ଆଇପିଏଲର ବଳକା ମ୍ୟାଚ ୟୁଏଇରେ ଖେଳାଯିବ! ବିସିସିଆଇ ସହିବାକୁ ଚାହୁଁନାହିଁ କ୍ଷ-ତି

ସାରା ଦେଶରେ କରୋନା ଭାଇରସକୁ ନେଇ ଆତଙ୍କ ଲାଗି ରହିଛି। କରୋନା ଭାଇରସର ଆ-ତ-ଙ୍କ ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଏହାର ବଳକା ମ୍ୟାଚ କେବେ ଖେଳାଯିବ ସେ ସମ୍ବନ୍ଧରେ ତାରିଖ ଓ ସ୍ଥାନ ସ୍ପଷ୍ଟ ହୋଇପାରି ନଥିଲା। ତେବେ ବିସିସିଆଇ ଭାରତରେ ବଳକା ମ୍ୟାଚର ଆୟୋଜନ ଚାହୁଁନାହିଁ। ବିସିସିଆଇ ୟୁଏଇରେ ବଳକା ମ୍ୟାଚର ଆୟୋଜନ କରିବାକୁ ନେଇ ବର୍ତ୍ତମାନ ବିଚାର କରୁଛି।

ଆଇପିଏଲ-୨୦୨୧ରେ ବାକିଥିବା ୩୧ଟି ମ୍ୟାଚର ଆୟୋଜନକୁ ନେଇ ବିସିସିଆଇ ଅତିଶୀଘ୍ର ନିଷ୍ପତ୍ତି ନେଇପାରେ। ଏଥିପାଇଁ ବୋର୍ଡ ମେ ୨୯ ତାରିଖରେ ବୈଠକ ଡାକିଛି। ଏଥିରେ ଆଇପିଏଲକୁ ୟୁଏଇକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇପାରେ। ଏହାସହିତ ବିସିସିଆଇ ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ମଧ୍ୟ ବିକଳ୍ପ ଭାବରେ ଦେଖୁଛି।

Google

ସବୁଠାରୁ ବଡ କଥା ହେଉଛିକି, ବର୍ତ୍ତମାନର ସ୍ଥିତିକୁ ଦେଖି ଚଳିତ ବର୍ଷରେ ହେବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପର ଆୟୋଜନ ଭାରତରେ ହେବା କଷ୍ଟ ଲାଗୁଛି। ଆଇସିସି ଜୁନ ୧ ତାରିଖରେ ଟି-୨୦ ବିଶ୍ୱକପକୁ ଭାରତ ବଦଳରେ ୟୁଏଇକୁ ସ୍ଥାନାନ୍ତର କରିପାରେ। ଯଦି ବିଶ୍ୱକପ ୟୁଏଇରେ ହୁଏ ତେବେ ବିସିସିଆଇ ଆଇପିଏଲକୁ ମଧ୍ୟ ସ୍ଥାନାନ୍ତର କରିବ। ବିସିସିଆଇ ପାଖରେ ବିକଳ୍ପ କମ ଅଛି। ଅନେକ କମ୍ପାନୀ ଆଇପିଏଲର ପ୍ରୟୋଜକ ଅଛନ୍ତି। ଯଦି ଆଇପିଏଲର ଆୟୋଜନ ନହେବ ତେବେ ବିସିସିଆଇ ପ୍ରାୟ ୨୫୦୦ କୋଟି ଟଙ୍କାର କ୍ଷ-ତି ସହିବ। ଏହି କ୍ଷତିକୁ ଏଡାଇବା ପାଇଁ ବିସିସିଆଇକୁ ଟୁର୍ଣ୍ଣାମେଣ୍ଟଟର ଆୟୋଜନ କରିବା ଜରୁରୀ ଅଟେ।

ସୂଚନା ଅନୁସାରେ, ଏପ୍ରିଲ ୯ ଆଇପିଏଲ-୨୦୨୧ ତାରିଖରେ ଆରମ୍ଭ ହୋଇଥିଲା। କିନ୍ତୁ ଅନେକ କର୍ମଚାରୀ ଓ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଆଇପିଏଲକୁ ଅଧାରୁ ବନ୍ଦ କରାଯାଇଥିଲା। ମେ ମାସ ପ୍ରଥମ ସପ୍ତାହରେ ବିସିସିଆଇ ଆଇପିଏଲକୁ ସ୍ଥଗିତ କରିଥିଲା। ମୋଟ ୬୦ଟି ମ୍ୟାଚରୁ ୨୯ଟି ମ୍ୟାଚ ଖେଳାଯାଇ ସାରିଥିଲା। ୩୧ଟି ମ୍ୟାଚ ବାକି ରହିଛି। ଏହି ସମସ୍ତ ମ୍ୟାଚ ଖେଳିବା ପାଇଁ ଅତିକମରେ ୨୦ ଦିନ ଆବଶ୍ୟକ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *