କରୋନାର ତୃତୀୟ ଲହରକୁ ଧୂମଧାମରେ ସ୍ୱାଗତ,ଲୋକେ ପାଳନ କରୁଛନ୍ତି ଉତ୍ସବ,ଦେଖନ୍ତୁ ଭିଡିଓ

ଆଜି ସାରା ଦେଶ କରୋନା ଭାଇରସର କବଳରେ ରହିଛି | ଏହି ସମୟରେ ମହାମାରୀ କ୍ରମାଗତ ଭାବେ ବଢିଚାଲିଛି | ବିଶେଷକରି କରୋନାର ଦ୍ୱିତୀୟ ଲହର କାରଣରୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି ଏବଂ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି | ତେଣୁ ଲୋକମାନେ ଅତି ସତର୍କ ରହିବାକୁ ନିବେଦନ କରାଯାଇଛି | ସାମାଜିକ ଦୂରତା ଏବଂ ଫେସ ମାସ୍କ ପରି ନିୟମକୁ କଡାକଡି ଭାବରେ ପାଳନ କରିବାକୁ କୁହାଯାଉଛି | କିନ୍ତୁ, ଏହି ଭିଡିଓ ଦେଖିବା ପରେ ଲାଗୁଛି ଯେପରି ଲୋକମାନେ କରୋନାର ତୃତୀୟ ଲହରକୁ ‘ବଡ଼ ସ୍ୱାଗତ’ କରୁଛନ୍ତି | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି ଏବଂ ଲୋକମାନେ ଏହାକୁ ଉପଭୋଗ କରୁଛନ୍ତି |

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଲୋକଙ୍କୁ ଭିଡ଼ ନ କରିବାପାଇଁ ନିବେଦନ କରାଯାଇଛି | କାରଣ, ଏହାଦ୍ୱାରା ଭାଇରସ ବିସ୍ତାର ହେବାର ଆଶଙ୍କା ଅଧିକ ରହିଛି | କିନ୍ତୁ, ଏହି ଲୋକମାନଙ୍କୁ ଦେଖିଲେ ତ ଏପରି ଲାଗୁଚି ଯେପରି ଏମାନଙ୍କ ପାଇଁ କରୋନା ହିଁ ନାହିଁ | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଡିଜେ ସ୍ୱରରେ ବହୁ ସଂଖ୍ୟକ ଲୋକ ଏକାଠି ଜମା ହୋଇ ମସ୍ତିରେ ଡ୍ୟାନ୍ସ କରୁଛନ୍ତି | ଯିଏ ବି ଏହି ଭିଡିଓକୁ ଦେଖିଛି ସେ ଆଶ୍ଚର୍ଯ୍ୟ ହୋଇ ରହିଗଲା |

ଦେଖନ୍ତୁ ଭିଡିଓ :-

ଆଶ୍ଚର୍ଯ୍ୟଜନକ ଭିଡିଓ :-

ଏହି ଭିଡିଓକୁ ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ସେୟାର କରାଯାଉଛି | ଟ୍ୱିଟରରେ ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଫିସର ‘Praveen Angusamy’ ସେୟାର କରିଛନ୍ତି | ଭିଡିଓ ସେୟାର କରି ସେ ଲେଖିଛନ୍ତି,’ରେଡ କାର୍ପେଟରେ କରୋନାର ତୃତୀୟ ଲହରର ଏହି ଲୋକେ ସ୍ୱାଗତ କରୁଛନ୍ତି |’ ବର୍ତ୍ତମାନ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଖବର ଲେଖାଯିବାବେଳକୁ ଏହି ଭିଡିଓକୁ ପ୍ରାୟ ୨ ହଜାର ଲୋକ ଦେଖି ସାରିଛନ୍ତି | କେବଳ ଏତିକି ନୁହେଁ, ଏହି ଭିଡିଓକୁ ମଜା ନେଇ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରୁଛନ୍ତି | ଜଣେ ୟୁଜର ଲେଖିଛନ୍ତି, ‘ବାଃ କି ସୀନ !!! ବାଃ କି ସୀନ !!’ | ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ ଏହା ତ ଡେଥ ଡ୍ୟାନ୍ସ ଅଟେ’ | ଆସନ୍ତୁ ଜାଣିବା ଲୋକମାନେ କିପରି ରିଆକ୍ସନ ଦେଇଛନ୍ତି …

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *