ସମ୍ଭାବ୍ୟ ବାତ୍ୟାକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି, ‘ୟଶ’ ଓଡିଶାରେ ପ୍ରଭାବ ପକାଇବ କି?

ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ସମ୍ଭାବ୍ୟ ବାତ୍ୟାକୁ ନେଇ ନିର୍ଦ୍ଦେଶରେ ଏକ ଜରୁରୀ ବୈଠକ ଭଦ୍ରକ ଜିଲ୍ଲାପାଳଙ୍କ ଅଧୀନରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି, ବାସୁଦେବପୁର ଓ ଧାମରା ଉପକୂଳରେ ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମାତ୍ରାରେ ଗୁରୁତ୍ବ ଦିଆଯାଇଛି।

ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ସ୍ଥଳେ ନିରାପଦ ସ୍ଥାନକୁ ପଳାଇଯିବାକୁ ପରାମର୍ଶ ଦିଆଯିବ। ଆଜି ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ସହ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଛି। ଉପକୂଳ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଆବଶ୍ୟକ ପଡିଲେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ମଧ୍ୟରେ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି। ଏଥିପାଇଁ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯିବାର ବ୍ୟବସ୍ଥା କରିବା ପାଇଁ କହିଛନ୍ତି।

Google

ବାତ୍ୟାର ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। କିନ୍ତୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଏହି ବୈଠକରେ ଆଲୋଚନା କରିଛନ୍ତି। ବିଶେଷ ଭାବରେ ବାତ୍ୟା ଆଶ୍ରୟସ୍ଥଳମାନଙ୍କରେ ବିଦ୍ୟୁତ ସରବରାହ, ପାନୀୟଜଳ ଯୋଗାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଏହି ବିଷୟରେ ଜିଲ୍ଲାପାଳ ଆଜି ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *