ମହିଳାଙ୍କ ଦାବି : ନିଜର ପରିସ୍ରା ପିଇ ଓଜନ କମାଇଲେ ଓ ଆଖିର ଦୃଷ୍ଟି ଶକ୍ତି ବଢାଇଲେ

ଆମେରିକାର ଏକ ମହିଳା ନିଜର ଏକ ଅଦ୍ଭୁତ ଖୁଲାସା ପରେ ବହୁତ ଭାଇରାଲ ହେଉଛନ୍ତି । 32 ବର୍ଷୀୟ ଗ୍ରେସ ଜୋନ୍ସଙ୍କ କହିବାହେଲା, ସେ ନିଜର ୟୁରିନ ପିଇଥାନ୍ତି ଓ ଏହାକୁ ଚେହେରାରେ ମଧ୍ୟ ଲାଗାନ୍ତି । ଗ୍ରେସଙ୍କର କହିବାହେଲା, ସେ ଏହି କାରଣରୁ ନିଜର ଚିନ୍ତାରୁ ମୁକ୍ତି ପାଇଛନ୍ତି ଓ ଏହାସହ ବହୁତ ଓଜନ ମଧ୍ୟ କମାଇ ସାରିଛନ୍ତି ।

ଗ୍ରେସ ଆମେରିକାର ସେନ ଡିଏଗୋ ସହରରେ ରୁହନ୍ତି । ସେ ବିଗତ ତିନି ସପ୍ତାହ ହେବ ନିଜର ବାଳ ଓ ସ୍କିନରେ ଏହି ଥେରାପି ବ୍ୟବହାର କରୁଛନ୍ତି । ସେ ସକାଳୁ ଉଠି ପ୍ରଥମେ ନିଜର ମୂତ୍ର ପିଇଥାନ୍ତି । ସେ ଖୁଲାସା କୁହନ୍ତି କି, ଏଥିରେ ତାଙ୍କର ଦୃଷ୍ଟିଶକ୍ତି ବଢିଥାଏ ଓ ଏହା ପାଚନ ଶକ୍ତି ଓ ହାଇ ବ୍ଲଡ଼ପ୍ରେସରରେ ମଧ୍ୟ ସହାୟକ ହୋଇଥାଏ ।

ଏହି ମହିଳା ଜଣକ ଡେଲି ମେଲ ସହ କଥାବାର୍ତ୍ତା କରି କହିଥିଲେ କି, ଆରମ୍ଭରୁ ସେ ଏଥିରେ ଚିନ୍ତିତ ଥିଲେ କିନ୍ତୁ ଏହାର ଫାଇଦା ହେବାପରେ ତାଙ୍କର ଆତ୍ମବିଶ୍ବାସ ବଢିଯାଇଥିଲା । ଏହି ଥେରାପି ପରେ ବର୍ତ୍ତମାନ ସେ ଶକାହାରୀ ଡ଼ାଇଟ ନେଉଛନ୍ତି ଓ ମଦ ପିଇବା ଛାଡି ଦେଇଛନ୍ତି । ଏହାବିଷୟରେ ଗ୍ରେସ ନିଜର ପୁରୁଣା 9 ବର୍ଷର ସାଥୀଙ୍କୁ ମଧ୍ୟ କହିନାହାଁନ୍ତି ।

ସେ କହିଥିଲେ, ତାଙ୍କୁ ଲାଗୁନାହିଁ ତାଙ୍କ ପାର୍ଟନର ଏହାକୁ ନେଇ ପଜିଟିଭ ପ୍ରତିକ୍ରିୟା ଦେବ । ସେଥିପାଇଁ ସେ ଏହିକଥା ତାଙ୍କୁ କହୁନାହାଁନ୍ତି । ଏହି ବିଷୟରେ ସେ ନିଜର ବନ୍ଧୁ ମାନଙ୍କୁ କହିଥିଲେ ଓ ସେ ହଇରାଣ ହୋଇଯାଇଥିଲେ । ଆପଣଙ୍କୁ କହିଦେଉଛୁ କି, ଗ୍ରେସଙ୍କ ବ୍ୟତୀତ ପପଷ୍ଟାର ମେଡନା ମଧ୍ୟ କିଛି ସମୟ ପୂର୍ବରୁ ଏହିପରି ଥେରାପି ବ୍ୟବହାର କରିଥିଲେ।

ୟୁରିନ ଥେରାପିକୁ ନେଇ ମେଡିକାଲ ସାଇନ୍ସ କମ୍ୟୁନିଟି କୌଣସି ରାୟ ଦେଇନାହିଁ । 1945 ମସିହାରେ ଜନ ଆମଷ୍ଟ୍ରଙ୍ଗ ଏକ ପୁସ୍ତକ ଛାପିଥିଲେ । ସେ କହିଥିଲେ, ୟୁରିନ ପିଇବା ଦ୍ୱାରା କେତେକ ରୋଗ ଠାରୁ ଫାଇଦା ମିଳିଥାଏ । କିନ୍ତୁ ଏହାକୁ ନେଇ କୌଣସି ବୈଜ୍ଞାନିକ ତଥ୍ୟ ସାମ୍ନାକୁ ଆସିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *