ବିବାହର କିଛି ସମୟ ପରେ ହିଁ ବର ଯୌ-ତୁ-କରେ ମାଗିଲା ବୁଲେଟ ବାଇକ, ଶ୍ୱଶୁରଘର ଲୋକେ ତା ବଦଳରେ ଦେଲେ ଏମିତି ଦ-ଣ୍ଡ,ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶର ଅମେଥିରେ ଯୌ-ତୁ-କ ଲୋଭି ବରକୁ କନ୍ୟାର ବାପା ଏବଂ ତାଙ୍କ ଘରଲୋକେ ଏପରି ଶିକ୍ଷା ଦେଲେ ଯେ ସେ ଜୀବନ ସାରା ମନେରଖିବ | ବିବାହ ସମୟରେ ବରକୁ ଯୌତୁକରେ ବାଇକ ଜାଗାରେ ବୁଲେଟ ମାଗିବାଟା ଭାରି ପଡିଗଲା | କନ୍ୟାପକ୍ଷ କେବଳ ଏଥିପାଇଁ ଅନେକ ମା-ଡ଼ ମା-ରି-ନ-ଥି-ଲେ ବରଂ ବରକୁ ବାନ୍ଧି ପୋ-ଲି-ସ ଷ୍ଟେସନ ମଧ୍ୟ ନେଇଥିଲେ | ବର୍ତ୍ତମାନ ଯୌ-ତୁ-କ-ରେ ବୁଲେଟ ମାଗିଥିବା ବର ଏବଂ ତାର ବାପାଙ୍କୁ ପିଟାଯାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଛି |

ଏହି ମାମଲା ଅମେଥିର କେସରୀୟା ସଲିମପୁର ଗାଁର ଅଟେ, ଯେଉଁଠାରେ ମେ ୧୭ ରେ ନସିମ ଅହମଦଙ୍କ ଝିଅର ବିବାହ ଥିଲା | ବରଯାତ୍ରୀ ରାୟବରେଲି ଜିଲ୍ଲା ରୋଖା ଗାଁରୁ ଆସିଥିଲା | ବର ମହମ୍ମଦ ଆମିର ସଜ ହୋଇ ଷ୍ଟେଜ ଉପରେ ବସିଥିଲା ଏବଂ ବାହାଘରର ରୀତିନୀତି ଚାଲିଥିଲା |

ସୂଚନା ଅନୁଯାୟୀ ବରଯାତ୍ରୀ ପହଞ୍ଚିବାପରେ କନ୍ୟା ପରିବାର ସେମାନଙ୍କୁ ଖୁବ ଆଦର ସମ୍ମାନର ସହିତ ସ୍ୱାଗତ କଲେ | ହସ ଖୁସିରେ ବିବାହ କରାଗଲା ଏବଂ ବରଯାତ୍ରୀ ଭୋଜି ମଧ୍ୟ ଖାଇଲେ | ଏହି ସମୟ ମଧ୍ୟରେ ବର ଖାଇବା ସମୟରେ ଶ୍ୱଶୁରଘର ସାମ୍ନାରେ ବାଇକ ଜାଗାରେ ବୁଲେଟ ପାଇଁ ଡିମାଣ୍ଡ କଲେ | ଝିଅର ବାପା ତାର ଏହି ଡିମାଣ୍ଡ ମାନିନେଲେ ଏବଂ ବୁକିଂ ହେବାମାତ୍ରେ ହିଁ ବୁଲେଟ ଦେବାପାଇଁ ହଁ କରିଦେଲେ |

ଏଥିପାଇଁ କନ୍ୟାର ବାପା ବରକୁ ଦୁଇ ଲକ୍ଷ ତାଙ୍କର ଚେକ ମଧ୍ୟ ଦେଲେ କିନ୍ତୁ ବର ଏବଂ ତା ବାପା ବୁଲେଟ ସହିତ ହିଁ କନ୍ୟାର ବିଦାୟୀ ହେବାକୁ କହି ଜିଦି ଧରିଥିଲେ | ବର ଏବଂ ତାର ବାପା କେବଳ ଦିଆଯାଇଥିବା ଚେକକୁ ଚିରି ଦେଇ ନଥିଲେ ବରଂ କନ୍ୟାପକ୍ଷ ଲୋକମାନଙ୍କୁ ଅ-ଭ-ଦ୍ର ଭାଷାରେ ଗାଳି କରିବା ଆରମ୍ଭ କରିଦେଇଥିଲେ | କଥା ଏତେ ବଢିଯାଇଥିଲା ଯେ ମାମଲା ଛାଡପତ୍ର ପର୍ଯ୍ୟନ୍ତ ପହଂଚି ଯାଇଥିଲା | ଯେଉଁଥିରେ ରାଗିଯାଇ କନ୍ୟାପକ୍ଷ ଲୋକେ ଗାଁ ଲୋକଙ୍କ ସହିତ ମିଶି ବରକୁ ବାନ୍ଧି ଖୁବ ପିଟିଲେ | ସେହିପରି ଯେତେବେଳେ କନ୍ୟାକୁ ଏସବୁ କଥା ଜଣାପଡିଲା, ସେତେବେଳେ ସେ ଯୌ-ତୁ-କ ଲୋଭିମାନଙ୍କ ଘରକୁ ଯିବାକୁ ମନା କରିଦେଲା |

କନ୍ୟାପକ୍ଷର ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଁଚିଥିବା ପୋ-ଲି-ସ ବନ୍ଧା ଯାଇଥିବା ବର ଏବଂ ତାଙ୍କ ବାପାଙ୍କୁ ଛଡ଼ାଇଲେ ଏବଂ ଥା-ନା-କୁ ନେଇଗଲେ | ଏହି ମାମଲାରେ ପୋ-ଲି-ସ ବର ଏବଂ ତାଙ୍କ ବାପା ସହିତ ୭ ଜଣ ଲୋକଙ୍କ ବିରୋଧରେ ଯୌତୁକ ପ୍ରତାଡନାର କେସ ପଞ୍ଜିକରଣ କରିଛି | ସେହିପରି ବରର ଅ-ଭି-ଯୋ-ଗ ଉପରେ କନ୍ୟାପକ୍ଷ ଲୋକମାନଙ୍କ ଉପରେ ମଧ୍ୟ ପିଟିଥିବାର କେସ ପଂଜିକୃତ କରାଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *