କଣ ଧୂଆ ହୋଇନଥିବା ମାସ୍କ ପିନ୍ଧିବା ଦ୍ଵାରା ବଢୁଅଛି ବ୍ଲାକ ଫଙ୍ଗସ? ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଲେ ବଡ଼ ବୟାନ,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଦିଲ୍ଲୀରେ କରୋନା ମହାମାରୀରୁ ପୀଡିତ ଅନେକ ରୋଗୀଙ୍କ ମଧ୍ୟରେ ବ୍ଲାକ ଫଙ୍ଗସର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। କ’ଣ ବ୍ଲାକ ଫଙ୍ଗସର ବୃଦ୍ଧି ଘଟୁଥିବା, ମାସ୍କ ସଫା କରିବା ସହିତ କୌଣସି ସମ୍ପର୍କ ଅଛି କି? ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ମତଭେଦ ହୋଇଯାଇଛି।

ମଇଳା ମାସ୍କ ପିନ୍ଧି ରୋଗ ବିକଶିତ:-

ଅନେକ ଡାକ୍ତରୀ ବିଶେଷଜ୍ଞ ବିଶ୍ୱାସ କରନ୍ତିଯେ, ଯଦି ଏକ ସଫା ମାସ୍କ ବ୍ୟବହାର ନକରାଯାଏ ଏବଂ କମ ଭେଣ୍ଟିଲେଟେଡ ରୁମରେ ରହେ ତେବେ ବ୍ଲାକ ଫଙ୍ଗସ ଭଳି ସମସ୍ୟା ହୋଇପାରେ। ଏଥିସହିତ, ଅନ୍ୟ କିଛି ବିଶେଷଜ୍ଞ କହିଛନ୍ତିଯେ, ଏହିସବୁ ପ୍ରମାଣ କରିବାକୁ କୌଣସି କ୍ଲିନିକାଲ ପ୍ରମାଣ ନାହିଁ। ତେଣୁ, ଏହି ଜିନିଷଗୁଡିକ ଉପରେ ଅଧିକ ବିଶ୍ୱାସ କରାଯାଇପାରିବ ନାହିଁ।

ଦିଲ୍ଲୀର ଅନେକ ପ୍ରମୁଖ ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତିଯେ, ସେମାନଙ୍କ ସେଠାରେ ଅନେକ ରୋଗୀ ଭର୍ତ୍ତି ହୋଇଛନ୍ତି। ସେଠାରେ ଉଭୟ ସାଧାରଣ ରୋଗୀ ଏବଂ କରୋନା ରୋଗୀ ଅଛନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଅନେକ ମ୍ୟୁକର ମାଇକୋସିସ କିମ୍ବା ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିଲେ। ଅନୁସନ୍ଧାନ କରିଲାବେଳେ ଜାଣିବାକୁ ମିଳିଥିଲାଯେ, ସେ ଧୋଇ ନ ପାରି ଦୀର୍ଘ ସମୟ ଧରି ବ୍ୟବହୃତ ମାସ୍କ ପିନ୍ଧିଥିଲେ। ଯେଉଁଥିପାଇଁ ଏହି ସମସ୍ୟା ହୋଇଛି।

‘ଷ୍ଟେରଏଡର ଅନୁପଯୁକ୍ତ ବ୍ୟବହାର’:-

ଇନ୍ଦ୍ରପ୍ରଥା ଆପୋଲୋ ହସ୍ପିଟାଲର ଇଏନଟି ବିଶେଷଜ୍ଞ ଡକ୍ଟର ସୁରେଶ ସିଂ ନାରୁକା କହିଛନ୍ତିଯେ, ବ୍ଲାକ ଫଙ୍ଗସ(Black Fungus) ହେବାର ମୁଖ୍ୟ କାରଣ ହେଉଛିଯେ, ‘ଷ୍ଟେରଏଡର ଅନୁପଯୁକ୍ତ ବ୍ୟବହାର’।

ସେ କହିଥିଲେ, ‘ଦ୍ୱିତୀୟ କଥା ହେଉଛିଯେ, ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଧୋଇ ମାସ୍କ ପିନ୍ଧିବା କିମ୍ବା ବେସମେଣ୍ଟ ପରି କମ ଭେଣ୍ଟିଲେଟେଡ ରୁମରେ ରହିବା ଭଳି ଉପାୟକୁ ଏହା ପାଇଁ ଦାୟି ମାନୁଅଛି। ତେଣୁ ମୁଁ କହିବି ଯେ, ଦୂତୀୟ ଜିନିଷ ମଧ୍ୟ ମ୍ୟୁକର ମାଇକୋସିସ ସୃଷ୍ଟି କରିବାର ଗୋଟିଏ କାରଣ ହୋଇପାରେ।’

ସାର ଗଙ୍ଗାରାମ ହସ୍ପିଟାଲର ବିଭାଗର ସଭାପତି ଡ. ଅଜୟ ସ୍ଵରୂପ କହିଛନ୍ତିଯେ, ଆମ ଶରୀରରେ ନାକ ପାଶ୍ୱର୍ରେ ଏବଂ ନାସୋଫାର୍ଜିୟଲ ଅଞ୍ଚଳରେ ପ୍ରତୀକ ରୂପରେ ମ୍ୟୁକୁର ଥାଏ।

‘ତରବରରେ ହସ୍ପିଟାଲ ଯାନ୍ତୁ ନାହିଁ’:-

ସେ କହିଲେକି,’ଯେତେବେଳେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଏ, କେମିତି କୋଭିଡ ମାମଲାରେ ହୁଏ, ସେହି ସମୟରେ ମ୍ୟୁକର ବଢିବା ଆରମ୍ଭ ହୋଇଯାଏ ଓ ସଂକ୍ରମଣ ସୃଷ୍ଟି କରିଥାଏ। ଏଥିରେ ନାକରୁ ରକ୍ତ ବାହାରିବା ଓ ଆଖିରେ ଫୁଲା ଭଳି ଲକ୍ଷଣ ଦେଖାଯାଏ।’ ସେ ପରାମର୍ଶ ଦେଲେକି ଲୋକ ତରବରରେ ହସ୍ପିଟାଲକୁ ଯିବା ଉଚିତ ନୁହେଁ ଓ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ।

କେମିତି ହୁଅନ୍ତି ରୋଗୀମାନେ ବ୍ଲକ ଫଙ୍ଗସର ଶିକାର:-

ବିଶେଷଜ୍ଞଙ୍କ କହିବା କଥାକି ବ୍ଲକ ଫଙ୍ଗସ କିମ୍ବା ମ୍ୟୁକରମାଇକୋସିସ ରୋଗ ମ୍ୟୁକରମାଈସିଟିଜ ନାମକ ଫଙ୍ଗସରୁ ହୋଇଥାଏ। ଏହି ଫଙ୍ଗସ ଆମର ବାତାବରଣ ଯେମିତି ପବନ, ମାଟି, ଓଦା କପଡା ଆଦିରେ ମିଳିଥାଏ। ସୁସ୍ଥ ଲୋକଙ୍କୁ ଏହି ଫଙ୍ଗସ କୌଣସି ଖ୍ଯାତି ପହଞ୍ଚାଏ ନାହିଁ କିନ୍ତୁ ଯେଉଁ ଲୋକଙ୍କର ଇମ୍ୟୁନିଟି କମଜୋର, ସେମାନଙ୍କୁ ଏହି ଫଙ୍ଗସର ଇନଫେକସନର ବିପଦ ଅଧିକ ଥାଏ।

କରୋନା ରୋଗୀଙ୍କ ପାଇଁ ବ୍ଲାକ ଫଙ୍ଗସର ବିପଦ:-

ଅନେକ କରୋନା ରୋଗୀଙ୍କ କ୍ଷେତ୍ରରେ, ତାଙ୍କର ଇମ୍ୟୁନିଟି ତାଙ୍କର ଶତ୍ରୁ ହୋଇଯାଏ ଏବଂ ସେ ଶରୀରରେ ସକ୍ରିୟ ହୋଇ କୋଷଗୁଡ଼ିକୁ ନଷ୍ଟ କରିବା ଆରମ୍ଭ କରିଦିଅନ୍ତି। ଏଭଳି ପରିସ୍ଥିତିରେ ଡାକ୍ତର ରୋଗୀଙ୍କୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଥିବା ଔଷଧ କିମ୍ବା ଷ୍ଟେରଏଡ ଦିଅନ୍ତି। ଏହି କାରଣରୁ କରୋନା ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ ହେବାର ଆଶଙ୍କା ବଢିଛି। ଏହା ବ୍ୟତୀତ ମଧୁମେହ ଏବଂ କର୍କଟ ରୋଗୀଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ଅଟେ, ଯାହାଦ୍ଵାରା ସେମାନଙ୍କୁ ବ୍ଲାକ ଫଙ୍ଗସ ବିପଦ ଅଧିକ ହୋଇଥାଏ।

ଆଖି ଓ ବ୍ରେନକୁ ଖ୍ଯାତି ପହଞ୍ଚେ:-

ମ୍ୟୁକରମାଇକୋସିସ କିମ୍ବା ବ୍ଲାକ ଫଙ୍ଗସ ରୋଗୀଙ୍କ ଶରୀରରେ ପଶି ତାଙ୍କର ଆଖି ଓ ବ୍ରେନରେ କ୍ଷତି ପହଞ୍ଚାଏ। ଏହା ସହିତ ସ୍କିନକୁ ମଧ୍ୟ ହାନି ପହଞ୍ଚିଥାଏ। ଏହି କାରଣରୁ ବ୍ଲାକ ଫଙ୍ଗସର ରୋଗୀଙ୍କର ଆଖିର ରଶ୍ମୀ ଚାଲିଯାଏ ଓ ନାକରେ ସଂକ୍ରମଣ ବ୍ୟାପିବାର ଖବର ଆସୁଅଛି। ଯାହାକୁ ଅନେକଥର ଅପରେସନ କରିବାର ଆଶଙ୍କା ମଧ୍ୟ ଦେଖାଯାଉଛି। ଅନେକ ମାମଲାରେ ଏହି ରୋଗୀଙ୍କର ଜୀବନ ମଧ୍ୟ ଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *