ମୋଦିଙ୍କ ୨୫ ହଜାର ଟଙ୍କା ସାହାଯ୍ୟରେ ଆରମ୍ଭ କରନ୍ତୁ ଏହି କାମ, ହେବ ଲକ୍ଷ ଲକ୍ଷ ଟଙ୍କାର ମାଲିକ

ପାରମ୍ପରିକ ଚାଷ ମାଧ୍ୟମରେ କୃଷକମାନଙ୍କ ପାଇଁ ଭଲ ରୋଜଗାର କରିବା କଷ୍ଟସାଧ୍ୟ ହୋଇପଡୁଛି | ଯଦି ଆପଣ ଏପରି କୌଣସି ଚାଷ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ଯାହା ମାଧ୍ୟମରେ ଅଳ୍ପ ଖର୍ଚ୍ଚରେ ଭଲ ରୋଜଗାର ହୋଇପାରିବ ତେବେ ଚିନ୍ତା କରନ୍ତୁ ନାହିଁ | ଆଜି ଆମେ ଆପଣଙ୍କୁ ମୋତି ଚାଷ ବିଷୟରେ କହିବାକୁ ଯାଉଛୁ | ଖାସ କଥା ହେଉଛି ଯେ ନିଜେ ସରକାର ଏହି ଚାଷ ପାଇଁ ଆପଣଙ୍କୁ ସାହାଯ୍ୟ କରିବେ | ଅନେକ ଲୋକ ଏହି ଚାଷ ମାଧ୍ୟମରେ ଲକ୍ଷପତି ହୋଇପାରିଛନ୍ତି |

ମୋତି ଚାଷ ଆରମ୍ଭ କରିବାପାଇଁ କଣ ଆବଶ୍ୟକ ?

ବଜାରରେ ଡିମାଣ୍ଡ ହିସାବରେ ମୋତିର ଉପଲବ୍ଧତା ନାହିଁ | ଯଦି ଆପଣ ମୋତି ମାଧ୍ୟମରେ ଭଲ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପୋଖରୀ, ସିପିଆ(ଯେଉଁଥିରେ ମୋତି ତିଆରି ହୁଏ) ଏବଂ ବିଧିବତ ଟ୍ରେନିଂ ଆବଶ୍ୟକ ପଡିବ | ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଅଛି, ତେବେ ନିଜ ଶକ୍ତିରେ ହିଁ ପୋଖରୀ ଖୋଳାଇ ପାରିବେ | ପୁଞ୍ଜି ଅଭାବ ହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳୁଥିବା ୫୦ ପ୍ରତିଶତ ସବ୍ସିଡିର ଲାଭ ମଧ୍ୟ ନେଇପାରିବେ |

ସିପ ଆପଣଙ୍କୁ ଅନେକ ରାଜ୍ୟଗୁଡ଼ିକରେ ମିଳିଯିବ, କିନ୍ତୁ ଦକ୍ଷିଣ ଭାରତ ଏବଂ ବିହାରର ଦରଭଙ୍ଗା ଜିଲ୍ଲାରେ ମିଳୁଥିବା ସିପର କ୍ୱାଲିଟି ଭଲ ବୋଲି କୁହାଯାଏ | ସିପ ଚାଷପାଇଁ ଯଦି ଟ୍ରେନିଂ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ସାରା ଦେଶରେ ଅନେକ ଅନୁଷ୍ଠାନର ବିକଳ୍ପ ରହିଛି | ମଧ୍ୟପ୍ରଦେଶର ହୋସଙ୍ଗାବାଦ ଏବଂ ମୁମ୍ବାଇରୁ ମଧ୍ୟ ଆପଣ ମୋତି ଚାଷ ପାଇଁ ଟ୍ରେନିଂ ନେଇପାରିବେ |

କିପରି କରାଯାଏ ସିପ ଚାଷ ?

ସିପ କିଣି ଆଣିବାପରେ ଏକ ଜାଲରେ ବାନ୍ଧି ତାକୁ ୧୦ ରୁ ୧୫ ଦିନ ପାଇଁ ପୋଖରୀରେ ଛାଡି ଦିଆଯାଏ | ଏହାଦ୍ୱାରା ସିପ ନିଜ ଅନୁଯାୟୀ ନିଜର ପରିବେଶ କରିଥାଏ | ଏହାପରେ ସିପକୁ ଜାଲ ସାହାଯ୍ୟରେ ହିଁ ବାହାର କରି ସେମାନଙ୍କର ସର୍ଜରୀ କରାଯାଇଥାଏ | ସର୍ଜରୀ ଅର୍ଥ ଏହା ଯେ ସିପ ଭିତରେ ପୋର୍ଟକଲ ଅର୍ଥାତ ଏକ ପ୍ରକାରର ଛାଞ୍ଚ ରଖାଯାଏ | ଏହି ଛାଞ୍ଚରେ କୋଟିଂ ପରେ ସିପ ଲେୟର ହୋଇ ପ୍ରସ୍ତୁତ ହୁଏ | ଏହି ଲେୟର ଆଗକୁ ମୋତିର ରୂପ ନେଇଥାଏ |

କଣ ରହିଛି ମୋତି ଚାଷର ପୁରା ପ୍ରୋସେସ ?

୧୦ × ୧୦ ଫୁଟ ଅଞ୍ଚଳ ଏବଂ ପ୍ରାୟ ୬ ଫୁଟ ଗଭୀର ପୋଖରୀରେ ମଧ୍ୟ ମୋତି ପାଳନର କାମ ଆରମ୍ଭ କରାଯାଇପାରିବ | ସିପଗୁଡିକର ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ପାଇଁ କିଛି ଉପକରଣ ଏବଂ ଫିଡର ଆବଶ୍ୟକ ହୋଇଥାଏ | ସିପଗୁଡିକରେ ଏକ ଛୋଟ ସର୍ଜରୀ ମାଧ୍ୟମରେ ୪ ରୁ ୬ ମିଲିମିଟରର କଣିକା/ନ୍ୟୁକ୍ଲିୟସ ପକାଯାଏ | ଏହି କଣିକା/ନ୍ୟୁକ୍ଲିୟସ ଅନେକ ପ୍ରକାରର ହୋଇଥାଏ | ତେଣୁ ଏହାଉପରେ ମୋତିର କ୍ୱାଲିଟି ନିର୍ଭର କରିଥାଏ | ପ୍ରାୟ ୮ ରୁ ୧୦ ମାସ ପର୍ଯ୍ୟନ୍ତ ପୋଖରୀରେ ରହିବାପରେ ସ୍ଵସ୍ଥ ସିପଗୁଡିକରେ ବେପାର ଯୋଗ୍ୟ ମୋତି ହୋଇଯାଏ | ଅନେକଥର ଅଧିକ ଗୁଣବତ୍ତା ପାଇଁ ମୋତିକୁ ଆହୁରି ଅଧିକ ମାସ ପର୍ଯ୍ୟନ୍ତ ମଧ୍ୟ ସିପରେ ବଢିବାକୁ ଦିଆଯାଏ |

ସିପର ଖର୍ଚ୍ଚ ତୁଳନାରେ ମୋତି ଉପରେ ଭଲ ଲାଭ :-

ଅନୁମାନ ଅନୁଯାୟୀ ଏକ ସିପ ଉପରେ କୃଷକଙ୍କୁ ୨୫ ରୁ ୩୦ ଟଙ୍କା ଖର୍ଚ୍ଚ ଲାଗେ | ଏହି ସିପ ଥରେ ପ୍ରସ୍ତୁତ ହୋଇଗଲେ ଏଥିରୁ ଦୁଇଟି ମୋତି ବାହାର ହୋଇଥାଏ | ସାଧାରଣତଃ ବଜାରରେ ଗୋଟିଏ ମୋତିର ମୂଲ୍ୟ ପ୍ରାୟ ୧୦୦-୧୨୦ ଟଙ୍କା ହୋଇଥାଏ | ଯଦି ଭଲ କ୍ୱାଲିଟିର ମୋତି ବାହାରିଲା, ତେବେ ତା’ପାଇଁ ୨୦୦ ଟଙ୍କା ମଧ୍ୟ ମିଳିପାରେ |

ଯଦି ଜଣେ କୃଷକ ଏକ ଏକରର ପୋଖରୀରେ ୨୫ ହଜାର ସିପ ପକାଏ ତେବେ ଏଥିପାଇଁ ତାକୁ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ତେବେ ଧରାଯାଉ ଏହାକୁ ପ୍ରସ୍ତୁତ କରିବାବେଳେ ଯଦି କିଛି ସିପ ନଷ୍ଟ ହୋଇଯାଏ, ତେବେ ମଧ୍ୟ ଅତି କମରେ ୫୦ ପ୍ରତିଶତ ସିପ ତ ନିଶ୍ଚିତ ବାହାରିବ | ଏହିପରି ଭାବେ ଏଥିରୁ ୨୫ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରାଯାଇପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *