ପୁଣି ରେ-କ-ର୍ଡ ଭା-ଙ୍ଗିଲା କରୋନା : ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ ଜଣ ପଜିଟିଭ ଚିହ୍ନଟ, ୨୭ ଜଣ ଜୀବନ ହାରିଲେ

ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୫୨୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୦୧୨ ଜଣ ଏବଂ ୫୫୧୧ ଜଣ ଲୋକାଲ କେ-ସ ରହିଛି। ଆଉ ୨୭ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ,ନୂଆପଡ଼ା,ରାୟଗଡ଼ା ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ,କଳାହାଣ୍ଡି ଜିଲ୍ଲାରୁ ୨ ଜଣ,ବରଗଡ,ବଲାଙ୍ଗୀର,ବୌଦ୍ଧ,ଗଜପତି,ଝାରସୁଗୁଡ଼ା,ନବରଙ୍ଗପୁର,ପୁରୀ,ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୯୩୦ ଜଣ,ବାଲେଶ୍ଵର ଜିଲ୍ଲାରୁ ୫୧୦ ଜଣ,ବରଗଡ ଜିଲ୍ଲାରୁ ୩୧୫ ଜଣ,ଭଦ୍ରକ ଜିଲ୍ଲାରୁ ୧୭୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୨୯୬ ଜଣ,ବୌଦ୍ଧ ଜିଲ୍ଲାରୁ ୩୬୫ ଜଣ,କଟକ ଜିଲ୍ଲାରୁ ୧୦୮୪ ଜଣ,ଦେବଗଡ ଜିଲ୍ଲାରୁ ୧୦୬ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୩୨ ଜଣ,ଗଜପତି ଜିଲ୍ଲାରୁ ୫୩ ଜଣ,ଗଞ୍ଜାମ ଜିଲ୍ଲାରୁ ୩୬୯ ଜଣ,ଜଗତସିଂହପୁର ଜିଲ୍ଲାରୁ ୩୨୫ ଜଣ,ଯାଜପୁର ଜିଲ୍ଲାରୁ ୪୧୯ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୩୭୩ ଜଣ,କଳାହାଣ୍ଡି ଜିଲ୍ଲାରୁ ୪୯୧ ଜଣ,କନ୍ଧମାଳ ଜିଲ୍ଲାରୁ ୧୦୦ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୫ ଜଣ,କେନ୍ଦୁଝର ଜିଲ୍ଲାରୁ ୨୩୨ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୮୪୨ ଜଣ,କୋରାପୁଟ ଜିଲ୍ଲାରୁ ୨୩୩ ଜଣ,ମାଲକାନଗିରି ଜିଲ୍ଲାରୁ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୫୪୬ ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୮୩ ଜଣ,ନୟାଗଡ ଜିଲ୍ଲାରୁ ୩୧୫ ଜଣ,ନୂଆପଡ଼ା ଜିଲ୍ଲାରୁ ୧୨୯ ଜଣ,ପୁରୀ ଜିଲ୍ଲାରୁ ୫୬୮ ଜଣ,ରାୟଗଡ଼ା ଜିଲ୍ଲାରୁ ୩୨୧ ଜଣ,ସମ୍ବଲପୁର ଜିଲ୍ଲାରୁ ୪୦୦ ଜଣ,ସୋନପୁର ଜିଲ୍ଲାରୁ ୨୦୨ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୭୧୫ ଜଣ ଓ ଷ୍ଟେଟ ପୁଲରୁ ୩୨୪ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୬୬୮୪୨୨ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୫୫୬୫୦୧ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୦୯୪୩୮ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୧୧୮୦୬୪୯ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୨୭ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୪୩୦ କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *