ ଆକାଉଣ୍ଟସକୁ ସୂଚିତ ମଧ୍ୟ କରୁଛି | କୁହାଯାଉଛି ଯେ Pradhan Mantri Suraksha Bima Yojana ଏପରି ଏକ ଯୋଜନା ଅଟେ, ଯାହା ଆକ୍ସିଡେଣ୍ଟାଲ ଡେଥ ଏବଂ ବିକଳାଙ୍ଗ ହେଲେ ଇନ୍ସୁରାନ୍ସ ପ୍ରଦାନ କରିଥାଏ | ଏହା ଏକ ବର୍ଷର କଭର ଅଟେ ଏବଂ ପ୍ରତିବର୍ଷ ବ୍ୟକ୍ତି ଦ୍ୱାରା ଏହାର ରିନ୍ୟୁଅଲ କରାଯାଇଥାଏ | ଯେଉଁମାନେ ପୂର୍ବରୁ PMSBY ଯୋଜନା ପାଇଁ ନାମାଙ୍କନ କରିଛନ୍ତି, ସେମାନଙ୍କ ଖାତାରୁ ଅଟୋ ଡେବିଟ ସୁବିଧା ମାଧ୍ୟମରେ ୧୨ ଟଙ୍କା(GST ସହିତ)ର ପ୍ରିମିୟମ କଟି ଯାଇଥାଏ |

PMSBY ପାଇଁ କରନ୍ତୁ ଅନଲାଇନ ଆବେଦନ :-

ବ୍ୟାଙ୍କ ଖାତା କେବଳ ସେହି ଲୋକମାନଙ୍କ ପାଇଁ ଡେବିଟ କରାଯିବ, ଯେଉଁମାନେ Pradhan Mantri Suraksha Bima Yojana ପାଇଁ ନାମାଙ୍କନ କରିଥିଲେ | ସମସ୍ତେ ବ୍ୟାଙ୍କରେ ଆବେଦନ ଫର୍ମ ପୁରାଣ କରି କିମ୍ବା ନିଜ ବ୍ୟାଙ୍କର ନେଟବ୍ୟାଙ୍କିଙ୍ଗ ଉପରେ ଲୋକମାନେ ଏହି PMSBY ଯୋଜନା ପାଇଁ ଅନଲାଇନ ଆବେଦନ କରିପାରିବେ |

PMSBY ର ବାର୍ଷିକ ପ୍ରିମିୟମ ୧୨ ଟଙ୍କା :-

PMSBY ର କଭରେଜ ଅବଧି ପ୍ରତିବର୍ଷ ଜୁନ ୧ ଠାରୁ ମେ ୩୧ ପର୍ଯ୍ୟନ୍ତ ହୋଇଥାଏ | ଏହାମଧ୍ୟରେ ଯଦି କେହି ଏହି ଯୋଜନାକୁ ଜାରି ରଖିବାପାଇଁ ଚାହିଁବେ, ତେବେ ରିନ୍ୟୁଅଲ ପ୍ରିମିୟମର ଦେୟ ମେ ମାସରେ କରିବାକୁ ହୋଇଥାଏ | PMSBY ର ବାର୍ଷିକ ପ୍ରିମିୟମ ମାତ୍ର ୧୨ ଟଙ୍କା ଅଟେ | ମେ ମାସର ଶେଷରେ ଆପଣଙ୍କୁ ଏହି ପ୍ରିମିୟମର ଦେୟ ଦେବାକୁ ପଡିଥାଏ | ଯଦି ଆପଣ PMSBY ନେଇଛନ୍ତି, ତେବେ ଆପଣ ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ରଖିବା ଉଚିତ |

ଜାଣନ୍ତୁ କେବେ ମିଳିଥାଏ ଟଙ୍କା :-

PMSBY ଯୋଜନାର ଲାଭ ୧୮-୭୦ ବର୍ଷ ପର୍ଯ୍ୟନ୍ତ ବୟସର ଲୋକ ଉଠାଇପାରିବେ | PMSBY ପଲିସୀର ପ୍ରିମିୟମ ମଧ୍ୟ ସିଧା ବ୍ୟାଙ୍କ ଆକାଉଣ୍ଟରୁ କଟାଯାଇଥାଏ | ପଲିସୀ କିଣିବା ସାୟାରେ ହିଁ ବ୍ୟାଙ୍କ ଖାତାକୁ PMSBY ସହ ଲିଙ୍କ କରାଯାଇଥାଏ | PMSBY ପଲିସୀ ଅନୁଯାୟୀ ବୀମା କିଣିଥିବା ଗ୍ରାହକଙ୍କର ଆକ୍ସିଡେଣ୍ଟରେ ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ହେଲେ ୨ ଲକ୍ଷ ଟଙ୍କାର ରାଶି ତାଙ୍କ ପରିବାରକୁ ମିଳିଥାଏ |

ଜାଣନ୍ତୁ କ୍ଲେମର ପ୍ରୋସେସ :-

ବୀମା ରାଶି ପାଇଁ କ୍ଲେମ କରିବାପାଇଁ ନୋମିନି କିମ୍ବା ସମ୍ପର୍କୀୟ ବ୍ୟକ୍ତିଙ୍କୁ ସର୍ବପ୍ରଥମେ ସେହି ବ୍ୟାଙ୍କ ଏବଂ ଇନ୍ସୁରାନ୍ସ କମ୍ପାନୀ ପାଖକୁ ଯିବାକୁ ପଡିବ, ଯେଉଁଠାରୁ ପଲିସୀ କିଣାଯାଇଥିଲା | ଏଠାରେ ଏକ ଫର୍ମ ମିଳିବ,ଯାହାକୁ ନୋମିନି ପୁରାଣ କରି ଜମା କରିବାକୁ ପଡିବ | ଏଥିରେ ନାମ, ଠିକଣା ଏବଂ ଫୋନ ନମ୍ବର ଭଳି ସୂଚନା ପୁରାଣ କରିବାକୁ ପଡିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *