ବ୍ରେଟ ଲି ଙ୍କ ବଡ଼ ବୟାନ : ଏହି ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ବହୁତ ଡ଼ର ଲାଗେ,ଜାଣନ୍ତୁ କାହାକୁ କାହାକୁ…

ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲରଙ୍କ ପରିଚୟ ଦେବା କମ ପଡିଯିବ ତାଙ୍କୁ ପ୍ରତ୍ୟେକ ଜାଣିଛନ୍ତି । ନିଜ ସମୟରେ ସେ ଜଣେ ପ୍ରସିଦ୍ଧ ବୋଲର ଥିଲେ ଓ ନିଜର ବୋଲିଂରେ ସେ ବହୁତ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଉଥିଲେ । ଏହି ସମୟରେ ବ୍ରେଟ ଲି ସେହି ବ୍ୟାଟ୍ସମ୍ୟାନଙ୍କ ନାମ କହିଛନ୍ତି ଯାହାଙ୍କୁ ସେ ବୋଲିଂ କରିବାପାଇଁ କଷ୍ଟ ଅନୁଭବ କରିଥାନ୍ତି ।

ଏକ ୱେବ ପୋର୍ଟାଲ ସହିତ କଥାବାର୍ତ୍ତା କରୁଥିବା ସମୟରେ ତାଙ୍କୁ ପଚରାଯାଇଥିଲା କି, ତାଙ୍କ କ୍ୟାରିଅରରେ କେଉଁ 3 ଜଣ ବ୍ୟାଟ୍ସମ୍ୟାନ ଥିଲେ ଯାହାଙ୍କୁ ସେ ବୋଲିଂ କରିବା ପାଇଁ। ମୁସ୍କିଲ ହୋଇଥାଏ ? ଏହାର ଜବାବରେ ସେ ସଚିନ ତେନ୍ଦୁଲକର, ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାୟନ ଲାରା ଓ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକସ କାଲିସଙ୍କ ନାମ ନେଇଥିଲେ ।

ସେହିପରି ଏହି କଥାବାର୍ତ୍ତା ସମୟରେ ବ୍ରେଟ ଲି ସଚିନ ତେନ୍ଦୁଲକରଙ୍କୁ ବହୁତ ପ୍ରଶଂସା କରିଥିଲେ । ସେ କହିଥିଲେ,ସଚିନ ସର୍ବଶ୍ରେଷ୍ଠ ଅଟନ୍ତି ଓ ତାଙ୍କ ପାଖରେ ସେହି ଅତିରିକ୍ତ ସମୟ ଥିଲା । ମୁଁ କେତେକ ଖେଳାଳିଙ୍କ ସହିତ ଖେଳିଛି କିନ୍ତୁ ଅନୁଭବ କରିଛି କି, ସଚିନଙ୍କ ପାଖରେ ବହୁତ ଅତିରିକ୍ତ ସମୟ ରହିଛି ।

ଆପଣଙ୍କୁ ଜଣାଇବାକୁ ଚାହୁଁ କି, ବ୍ରେଟ ଲିଙ୍କୁ ଦ୍ରୁତ ବୋଲରଙ୍କ ସୌଦାଗର ମାନାଯାଇଥାଏ । ସେ ଅଷ୍ଟ୍ରେଲିଆ ପାଇଁ 76 ଟେଷ୍ଟ, 221 ଦିନିକିଆ, 25 t-20 ଖେଳିଥିଲେ । ସେ ଦିନିକିଆରେ 310, ଟେଷ୍ଟ ମ୍ୟାଚରେ 380 ଓ t-20 ରେ 28 ଉଇକେଟ ନେଇଥିଲେ । ବ୍ରେଟ ଲି ଆଇପିଏଲ ମଧ୍ୟ ଖେଳିସାରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *