ଘରେ କେମିତି ବ୍ୟବହାର ହେବ କରୋନା ଟେଷ୍ଟ କରୁଥିବା Coviself, କିଏ ଟେଷ୍ଟ କରିପାରିବ ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଦେଶରେ କରୋନା ଟେଷ୍ଟିଂ ମଧ୍ୟରେ ଆସୁଥିବା ସମସ୍ୟା ମଧ୍ୟରେ ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ବୁଧବାର ଦିନ ଏକ ହୋମ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ଏବେ କେହିବି ଘରେ ବସି କରୋନା ସଂକ୍ରମଣର ଯାଞ୍ଚ କରିପାରିବେ । ସୂଚନା ମୁତାବିକ, ଏହି କୋଭିସେଲ୍ଫ ନାମକ ଟେଷ୍ଟ ଏକ ଆଣ୍ଟିଜେନ ଟେଷ୍ଟ ଅଟେ ।

ଏବେ ଯେତେବେଳେ ଘରେ ହିଁ କରୋନା ଟେଷ୍ଟର ମଞ୍ଜୁରୀ ମିଳିଯାଇଛି । ଆଇସିଏମଆର କୋଭିସେଲ୍ଫକୁ ନେଇ ଏକ ଉପଦେଶନାମା ଜାରି କରିଛନ୍ତି । ଯାହାକୁ କିଟ କୁ ବ୍ୟବହାର କରିବା ଠାରୁ ନେଇ ତମାମ ଗାଇଡ଼ ଲାଇନ ରହିଛି । ଯାହାକୁ ଆପଣଙ୍କୁ ଜାଣିବା ବହୁତ ଜରୁରୀ ଅଟେ ।

1. ଘରେ ସେହି ଲୋକମାନଙ୍କୁ ଏହାର ଟେଷ୍ଟ କରିବାକୁ ହେବ, ଯେଉଁ ମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଛି କିମ୍ବା ସେହି ବ୍ୟକ୍ତି କୌଣସି ଏକ ସଂସ୍ଥାର କୋଭିଡ଼-19 ବ୍ୟକ୍ତିଙ୍କ ସମ୍ପର୍କରେ ଆସିଛନ୍ତି ।

2. ଟେଷ୍ଟିଂ କିଟ ର ବ୍ୟବହାର ବାରମ୍ବାର କିଛି ନବୁଝିଶୁଝି କରିବା ଉଚିତ ନୁହେଁ ।

3. ଘରେ ଯାଞ୍ଚ କରିବାପାଇଁ କିଟ ମାଧ୍ୟମରେ ଦିଆଯାଇଥିବା ଗାଇଡ଼ ଲାଇନକୁ ସଠିକ ଭାବରେ ପଢ଼ନ୍ତୁ ।

4. କୋଭିସେଲ୍ଫ ମୋବାଇଲ ଆପ ଗୁଗଲ ପ୍ଲେଷ୍ଟୋର ଓ ଆପଲ ପ୍ଲେଷ୍ଟୋରରେ ମହଜୁଦ ରହିଛି । ଏଥିରେ ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ମଧ୍ୟ କୁହାଯାଇଛି ।

5. ଯାଞ୍ଚ କରୁଥିବା ସମସ୍ତ ଲୋକଙ୍କୁ ଟେଷ୍ଟିଂ ପ୍ରକ୍ରିୟା ପୂରଣ ହେବାପରେ ଟେଷ୍ଟ ଷ୍ଟ୍ରିପର ଏକ ଫୋଟୋ ନେବା ନିହାତି ଆବଶ୍ୟକ । ଏହି ଫୋଟୋ ସେହି ଫୋନରେ ନେବାକୁ ପଡିବ ଯେଉଁ ଫୋନରେ ଆପଣ ରେଜିଷ୍ଟ୍ରେସନ କରିଛନ୍ତି ।

6. ଆପଣଙ୍କ ମୋବାଇଲର ଏକ ଆପ ଡାଟା ଏକ ସୁରକ୍ଷିତ ସର୍ଭର ରେ ରହିବ । ଯିଏକି ICMR ର କୋଭିଡ଼ ଟେଷ୍ଟ ସହିତ ଜଡିତ ରହିଛି ।

7. ଉପଦେଶ ରେ କୁହାଯାଇଛି କି,ରୋଗୀଙ୍କ ସୂଚନା ସମ୍ପୂର୍ଣ ଭାବରେ ଗୋପନୀୟ ରଖାଯିବ ।

8. ଉପଦେଶ ମୁତାବିକ, ଯେଉଁ ଲୋକ ଏହି ଯାଞ୍ଚରେ ପଜିଟିଭ ଚିହ୍ନଟ ହେଉଛନ୍ତି ତାଙ୍କୁ ଆଉଥରେ ଟେଷ୍ଟ କରାଇବା ଆବଶ୍ୟକ ରୁହେନାହିଁ ।

9. ପଜିଟିଭ ଆସିଥିବା ସମସ୍ତ ଲୋକଙ୍କୁ ହୋମ ଆଇସୋଲେସନରେ ରଖିବା ଓ ଆଇସିଏମଆର ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ଼ ଲାଇନ ଅନ୍ତର୍ଗତ ଦେଖାଶୁଣା କରିବାକୁ ଉପଦେଶ ଦିଆଯାଇଥାଏ ।

10. ଏମିତି ଲୋକ ଯାହାଙ୍କ ଠାରେ ଲକ୍ଷଣ ରହିଛି କିନ୍ତୁ ସେ ନେଗେଟିଭ ଆସିଛନ୍ତି । ତାଙ୍କୁ ଆର୍ଟି-ପିସିଆର କରିବାକୁ ଉପଦେଶ ଦିଆଯାଉଛି ।

11. ଏମିତି ମାମଲା ଯାହା ଠାରେ ଲକ୍ଷଣ ରହିଛି ଓ ତାଙ୍କର ରିପୋର୍ଟ ନେଗେଟିଭ ଆସିଛି ତ ଏମିତି ମାମଲାକୁ ସନ୍ଦିଗ୍ଧ ମାମଲା ପରି ଦେଖାଯିବ ଓ ତାଙ୍କୁ ଆର୍ଟ ପିସିଆର ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବାକୁ ଅନୁମତି ମିଳିବ ।

12. କୋଭିସେଲ୍ଫର ସମସ୍ତ ସମ୍ଭାବିତ ପରିଣାମ ବିଷୟରେ ମନୁଆଲ ଉପରେ ସୂଚନା ଦିଆଯାଇଛି ।

ଟେଷ୍ଟିଂ କିଟ ର ବ୍ୟବହାର ଏହିପରି କରନ୍ତୁ :-

ଇଣ୍ଡିଆନ କାଉନ୍ସିଲ ଅଫ ମେଡ଼ିକାଲ ରିପୋର୍ଟ କରୋନାର ଯାଞ୍ଚ ପାଇଁ ହୋମ ଟେଷ୍ଟିଂର ମଞ୍ଜୁରୀ ଦେଇସାରିଛି । ଏବେ ଏହାକୁ ବଜାରକୁ ଆସିବାରେ କିଛି ସମୟ ବାକି ରହିଛି । ICMR କରୋନା ଟେଷ୍ଟ କିଟକୁ ନେଇ ଉପଦଶ ଜାରି କରିଛି। ଏବେ ପ୍ରଶ୍ନ ଉଠୁଛି ଏହାର ବ୍ୟବହାର କେମିତି କରିବା ।

ପ୍ରଥମେ ଗୁଗଲ ପ୍ଲେଷ୍ଟୋର ରେ ଏହି ଆପ ମାଇଁ କୋଭିସେଲ୍ଫକୁ ଡାଉନଲୋଡ଼ କରନ୍ତୁ । ଏହାପରେ ଆପଣଙ୍କୁ ଟେଷ୍ଟ ରିପୋର୍ଟ ମଧ୍ୟ ମିଳିବ । ଏଥିରେ ଆପଣଙ୍କ ତଥ୍ୟକୁ ଗୋପନୀୟ ରଖାଯିବ ।

ଏହି ଆପ ଦ୍ୱାରା ଆପଣଙ୍କୁ ଗାଇଡ଼ କରିବାକୁ ଏକ ଡେମୋ ଭିଡ଼ିଓ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଟେଷ୍ଟ କିଟ ଓ ଟେଷ୍ଟ କରିବାର ଉପାୟ ସମ୍ଵନ୍ଧରେ କୁହାଯାଇଛି । ଜାଣନ୍ତୁ କେମିତି କରିବା ଏହି କିଟର ବ୍ୟବହାର ।

– ଟେଷ୍ଟ ଆରମ୍ଭ ପୂର୍ବରୁ ନିଜର ହାତକୁ ପ୍ରଥମେ ଧୁଅନ୍ତୁ ।

– ଏହାପରେ ନିଜର ହାତ ପଛକୁ ନିଅନ୍ତୁ ଯାହାଦ୍ୱାରା ସଠିକ ଭାବରେ ହାତ ଶୁଖିଯିବ ।

– ଏହାପରେ ପାଉଚ ଫାଡ଼ି ସବୁ ଜିନିଷ ଅଲଗା ଅଲଗା ରଖନ୍ତୁ। ଏହାପରେ ମାଇଁଲ୍ୟାବ କୋଭିସେଲ୍ଫ ଆପ ଖୋଲନ୍ତୁ ଓ ନିଜର ସୂଚନା ଦିଅନ୍ତୁ ଓ ଏହାପରେ ଟେଷ୍ଟ କିଟରେ ଦିଆଯାଇଥିବା କୋଡ଼ କୁ ସ୍କାନ କରନ୍ତୁ ।

-ପାଉଚ ରୁ ଟ୍ୟୁବ ବାହାରକୁ ବାହାର କରନ୍ତୁ ଓ ଏହାପରେ ସ୍ୱାବକୁ ମଧ୍ୟ ବାହାର କରନ୍ତୁ । ଧ୍ୟାନ ଦିଅନ୍ତୁ କି ସ୍ୱାବ ର ମୁଖ୍ୟ ଶିରାକୁ ଛୁଅନ୍ତୁ ନାହିଁ ।

– ସ୍ୱାବ କୁ ନାକ ଭିତରେ ବୁଲାଇ ସାମ୍ପଲ ନିଅନ୍ତୁ ।

– ନାକର ଉଭୟ କଣାରେ ସାମ୍ପଲ ନେବାରେ ସ୍ୱାବକୁ ଟ୍ୟୁବରେ ବୁଡାନ୍ତୁ । ଏହାପରେ 10 ଥର ବୁଲାନ୍ତୁ ଓ ବ୍ରେକ ପଏଣ୍ଟରେ ରଖିବାପରେ ବାକି ଭାଗକୁ ଫୋପାଡ଼ି ଦିଅନ୍ତୁ ।

– ଟ୍ୟୁବ ସହିତ ନୋଜଲ କ୍ୟାପ ବନ୍ଦ କରିଦିଅନ୍ତୁ । ଏହାପରେ ଟେଷ୍ଟ କିଟର ସମ୍ପଲ ୱେଲ ରେ ଅଷ୍ଟ୍ରେକଟେଡ଼ ଆଣ୍ଟିଜେନ ବଫର ମିଶ୍ରଣର ଦୁଇଟି ଠୋପା ମିଶାନ୍ତୁ ।

– ଫଳାଫଳ ଜାଣିବା ପାଇଁ 10 ରୁ 15 ମିନିଟ ଅପେକ୍ଷା କରନ୍ତୁ।

– ଟେଷ୍ଟ କିଟ ର ଫୋଟୋ ନେଇ ଆପ ରେ ଏହାର ଅପେକ୍ଷା କରନ୍ତୁ । ପଜିଟିଭ ଦେଖାଇଲେ କ୍ୱାଲିଟି କଣ୍ଟ୍ରୋଲ ଲାଇନ ସି ଓ ଟି ଲାଇନ ଉଭୟ ଦେଖାଦେବ ଓ ନେଗେଟିଭ ଆସିବାପରେ ଟେଷ୍ଟ ଲାଇନ ଦେଖାଇବ ନାହିଁ ।

ଉପଦେଶ ଅନୁସାରେ, ପଜିଟିଭ ଆସିଲେ ଆପଣଙ୍କୁ ନିୟମ ପ୍ରୋଟୋକଲ ମାନିବାକୁ ହେବ ଓ ନେଗେଟିଭ ଆସିଲେ ଆର୍ଟି ପିସିଆର ଟେଷ୍ଟ କରାଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *