ମାଗଣାରେ ଲଗାନ୍ତୁ ସ୍ପୁଟନିକ ଟୀକା ଏବଂ ମାଗଣାରେ ରୁଷିଆ ବୁଲିବାର ଲାଭ ଉଠାନ୍ତୁ, ଜାଣନ୍ତୁ କିପରି?

ଭାରତରେ କରୋନା ଟୀକାର ଅଭାବର ଖବର ଲଗାତାର ସାମ୍ନାକୁ ଆସୁଅଛି। କିନ୍ତୁ ଏକ ଖୁସି ଖବର ହେଉଛିକି ଯଦି ଆପଣ ରୁଷ ବୁଲିବାପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ଦୁଇଟି ଖୁସି ଖବର ଅଛି। ଆଜ୍ଞା ହଁ, ଏକ ପନ୍ଥ ଦୁଇ କାଜର ଉକ୍ତି ଆପଣ ନିଶ୍ଚୟ ଶୁଣିଥିବେ। ଏମିତି କିଛି ଆପଣଙ୍କ ପାଇଁ ପ୍ରମାଣିତ ହୋଇପାରେ ଯଦି କରୋନା କାଳରେ ଆପଣ ରୁଷ ବୁଲିବାକୁ ଯିବା ପାଇଁ ଚିନ୍ତା କରୁଛନ୍ତି।

ରୁଷରେ ବୁଲିବା ଓ ମାଗଣାରେ ସ୍ପୁଟନିକ ଟୀକା। ଆଜ୍ଞା ହଁ, ଏହ ସତ ଅଟେ। ରୁଷ ଭାରତୀୟଙ୍କ ପାଇଁ ନିଜ ଦେଶରେ ଉଡାଣ ଖୋଲିଦେଇଛନ୍ତି। ଏହି କମ୍ବୋ ପ୍ଯାକେଜରେ ସବୁଠାରୁ ଅଧିକ ହୃଦୟସ୍ପର୍ଶୀ ହେଉଛି ଡାକ୍ତର ଓ ବ୍ୟବସାୟୀଙ୍କର ଅଟେ। ବର୍ତ୍ତମାନ ପର୍ଯ୍ଯନ୍ତ କରାଯାଇଥିବା ବୁକିଙ୍ଗରେ ୬୫ରୁ ଅଧିକ ଜଣ ଡାକ୍ତର ଓ ତାଙ୍କର ପରିଜନ ବର୍ଗ ସାମିଲ ଅଛନ୍ତି। ପାଖାପାଖି ଏକ ଲକ୍ଷ ୩୦ହଜାର ଟଙ୍କାର ୨୫ଦିନ ପାଇଁ ରୁଷି ହୋଲିଡେ ପ୍ଯାକେଜରେ ଟୀକାକୁ ଦୁଇଟି ଯାକ ଡୋଜ ମାଗଣାରେ ଦିଆଯାଉଛି, କିନ୍ତୁ ଆମେ ଆପଣଙ୍କୁ ଜଣାଇଦେଉଛୁକି ଟୀକାକୁ ସାର୍ଟିଫିକେଟ ଦିଆଯିବ ନାହିଁ। ପ୍ୟାକେଜ ପାଇଁ ଗୁରୁଗ୍ରାମ, ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ ଓ କାନପୁରରେ ବୁକିଙ୍ଗ ହେଉଅଛି।

କରୋନା କାଳରେ ସବୁଠାରୁ ଅଧିକ ପ୍ରଭାବିତ ବ୍ଯବସାୟିକ ରୂପରେ ପର୍ଯ୍ୟଟନ କ୍ଷେତ୍ର ହୋଇଛି। ଏମିତିରେ ବର୍ତ୍ତମାନ ରୁଷରେ ନିଜର ଦେଶରେ ପର୍ଯ୍ୟଟକଙ୍କୁ ଲୁଭାଇବା ପାଇଁ ୨୪ରାତି ଓ ୨୫ଦିନର ଏକ ହଲିଡେ ପ୍ୟାଜେକ ଆରମ୍ଭ କରିଛି। ଯେଉଁଥିରେ ଭାରତର ଲୋକ ଯାଇପାରିବେ। ଏହି ପ୍ଯାକେଜର ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା। ଯେଉଁଥିରେ ସ୍ପୁଟନିକ ଟୀକାର ଦୁଇଟି ଡୋଜ ମଧ୍ୟ ସାମିଲ ଅଛି।

ଏମିତିରେ କେଉଁଠି ନା କେଉଁଠି ସ୍ପୁଟନିକ ଟୀକା ଓ ଟୁରିଜିମର କମ୍ବୋ ପ୍ଯାକେଜ ଲୋଭ ସୃଷ୍ଟି କରିବ। ପ୍ରଥମ ବ୍ୟାଚ ୧୫ମେ ଆରମ୍ଭ ହୋଇସାରିଛି ଓ ୨୯ମେ ପାଇଁ ବୁକିଙ୍ଗ ଜାରି ଅଛି। ବର୍ତ୍ତମାନ ଆଗାମୀ ବ୍ୟାଚ ଜୁନରେ ହେବ। ଆଗାମୀ ବ୍ୟାଚ ପାଇଁ ବର୍ତ୍ତମାନ ପର୍ଯ୍ଯନ୍ତ ୧୭୫ଜଣ ଲୋକ ସିଟ ବୁକ କରିସାରିଲେଣି। ଯେଉଁଥିରେ ଦେଶର ଅଲଗା-ଅଲଗା ଅଂଶର ଲୋକ ସାମିଲ ଅଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଏକ ମାସ ପୂର୍ବରୁ ସ୍ପୁଟନିକ-ଭି ଏହାର ଅଫିସିଆଲ ଆକାଉଣ୍ଟରେ ଟୀକା ପର୍ଯ୍ୟଟନ ଟୁଇଟ କରିଥିଲେ, ଯାହାକୁ “ରୁଷିଆରେ ସ୍ପୁଟନିକ-ଭି ଟୀକାକରଣ” କୁହାଯାଏ। ଏହି ଟୀକା ପାଇଁ ରୁଷ ଭାରତୀୟମାନଙ୍କୁ ଉଡ଼ାଣ କରିବାକୁ ଅନୁମତି ଦେଇଛି। ବୁକିଂ ପାଇଁ କେବଳ ଆରଟି-ପିସିଆର ଟେଷ୍ଟ ନେଗେଟିବ ଆବଶ୍ୟକ। ଉକ୍ତ ପ୍ରସଙ୍ଗରେ ଉତ୍ତରପ୍ରଦେଶର ଟୁର ଅପରେଟର୍ସ ଆସୋସିଏସନର ଅବିକ ଘୋଷ କହିଛନ୍ତିଯେ ରୁଷରେ ରହୁଥିବା ବିଦେଶୀମାନଙ୍କୁ ଅତି କମରେ ସାତ ଦିନ ପାଇଁ ଟୀକା ଦିଆଯାଇପାରିବ। ତେବେ ଏପର୍ଯ୍ୟନ୍ତ ଟୀକାକରଣ ଯାତ୍ରା ସମ୍ପର୍କରେ ରୁଷ ସରକାର କୌଣସି ଚୁକ୍ତି କରିନାହାଁନ୍ତି।

ଏହା ଜଣାଯେ ପର୍ଯ୍ୟଟକଙ୍କ ଟୀକାକରଣ ସମ୍ବନ୍ଧରେ ରୁଷ ସ୍ୱାସ୍ଥ୍ୟ ପ୍ରାଧିକରଣ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି। ରୁଷର ନାଗରିକଙ୍କ ବ୍ୟତୀତ କେବଳ ସେହି ପର୍ଯ୍ୟଟକ ଯେଉଁମାନେ ମସ୍କୋରେ ପଞ୍ଜୀକୃତ ହୋଇଛନ୍ତି, ରହିବାର ଅନୁମତି ଏବଂ ରୁଷର ସ୍ୱାସ୍ଥ୍ୟ ବୀମାକୁ ଟୀକା ପ୍ରମାଣପତ୍ର ଦିଆଯାଉଛି। ଏହା ମଧ୍ୟ ସ୍ପଷ୍ଟ ହୋଇଛିଯେ ରୁଷର ଘରୋଇ କ୍ଲିନିକଗୁଡିକ କୌଣସି ବିଦେଶୀଙ୍କୁ ଟୀକାକରଣ କରିବେ ନାହିଁ, କିନ୍ତୁ ଫାର୍ମା କମ୍ପାନୀ ଦ୍ୱାରା ଏହି ଯୋଜନା ନିଆଯାଇଛି। ତେଣୁ ପ୍ୟାକେଜ ନେଉଥିବା ଭାରତୀୟମାନେ ଟୀକା ପ୍ରମାଣପତ୍ର ପାଇବେ ନାହିଁ।

ଏହା ବ୍ୟତୀତ ଯଦି ଆମେ ଏହି ହଲିଡେ ପ୍ଯାକେଜ ବିଷୟରେ କଥାବାର୍ତ୍ତା ହେବା ତେବେ ଏଥିରେ ଦିଲ୍ଲୀ-ମସ୍କୋର ଉଡାଣ ଟିକେଟ ସେଣ୍ଟ ପିଟର୍ସବର୍ଗର ଥ୍ରୀ ଷ୍ଟାର ହୋଟେଲରେ ଚାରିଦିନ ରହିବାର ସୁବିଧା, ମସ୍କୋର ଥ୍ରୀ ଷ୍ଟାର ହୋଟେଲରେ ୨୦ଦିନ ରହିବାର ସୁବିଧା, ମସ୍କୋ-ସେଣ୍ଟ ପିଟର୍ସବର୍ଗ ଯିବା-ଆସିବାର ଟିକଟ ବ୍ଯତୀତ ୨୪ଦିନ ପର୍ଯ୍ଯନ୍ତ ବ୍ରେକ ଫାଷ୍ଟ ଓ ଡିନର ମଧ୍ୟ ସାମିଲ ଅଛି। ଏହି ହଲିଡେ ପ୍ଯାକେଜରେ ମସ୍କୋ ପହଞ୍ଚିବା ମରେ ପର୍ଯ୍ୟଟକଙ୍କୁ ସ୍ପୁଟନିକର ପ୍ରଥମ ଡୋଜ ଦିଆଯିବ। ସେହିପରି ଦ୍ଵିତୀୟ ଯାତ୍ରାରୁ ଫେରିବା ପୂର୍ବରୁ। ଏହିପରି ଆପଣ ଏକ ବିଦେଶୀ ଟୀକା ଲଗାଇବା ପାଇଁ ଚିନ୍ତା କରୁଥିବେ ଓ ଏହା ସହିତ ବିଦେଶରେ ବୁଲିବାକୁ ଚାହୁଁଥିବେ ତେବେ ଏହା ଏକ ଭଲ ସୁଯୋଗ ଅଟେ। କିନ୍ତୁ ଟୀକାକରଣର ସାର୍ଟିଫିକେଟ ନମିଳିବା ଆଶ୍ଚର୍ଯ୍ୟର କଥା ଅଟେ, କିନ୍ତୁ ତଥାପି ରୁଷ ଯିବାକୁ ଚାହୁଁଥିଲେ ନିଶ୍ଚୟ ଯାଅନ୍ତୁ ଓ ଏକ ପନ୍ଥ ଦୁଇଟି କାଗଜର ଉକ୍ତିକୁ ଚରିତାର୍ଥ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *